ଫେସବୁକ ରେ ସ୍ତ୍ରୀ ଫୋଟୋ ରେ ଲାଇକ ଓ କମେଣ୍ଟ ଦେଖି, ପାଗଳ ସ୍ଵାମୀ କରିଲା ଏଭଳି ଖତରନାକ କାମ

ଫେସବୁକ ଆମ ଜୀବନର ଗୋଟିଏ ମହତ୍ତ୍ଵତ୍ପର୍ଣ୍ଣ ଭାଗ ହୋଇଗଲାଣି । ଲୋକଙ୍କୁ କମେଣ୍ଟ ଦେବା ବା ଫୋଟୋରେ ଲାଇକ ଦେବା ସାଧାରଣ କଥା ହୋଇଗଲାଣି । କିନ୍ତୁ ସାଉଥ ଆଫ୍ରିକାର ଉରୁୱେରେ ଗୋଟିଏ ସ୍ତ୍ରୀ କୁ ତା ଫୋଟୋରେ ଲାଇକ ଆସିବାରୁ ପତି ରାଗିଯାଇ ପତ୍ନୀ ଉପରେ ଏମିତି ଅତ୍ୟାଚାର କାଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଷ୍ଠୁରତାର ସବୁ ସୀମା ପାରି କରିଦେଲା । ପତ୍ନୀ ଫେସବୁକ ଚଳେଇବାର ସଉକିନ ଥିଲେ ।

ସେ ଫେସବୁକରେ ନିଜର ଫୋଟୋ ଅପଲୋଡ କରୁଥିଲେ ଯାହାକୁ ବହୁତ ଲୋକ ଲାଇକ କରୁଥିଲେ । ଯେଉଁଥି ପାଇଁ ପତି ମନେ ମନେ ରାଗୁଥିଲେ । ଦିନ ପରେ ଦିନେ ସେହି ରାଗ ବଢିବାକୁ ଲାଗିଲା ଓ ସେ ପତ୍ନୀଙ୍କୁ ଏତେ ପିଟିଲେ କି ଚେହେରା ଚିହ୍ନି ହେଲା ନାହିଁ । ଆସନ୍ତୁ ଜାଣିବା ପୁରା କଥା ଟା କଣ ।

ଉରୁୱେ ରେ ରହୁଥିବା 21 ବର୍ଷର ଏଡୋଲ୍ଫିନା କ୍ୟାମେଲି ଆର୍ଟିଗୋଜା ସବୁବେଲେ ଫେସବୁକରେ ଫୋଟୋ ପୋଷ୍ଟ କରନ୍ତି । ଯେତେବେଳେ ତାଙ୍କର କେହି ଫେସବୁକ ସାଙ୍ଗ ଲାଇକ ବା କମେଣ୍ଟ କରୁଥିଲେ ତାଙ୍କ ପତି ତାଙ୍କୁ ବହୁତ ପିଟୁଥିଲେ । ତାଙ୍କୁ ପିଟିବା ପାଇଁ ସେ ଓଜନିଆ ବସ୍ତୁର ବ୍ୟବହାର ମଧ୍ୟ କରୁଥିଲା ଯେମିତି ତାଙ୍କର ଚେହେରା ନଷ୍ଟ ହୋଇଯିବ । ଦିନେ ଫୋଟୋରେ ଲାଇକ ଦେଖି ରାଗିଯାଇ ଏତେ ପିଟିଲେ କି ତାଙ୍କର ଚେହେରା ନଷ୍ଟ ହୋଇଗଲା ଓ ପୁରା ଶରୀରରେ ଚିହ୍ନ ହୋଇଗଲା ।

ଗତ ସପ୍ତାହରେ ପୋଲିସ ତାଙ୍କୁ ତାଙ୍କ ପତିଙ୍କ କବଳରୁ ରକ୍ଷା କରିଥିଲେ । ପୋଲିସଙ୍କ କହିବା ଦ୍ଵାରା ତାଙ୍କୁ ପ୍ରତିଦିନ ପିଟାଯାଉଥିଲା । ସେହି ଝିଅଙ୍କର ଚେହେରା ପୁରା ବଦଳି ଯାଇଛି । ତାଙ୍କ ପତିଙ୍କ ବିରୁଦ୍ଧରେ କହିଲା ଲୋକ ଆଉ କେହି ନୁହେଁ ନିଜେ ତାଙ୍କର ପିତା ଅଟନ୍ତି । ସେ ଏତେ ଭୟଙ୍କର ଭାବରେ ପିଟୁଥିଲା ତାକୁ ଦେଖି ନିଜେ ପିତା ମଧ୍ୟ ଡରି ଯାଉଥିଲେ । ଯାହାକୁ ଦେଖି ପିତା ପୁଅ ବିରୁଦ୍ଧରେ ପୋଲିସଙ୍କୁ କହିଲେ ।

ଦେଲି ମେଲ ର ଖବର ଅନୁସାରେ ଏଡୋଲ୍ଫିନା କ୍ୟାମେଲି ଆର୍ଟିଗୋଜାଙ୍କର ଓକିଲ ମାର୍ଟିନେଜ କହିଥିଲେ – ତାଙ୍କ ପତି କେବେଳ ତାଙ୍କର ଦାନ୍ତ ହିଁ ଭାଙ୍ଗି ନାହାଁନ୍ତି ବହୁତ ପିଟୁଥିଲେ ମଧ୍ୟ । ମୂହଁରେ କପଡା ବାନ୍ଧି ଦେଉଥିଲେ ଯେମିତି ସେ ଚିଲେଇ ପାରିବେ ନାହିଁ । ପତ୍ନୀଙ୍କୁ ଏତେ ପିଟା ଯାଇଛି ଯେ ତାଙ୍କୁ ଚିହ୍ନିବାକୁ ମଧ୍ୟ କଷ୍ଟ ହେଇ ପଡୁଛି । ପୋଲିସଙ୍କ ଅନୁସାରେ ଏହି ଅପରାଧ ପାଇଁ ପତିଙ୍କୁ 30 ବର୍ଷ ପର୍ଯ୍ୟନ୍ତ କାରାବାସ ହୋଇପାରେ ଓ ପତ୍ନୀଙ୍କୁ ତାଙ୍କ ନାକ ଓ ଓଠର ସର୍ଜରୀ କରିବାକୁ ପଡିଲା ।

Leave a Reply

Your email address will not be published. Required fields are marked *