ବଲିଉଡ ହିରୋଙ୍କର ରିୟଲ ଲାଇଫ ରେ ହ୍ୟାଣ୍ଡସମ ପୁଅ ମାନେ କିଏ କିଏ ?

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ଏମିତି ଏକ ଇଣ୍ଡଷ୍ଟ୍ରି ଯେଉଁଠି ଅନେକ କଳାକାର ମାନେ ନଜର ଆସିଥାନ୍ତି । କଳାକାର ମାନଙ୍କର ଅଭିନୟ ଏତେ ଚମତ୍କାର ଓ ନିଖୁଣ ଯେ ଯାହାକୁ ଦର୍ଶକ ମାନେ ଯେତେ ଦେଖିଲେ ବି ସେତେ ଦେଖିବାକୁ ଇଚ୍ଛା ହୁଏ । ତେବେ ବଲିଉଡରେ ଅଭିନୟ କରୁଥିବା କଳାକାର ମାନଙ୍କର ରିୟଲ ଲାଇଫ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି । ଆଜି ଆମେ ଜାଣିବା ବଲିଉଡ ଷ୍ଟାର ଙ୍କର ରିୟାଲ ଲାଇଫ ପୁଅ ମାନଙ୍କ ବିଷୟରେ ।

1- ସନି ଦେୱଲ : ବଲିଉଡର ନାମିଦାମି ଅଭିନେତା ଭାବେ ସନି ଦେୱାଲ ପରିଚିତ ଅଟନ୍ତି । ତାଙ୍କର 2 ପୁଅଙ୍କ ନାଁ କରନ ଓ ରାଜିଭ ଦେୱଲ ।

2- ଅନିଲ କପୁର : ଆମ ଲିଷ୍ଟର ଦ୍ଵିତୀୟରେ ଅଛନ୍ତି ବଲିଉଡ ସୁପରଷ୍ଟାର ଅନିଲ କପୁର ଯିଏକି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟ ଜିଣିଛନ୍ତି । ତାଙ୍କ ପୁଅଙ୍କ ନାଁ ହର୍ଷବର୍ଦ୍ଧନ କପୁର ।

3- ସୁନୀଲ ଶେଠୀ : ବଲିଉଡରେ ନିଜର ଦମଦାର ଅଭିନୟ ଦ୍ଵାରା ଅନେକ ହୀଟ ଫିଲ୍ମରେ ନଜର ଆସିଥିବା ସୁପରଷ୍ଟାର ହେଉଛନ୍ତି ସୁନୀଲ ଶେଠୀ । ତାଙ୍କ ପୁଅଙ୍କ ନାଁ ଆହନ ଶେଠୀ ।

4- ଜ୍ୟାକି ଶ୍ରଫ : 80 ଦଶକର ଅଭିନେତା ଭାବେ ବଲିଉଡରେ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ମନ ଜିଣିଥିଲେ ଅଭିନେତା ଜ୍ୟାକି ଶ୍ରଫ । ତାଙ୍କ ପୁଅଙ୍କ ନାଁ ଟାଇଗର ଶ୍ରଫ ।

5- ଅମିର ଖାନ : ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ଅମିର ଖାନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କ 2 ପୁଅଙ୍କ ନାଁ ଜୁନିଦ ଓ ଆଜାଦ ରାଓ ଖାନ ।

6- ଅଜୟ ଦେଭଗନ : ବଲିଉଡରେ ନିଜର ଅଲଗା ପରିଚୟ ସୃଷ୍ଟି କରୁଥିବା କଳାକାର ମାନଙ୍କ ମଧ୍ୟରୁ ଅଭିନେତା ଅଜୟ ଦେଭଗନ ହେଉଛନ୍ତି ଅନ୍ୟତମ । ତାଙ୍କ ପୁଅ ହେଉଛନ୍ତି ୟୁଗ ଦେବ ।

7- ମିଥୁନ ଚକ୍ରବର୍ତ୍ତୀ : 80-90 ଦଶକର ଷ୍ଟାର ଭାବେ ପରିଚିତ ମିଥିନ ଚକ୍ରବର୍ତ୍ତୀ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସାରା ହିଟ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କ ପୁଅ ମାନେ ହେଉଛନ୍ତି ମହାକ୍ଷୟ, ନମଶି, ଉଷ୍ମେ ଚକ୍ରବର୍ତ୍ତୀ ।

8- ଶାହରୁଖ ଖାନ : ଆପଣ ମାନେ ସମସ୍ତେ ବଲିଉଡର କିଙ୍ଗ ଶାହରୁଖ ଖାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କ 2 ପୁଅ ହେଉଛନ୍ତି ଆରିୟନ ଓ ଅର୍ବାମ ଖାନ ।

9- ଅକ୍ଷୟ କୁମାର: ବଲିଉଡରେ ଆକ୍ସନ ଓ କମେଡିଆନ ଭାବେ ପରିଚିତ ଅଭିନେତା ଅକ୍ଷୟ କୁମାର ଙ୍କୁ କିଏ ବା ନ ଜାଣେ । ତାଙ୍କ ପୁଅ ହେଉଛନ୍ତି ଆରଭ କୁମାର ।

10- ଗୋବିନ୍ଦା : ଅଭିନେତା ଗୋବିନ୍ଦା ଯିଏକି ନିଜର କମେଡି ଓ ଆକ୍ସନ ଜରିଆରେ ବଲିଉଡରେ ରାଜ କରିସାରିଛନ୍ତି । ତାଙ୍କ ପୁଅ ହେଉଛନ୍ତି ୟଶବର୍ଦ୍ଧନ ଆହୁଜା ।

11- ଗୁଲସନ ଗୃଭର : ବଲିଉଡରେ ଜବରଦସ୍ତ ଅଭିନୟ ମାଧ୍ୟମରେ ପରିଚିତ ଅଭିନେତା ହେଉଛନ୍ତି ଗୁଲସନ ଗୃଭର । ତାଙ୍କ ପୁଅଙ୍କ ନାଁ ସଞ୍ଜୟ ଗୃଭର ।

12- ଶକ୍ତି କପୁର : ଅଭିନେତା ଶକ୍ତି କପୁର ବଲିଉଡରେ ଖଳନାୟକ ଭାବେ ବେଶ ପରିଚିତ । ତାଙ୍କ ପୁଅଙ୍କ ନା ସିଦ୍ଧାର୍ଥ କପୁର ।

ବନ୍ଧୁଗଣ ଆପଣଙ୍କୁ କେଉଁ ଅଭିନେତା ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *