ସୁଖୀ ବୈବାହିକ ଜୀବନ ବିତେଇବା ପାଇଁ ଏହି ୪ଟି ଉପାୟ ନିଶ୍ଚୟ ଜାଣି ନିଅନ୍ତୁ

ଲକଡାଉନ ସ୍ଥିତି ରେ କିଛି ଲୋକଙ୍କ ଘର ରହିବା ଦ୍ଵାରା ତାଙ୍କ ଜୀବନସାଥୀ ସହ ତାଙ୍କ ସମ୍ବନ୍ଧ ଗଭୀର ହେଉଛି ତେବେ କିଛି ଦାମ୍ପତ୍ୟ ଜୀବନରେ ଝଗଡା ଚାଲିଛିଛୋଟ ଛୋଟ କଥା ପାଇଁ ରାଗ ରୁଷା ସାମାନ୍ୟ କଥା ଅଟେ କିନ୍ତୁ ଯେତେବେଳେ ଏହି ଝଗଡା ପର୍ସନଲ ସ୍ପେସ ପାଇଁ ହୋଇଥାଏ ସେତେବେଳେ ଦୁହିଙ୍କୁ ବୁଝିବା ଏବଂ ସମାଧାନ କରିବା ପ୍ରୟାଶ କରିବା ଉଚିତ ଅଟେ, ସବୁବେଳେ ଦୁହିଙ୍କୁ ପରସ୍ପର ଭାବନା ବୁଝିବା ଉଚିତ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ୪ଟି ଉପାୟ ଦ୍ଵାରା ଆପଣଙ୍କ ସମ୍ପର୍କ ଭଲ ହୋଇବ ।

ସକାରାତ୍ମକ ରୁହନ୍ତୁ :

ପରିସ୍ଥିତି ଯେମିତି ହେଉ ନା କାହିଁକି ନିଜ ଜୀବନସାଥୀ କୁ ଭଲ ପାଇବା ଛାଡନ୍ତୁ ନାହିଁ, ସବୁ ଭଲ ହବ ବୋଲି ବିଶ୍ଵାସ ରଖନ୍ତୁ, ଆପଣଙ୍କ ଏହି ସକାରାତ୍ମକ ଭାବନା ଦ୍ଵାରା ଦିନ ନା ଦିନେ ଆପଣଙ୍କ ଜୀବନସାଥି କୁ ଆପଣଙ୍କ ମନ ଭାବନା ବୁଝି ପାରିବେ ।

ଶାରୀରିକ ସମ୍ବନ୍ଧର ମହତ୍ଵ ବୁଝନ୍ତୁ :

ଆଜି ବି ବହୁତ ସ୍ତ୍ରୀ ଶାରୀରିକ ସ୍ମବନ୍ଧକୁ ପରିବାର ବଢେଇବା ମାଧ୍ୟମ ବୁଝନ୍ତି ଏବଂ ପରିବାର ସମ୍ପୂର୍ଣ ହେଲା ପରେ ତାଙ୍କୁ ଶାରୀରିକ ସମ୍ବନ୍ଧ ବୋରିଙ୍ଗ ଲାଗିବା ଆରମ୍ଭ ହୋଇଥାଏ । ଏମିତି ସ୍ତ୍ରୀ ଲୋକଙ୍କୁ ବୁଝିବା ଉଚିତ ଯେ ଶାରୀରିକ ସମ୍ବନ୍ଧ ନା କେବଳ ଆପଣଙ୍କ ଶାରୀରିର ମିଲନ ଏହା ଦ୍ଵାରା ଆପଣଙ୍କ ମନ ମଧ୍ୟ ଗୋଟେ ହୋଇଥାଏ । ତେବେ ଯେ କୌଣସି ପ୍ରକାର ମାନସିକ ବା ଶାରୀରିକ ସମସ୍ୟା ଯେମିତିକି ଥକା ଲାଗିବା, ଚିନ୍ତା ବା ଅନ୍ୟ କାରଣ ସବୁ ପ୍ରକାର ସମସ୍ୟା ଏହି ଅନୁଭବ ଦ୍ଵାରା ସନ୍ତୁଷ୍ଟି ପ୍ରାପ୍ତ କରିଥାଏ ଏବଂ ଆପଣ ନୂଆ ଊର୍ଜା ଅନୁଭବ କରିଥାନ୍ତି ।

ପ୍ରତେକ ମୁହୂର୍ତ ଲାଭ ଉଠାନ୍ତୁ :

ସମ୍ବନ୍ଧ ସୁଖମୟ କରିବା ପାଇଁ ଆପଣଙ୍କୁ ପ୍ରତି ମୁହୂର୍ତ ସୁଖରେ ରହିବା ଚେଷ୍ଟା କରିବା ଉଚିତ ଏବଂ ସବୁ ଜିନିଷ ସନ୍ତୁଳିତ ହବା ଦରକାର । ତେବେ ଯଦି ଆପଣ ବ୍ୟସ୍ତ ରହୁଛନ୍ତି ଏବଂ ନିଜ ଜୀବନସାଥୀକୁ ସମୟ ଦେଇ ପାରୁ ନାହାନ୍ତି ତେବେ କ୍ଵାଲିଟି ଟାଇମ ବାହାର କରନ୍ତୁ ଏବଂ ତାଙ୍କୁ ମଧ୍ୟ ଅନୁଭବ କରାନ୍ତୁ ଯେ ସେ ଆପଣଙ୍କ ଜୀବନରେ କେତେ ମହତ୍ଵ ରଖନ୍ତି ।

ପ୍ରଶଂସା :

ପ୍ରାୟତଃ ବିବାହ ପ୍ରଥମ ଭାଗ ଗଲା ପରେ ସ୍ଵାମୀ ସ୍ତ୍ରୀ ସାମାନ୍ଯ ହୋଇ ଯାନ୍ତି କେହି କାହା ଲୁକ ଉପରେ ଏତେ ଧ୍ୟାନ ଦିଅନ୍ତି ନାହିଁ । ତେବେ ମନୋବୈଜ୍ଞାନିକ ଅନୁଯାଇ ଯଦିବି ଆପଣ ପ୍ରଶଂସା ଚାହୁଁ ନାହାନ୍ତି କିନ୍ତୁ ବି ଆପଣଙ୍କ ସାଥି ସବୁବେଳେ ପ୍ରଶଂସା ଚାହାନ୍ତି ଶେଯହିପାଇନ ବେଳେ ବେଳେ ତାଙ୍କ ଲୁକ ଉପରେ କିଛି ଭଲ ଶବ୍ଦ କୁହନ୍ତୁ ଏହା ଦ୍ଵାରା ଆପଣଙ୍କ ସମବ୍ନ୍ଧ ଭଲ ହୋଇଥାଏ । ସମୟ ସମୟ ଅନୁଯାଇ ସାଥି ଆକର୍ଷକ ଜିନିଷ ବା ଲୁକ ଉପରେ ଭଲ କଥା କହିଲେ ଆପଣଙ୍କ ଜୀବନରେ ରୋମାନ୍ସ ଥାଏ ।

Leave a Reply

Your email address will not be published. Required fields are marked *