ଗୋଟିଏ ଫିଲ୍ମ ପାଇଁ କେତେ ନିୟନ୍ତି ଏହି 5ଟି ସବୁଠାରୁ ମହଙ୍ଗା ଭୋଜପୁରୀ ହିରୋଇନ୍ ?

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କେବଳ କଳାକାରଙ୍କ କ୍ରେଜ ଅଛି, ଏମାନଙ୍କ ଫିଲ୍ମ ତାରକାଙ୍କ ଆୟ ଅଧିକ କୁହେ । ଭୋଜପୁରୀ ଫିଲ୍ମ ରେ ଯଦି ଦର୍ଶକଙ୍କ ମନ ଦୋହଲାଇ ଥାନ୍ତି ସେ ହେଉଛନ୍ତି ଏହି ହଟ୍ ଅଭିନେତ୍ରୀ ମାନେ । ବଲିଉଡ ହିରୋଇନ୍ ମାନଙ୍କ ପରି ଭୋଜପୁରୀ ହଟ୍ ଅଭିନେତ୍ରୀ ମାନଙ୍କୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଏହି ଅଭିନେତ୍ରୀ ମାନଙ୍କ ପାଉଣା ବହୁତ କମ୍ ଥିଲା କିନ୍ତୁ ଆଜି ଏପରି ଜମା ବି ନାହିଁ । ଆଜି ଏମାନଙ୍କ ପାଉଣା ଲକ୍ଷରେ ଅଛି । ତେବେ ଆସନ୍ତୁ ଜାଣିବା ଭୋଜପୁରୀ ସିନେମା ଅଭିନେତ୍ରୀ ମାନେ କେତେ ପାଉଣା ନିଅନ୍ତି ।

୧- ଅମରପାଲୀ ଦୁବେ : ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ହଟ୍ ଅଭିନେତ୍ରୀ ଅମରାପଲୀ ଦୁବେ ଏହି ଲିଷ୍ଟରେ ସର୍ବପ୍ରଥମେ ଆସନ୍ତି । ୨୦୨୦ ରେ ଅମରାପଲୀ ଦୁବେ ଏକା ସାଙ୍ଗରେ ୮ଟି ଫିଲ୍ମ ସାଇନ୍ କରି ଚର୍ଚ୍ଚାର ଥିଲେ । ଏହା ସହିତ ଅଭିନେତ୍ରୀ ଜଣକ ଅଧିକ କମାଉଥିବା ଅଭିନେତ୍ରୀଙ୍କ ଭିତରୁ ଟପ୍ ବନିଗଲେ ।

ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୭ରୁ ୯ଲକ୍ଷ ପର୍ଯ୍ୟନ୍ତ ପଇସା ମିଳେ । ଅମରାପାଲୀ ଦୁବେ ଭୋଜପୁରୀ ସିନେମାର ପରିଚୟ ଅଟନ୍ତି । ଆଜି ତାଙ୍କର କୋଟିଏ ଫ୍ୟାନ୍ ଅଛନ୍ତି ଭୋଜପୁରୀ ରେ ନଂ ୧ ହିରୋଇନ୍ ଅଟନ୍ତି । ଭୋଜପୁରୀ ସିନେମାରେ ଆସିବା ପୂର୍ବରୁ ଅଭିନେତ୍ରୀ ଜଣକ ଅନେକ ହିନ୍ଦୀ ସିରିୟଲରେ କାମ କରିଛନ୍ତି ।

୨- ମୋନାଲିସା : ଏହି ଲିଷ୍ଟରେ ନଂ ୨ ରେ ଆସନ୍ତି ବୋଲ୍ଡ ଅଭିନେତ୍ରୀ ମୋନାଲିସାଙ୍କର‌ । ମୋନାଲିସା ବିଗବସ୍ ପାଇଁ ଚର୍ଚ୍ଚାରେ ଥିଲେ କିନ୍ତୁ ଭୋଜପୁରୀ ଇଣ୍ଡଷ୍ଟ୍ରି ପାଇଁ ସେ ଖୁବ୍ ନାଁ କରାଇଛନ୍ତି । ଭୋଜପୁରୀ ଇଣ୍ଡଷ୍ଟ୍ରିର ମୋନାଲିସାଙ୍କ ଡ୍ୟାନ୍ସ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ଯେତିକି ପରିଚିତି ସେ ଷ୍ଟାରପ୍ଲସ ସିରିୟଲ ନଜରରେ ଆସି ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଭୋଜପୁରୀ ର ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୫-୭ ଲକ୍ଷ ଟଙ୍କା ନିଅନ୍ତି ।

୩- କାଜଲ ରାଘବାନୀ : ପାଟନା ସେ ପାକିସ୍ତାନ ଭଳି ଫିଲ୍ମରେ ନାଁ କମେଇଥିବା ଅଭିନେତ୍ରୀ କାଜଲ ରଘବାନୀ ପାଖାପାଖି ୫-୬ ଲକ୍ଷ ଟଙ୍କା ନିଅନ୍ତି । ସେ ପ୍ରଥମେ ଗୁଜୁରାତି ଫିଲ୍ମ କଲେ ଯାହାର ସଫଳତା ପରେ ସେ ୨୫ ଟି ଗୁଜୁରାତି ଫିଲ୍ମ କଲେ । ଏହାପରେ ସେ ଭୋଜପୁରୀ ଫିଲ୍ମ ‘ସବସେ ବଡା ମୁଜରିମ୍’ ରୁ ଡେବ୍ୟୁ କରିଥିଲେ ।

୪- ରାନୀ ଚାଟାର୍ଜୀ : ଅଭିନେତ୍ରୀ ରାନୀ ଚାଟାର୍ଜୀ ଭୋଜପୁରୀ ଫିଲ୍ମରେ ମନୋଜ ତିୱାରୀଙ୍କ ସହ ଡେବ୍ୟୁ କରିଥିଲେ । ଏହି ଅଭିନେତ୍ରୀ ଜଣକ ତାଙ୍କର ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୫-୮ ଲକ୍ଷ ଟଙ୍କା ନିଅନ୍ତି । ସେ ମିସ୍ କୋଲକାତା ମଧ୍ୟ ରହି ସାରିଛନ୍ତି ।

୫- ଅକ୍ସରା ସେନ୍ : ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସେନ୍ ଅନେକ ଫିଲ୍ମରେ ପବନ ସିଂଙ୍କ ସହିତ ନଜର ଆସିଥିଲେ । ଅକ୍ସରା ଏହି ଇଣ୍ଡଷ୍ଟ୍ରିର ସୁନ୍ଦର ଚେହେରା ଭିତରୁ ଜଣେ ବୋଲି ମାନନ୍ତି । ଅଭିନେତ୍ରୀ ଜଣକ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୨-୩ ଲକ୍ଷ ଟଙ୍କା ନିଅନ୍ତି ।

Leave a Reply

Your email address will not be published. Required fields are marked *