କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଟ୍ରାଫିକ୍ ଫାଇନ ସମ୍ପର୍କରେ ବଡ ବୟାନ, ଜାଣନ୍ତୁ କ’ଣ କହିଲେ ଗଡକରୀ

ନମସ୍କାର ବନ୍ଧୁଗଣ, ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ । ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଥିବା କଥାଟ ଆପଣ ଜାଣିଥିବେ । ଏହି ନୂଆ ନିୟମ ହେଉଛି ମୋଟର ଭେଇକିଲ ଆକ୍ଟ । ଯାହା ଲାଗୁ ହେବା ପରେ ଅନେକ ଚରକ୍କା ଚାଲିଛି ଏହାର ସଫଳତାକୁ ନେଇ । ତେବେ ଏହାକୁ ସଫଳ କରିବା ପାଇଁ ମଧ୍ୟ ପ୍ରତ୍ୟକ ରାଜ୍ୟର ପୋଲିସ ମାନଙ୍କୁ କଡାକଡି ନିର୍ଦେଶ ଦିଆ ଯାଇଛି । ଯଦି କେହି ବି ବ୍ୟକ୍ତି ଏହି ନିୟମର ଅବମାନନା କରନ୍ତି ତେବେ ମୋଟ ରକମର ଫାଇନ ଦେବାକୁ ପଡିବ । ଏମିତିକି କିଛି ଲୋକ ନିଜର ବେହୁସିଆର ଗାଡି ଚାଳନ ପାଇଁ ମୋଟା ରକମର ଫାଇନ ଦେବା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଏହି ନିୟମ ଉପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକାରୀ ଏକ ବୟାନ ଦେଇଛନ୍ତି ଯାହା ଏବେ ଖୁବ ଭାଇରାଲ ହେଉଛି । ସେ କହିଛନ୍ତି ଆଇନକୁ ସମ୍ମାନ କରିବା ଆମର କର୍ତ୍ତବ୍ୟ କିନ୍ତୁ ଏହା ବ୍ଯତୀତ ଆଇନ କୁ ନେଇ ଲୋକଙ୍କ ମନରେ ଭୟ ବି ରହିବା ଦରକାର ।

ତାଙ୍କ କହିବା ଅନୁସାରେ ଯଦି ଟ୍ରାଫିକ ନିୟମ ନମାନି ଦୁର୍ଘଟଣା କରି ବସିବା ଏଥି ଲାଗି କିଏ ଦାୟି ହେବ ? ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଫାଇନର ରାଶି ବୃଦ୍ଧି କରିବା ପାଇଁ ସରକାର ଆଗ୍ରହୀ ନଥିଲେ ମଧ୍ୟ ଏହା କରିବାକୁ ବାଧ୍ୟ ହୋଇଛନ୍ତି ।

 

ଯାହା ଫଳରେ ଏକ ଏମିତି ସାମୀ ଆସିବ ଯେ ସମସ୍ତେ ସୁଧୁରିବେ ଓ କାହାକୁ ବି ଆଉ ଫାଇନ ଦେବାକୁ ପଡିବ ନାହିଁ । ଧୀରେ ଧୀରେ ସମସ୍ତେ ଏକ ଭଲ ଅଭ୍ଯାସରେ ପଡିବେ ଓ କୌଣସି ଭୁଲ ନ କରି ରାଜପଥରେ ଚଳାଚଳ କରିବେ । ସେଥିପାଇଁ ଏହି କିଛି ସମୟ ପାଇଁ ଏହି ନିୟମ କୁ ଏତେ କଡାକଡି କରାଯାଇଛି କି ସମସ୍ତଙ୍କ ମନରେ ଏକ ଭୟ ରହିବ କିଛି ଭୁଲ କରିବା ପାଇଁ ।

କିନ୍ତୁ ସୂଚନା ମୁତାବିକ କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମ ମୋଟର ଭେଇକଲ ଆକ୍ଟ କାର୍ଯ୍ୟକାରୀ ହେବା ପରେ ଏହାକୁ ସାରା ଦେଶରେ ବିରୋଧ କରାଗଲାଣି । ବିଭିନ୍ନ ଟ୍ରାନ୍ସପୋର୍ଟ ୟୁନିୟନ, ଟ୍ୟାକ୍ସି ୟୁନିୟନ ସମେତ ଅନ୍ୟ ସଙ୍ଗଠନମାନେ ଆଇନର କଟକଣାକୁ ବିରୋଧ କରିବା ସହ ସେପ୍ଟେମ୍ବର ୯ ତାରିଖ ଦିନ ରାଜଧାନୀ ଦିଲ୍ଲୀରେ ଚକ୍କାଜାମ ଡାକରା ଦେଇଛନ୍ତି। ତେବେ ସରକାର ଲାଗୁକରିଥିବା ନୂଆ ଆଇନକୁ ନେଇ ଆଉ ପଛକୁ ହଟି ନ ପାରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *