ସାଙ୍ଗ ସହ ମିଶି ସ୍ଵାମୀ ନିଜ ସ୍ତ୍ରୀ ସହ କଲା ଦୁଷ୍କର୍ମ ଆଉ ତା ପରେ କଲା କିଛି ଏମିତି !

ହରିଦ୍ଵାର ରେ ଶ୍ରବଣନାଥ ନଗର କ୍ଷେତ୍ର ଗୋଟେ ଧର୍ମଶାଳା ରେ ସ୍ଵାମୀ ସାଙ୍ଗ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା, ଆଗ ଅଶ୍ଳୀଳ ଭିଡିଓ ବନେଇଲେ ଏହା ପରେ ଭିଡିଓ ସୋଶିଅଲ ମିଡିଆ ରେ ଛାଡିବା ଧମକ ଦେଲା । ପୀଡ଼ିତା ନିଜ ସ୍ଵାମୀ ଓ ସାଙ୍ଗ ଉପରେ ଥାନା ରେ ଅଭିଯୋଗ କରିଛନ୍ତି, ଘଟଣା ୧୯ ଜାନୁଆରୀ ର ବୋଲି କୁହା ଯାଉଛି ।

ରାନୀପୁର ଥାନା କ୍ଷେତ୍ର ରେ ରହୁଥିବା ଗୋଟେ ମହିଳା ନିଜ ସ୍ଵାମୀ ଠାରୁ ଛାଡପତ୍ର ମୁକଦମା କୋର୍ଟ ରେ କରିଛନ୍ତି ଯାହା ବିଚାର ଅଧୀନ ଅଟେ ।

ପୀଡିତ ମହିଳା କହିବା ଅନୁଯାଇ ୧୯ ଜାନୁଆରୀ ଦିନ ତା ସ୍ଵାମୀର ସାଙ୍ଗ ତା ସହ ଫୋନରେ କଥା ହୋଇଥିଲେ, ସେ ବିଶ୍ଵାସ କରାଇଥିଲା ଯେ ତାଙ୍କ ସ୍ଵାମୀ ଛାଡପତ୍ରର ମୁକଦମା ଫେରେଇ ନବ । ସେଥିପାଇଁ ସେ ତାଙ୍କ ଦୁହିଁଙ୍କର ବୁଝାମଣା କରାଇବାକୁ ଚାହୁଁଛି । ତା କଥାରେ ବିଶ୍ଵାସ କରି ମହିଳା ତା କହିବା ଅନୁଯାଇ ଧର୍ମଶାଳାକୁ ନିଜ ସ୍ଵାମୀକୁ ମନେଇବା ପାଇଁ ଯାଇଥିଲେ, ପୀଡ଼ିତାଙ୍କ ଅନୁଯାଇ ପ୍ରଥମେ ତାର ସ୍ଵାମୀ ଓ ତା ସାଙ୍ଗ ତାର  ଫଟୋ ଉଠେଇବା ଆରମ୍ଭ କଲେ ।

ବିରୋଧ କରିବାରୁ ସ୍ଵାମୀ ନିଜ ସାଙ୍ଗ ସହ ମିଶି ମହିଳା ସହ ଦୁଷ୍କର୍ମ କରିଥିଲେ, ଏହା ପରେ ମହିଳାଙ୍କ ଭିଡିଓ ବନେଇଲେ, ଏହା ପରେ ସ୍ଵାମୀ ଧମକ ଦେଲା ଯେ ଯଦି ମହିଳା ଛାଡପତ୍ର ରେ ସାଇନ ନକରିବେ ଓ ତା ଘର ନଛାଡିବେ ତେବେ ସେ ଭିଡିଓ ସୋଶିଅଲ ମିଡିଆ ରେ ଭାଇରାଲ କରି ଦେବେ । ଦୁଇ ଜଣଙ୍କ ଉପରେ କରା ଯାଇଥିବା ଅଭିଯୋଗ ଯାଞ୍ଚ ଚାଲିଛି, ମହିଳା ସ୍ଵାମୀ ହିରୋ ହଁଡା କମ୍ପନୀ ରେ କାମ କରୁଥିଲା । ଦୁଇ ଆରୋପି ଧରା ପଡିଛନ୍ତି ଓ ଯାଞ୍ଚ ଆରମ୍ଭ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *