ତପସ୍ଵିନୀ ଓ ସୁମିତଙ୍କ ବିବାଦ ମଧ୍ୟରେ ସୁମିତ ଗୋଟିଏ ଗୋଟିଏ କରି ତପସ୍ଵିନୀଙ୍କ ଭିଡିଓ ଓ ଅଡିଓ କିଳ୍ପ ଭାଇରାଲ କରୁଛନ୍ତି । ଏହି ଅଡିଓ କିଳ୍ପରେ ସୁମିତ ଓ ତପସ୍ଵିନୀ କୌଣସି ଏକ କଥାକୁ ନେଇ ଝଗଡା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏଥିରେ ତପସ୍ଵିନୀ କହୁଛନ୍ତି କି ମୁଁ ଯଦି ଫସିବି ସମସ୍ତଙ୍କୁ ନେଇ ଫସିବି । ଇଏ ହେଉଛି ମୋର ପ୍ରକୃତି ।
ଏବେ ମୋତେ କେହି ବି ରଖି ପାରିବେ ନାହିଁ । ମୁଁ ଏଠୁ ଯିବି । ତମେ ବି ନୁହେଁ, ବାପା, ମା କେହି ବି ମୋତେ ଅଟକାଇ ପାରିବେ ନାହିଁ । ଯେତେବେଳେ ମୋର ଇଚ୍ଛା ହେବ ମୁଁ ବାହା ହେବି ଓ ଏଠୁ ଚାଲି ଯିବି । ମୋତେ ଯିଏ ଅଟକାଇବାକୁ ଚେଷ୍ଟା କରିବ ମୁଁ ତାକୁ ସୋଦିବି । ଏହା ପରେ ସୁମିତ କହିଲେ କି ଏହା ତମର ପ୍ରକୃତି ।
ଏହା ପରେ ପୁଣି ତପସ୍ଵିନୀ କହୁଛନ୍ତି କି ମୋ ଇଚ୍ଛା ମୋ ଜୀବନ ମୁଁ ଯାହା ବି କରି ପାରିବି । ତମେ ଯାହା କରୁଛ କର । କୋର୍ଟ କୁ ଯାଅ । କିନ୍ତୁ ଏହି ସବୁ ମଧ୍ୟରେ ସୁମିତ ବିଶେଷ କୌଣସି କଥା ନ କହି ତପସ୍ଵିନୀଙ୍କ କଥାରେ କେବେଳ ହଁ ମାରୁଛନ୍ତି । କହିବାକୁ ଗଲେ ଏହି ସବୁ ଭିଡିଓ ଓ ଅଡିଓ କିଳ୍ପ ସାମ୍ନାକୁ ଆସିବା ପରେ ସମସ୍ତେ ତପସ୍ଵିନୀଙ୍କ ଉପରେ ପ୍ରଶ୍ନ କରୁଛନ୍ତି ।
ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ଅସଲରେ ଏମାନଙ୍କ ଦୁଇ ଜଣଙ୍କ ମଧ୍ୟରେ କଣ ହେଇଛି । କାହିଁକି ଓ କେମିତି ଏହି ବିବାଦ ଆରମ୍ଭ ହେଲା । କହିବାକୁ ଗଲେ ଅସଲ କାହାଣୀ ବିଷୟରେ କେହି ଜାଣି ନାହାନ୍ତି ଓ କେହି କିଛି କହୁ ବି ନାହାନ୍ତି । କହିଦେଉଛୁ କି ସୁମିତ କୋର୍ଟଙ୍କ ଆଦେଶଙ୍କ ଅବମାନନା କରି କେଉଁ ସ୍ଥାନରେ ଲୁଚି ବସିଛନ୍ତି ଏହା କାହାକୁ ବି ଜଣା ନାହିଁ ।
କିନ୍ତୁ ସେ ତପସ୍ଵିନୀଙ୍କ ବିରୁଦ୍ଧରେ ଗୋଟିଏ ଗୋଟିଏ କରି ଭିଡିଓ ପୋସ୍ଟ କରୁଛନ୍ତି । ଯାହାକି କେଉଁଠି ନା କେଉଁଠି ତପସ୍ଵିନୀଙ୍କ ଉପରେ ପ୍ରଶ୍ନ ଛିଡା କରୁଛି କି ସେ ମିଛ କହୁଛନ୍ତି ନା ସତ ? କିନ୍ତୁ ସୁମିତ ଯଦି ସତ କହୁଛନ୍ତି ତେବେ ସେ ସମସ୍ତଙ୍କ ସାମ୍ନାକୁ କାହିଁକି ଆସୁ ନାହାନ୍ତି । କହିଦେଉଛୁ କି ସୁମିତ କୋର୍ଟରେ ଅସୁସ୍ଥ ଅଛନ୍ତି ବୋଲି କାରଣ ଦର୍ଶାଇଛନ୍ତି ।