ଚାଲୁଥିବା ଟ୍ରେନ ରୁ ଗଳିପଡିଥିବା ଜିନିଷକୁ କେମିତି ଫେରି ପାଇବେ? ଏବେ ହିଁ ଜାଣି ନିଅନ୍ତୁ – ବହୁତ କାମରେ ଆସିବ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ କିଛି ଖାସ ତଥ୍ୟ ନେଇ ଆସିଛୁ । ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ଟ୍ରେନରୁ ଗଳି ଯାଇଥିବା ଜିନିଷକୁ ଫେରି ପାଇପାରିବେ । ଆପଣ ତ ଜଣାଇଥିବେ ଆଜିର ଯୁବ ପିଢୀମାନେ ସେଲଫି ବା ଫୋଟୋ ଉଠେଇବା ପାଇଁ ଯେମିତି ପାଗଳ । ତେବେ ବହୁତଥର ଏମିତି ହୋଇଥାଏ ସେମିତି ଫୋଟୋ ଉଠେଇବା ନିଶାରେ  କିଛି ଲୋକ ମୋବାଇଲ୍ ଚାଲୁଥିବା ଟ୍ରେନ୍ ବାହାରେ ପଡିଯାଇଥାଏ ।

ତେବେ ନିଜର ଫୋନ କିମ୍ବା ଅନ୍ୟ କିଛି ଦାମିକା ଜିନିଷ ଏମିତି ଚଳନ୍ତା ଟ୍ରେନରୁ ଗାଳି ପଡିଲେ ସେମାନଙ୍କୁ ବହୁତ ଚିନ୍ତା ଲାଗିଥାଏ ଓ ସେମାନେ ଟ୍ରେନର ଚେନ ଭିଡି ଥାନ୍ତ । କିନ୍ତୁ ଏପରି କରିବା ଏକ ଦଣ୍ତନୀୟ ଅପରାଧ ଅଟେ । ତେବେ ଆଜି ଆମେ ସେହି ବିଷୟରେ ଆପଣଙ୍କୁ କିଛି କହିବୁ କି କେମିତି ଆପଣ ବିନା ଚେନ ଟାଣି ଆପଣଙ୍କର ଜିନିଷକୁ ପାଇ ପାରିବେ । ଆପଣଙ୍କୁ ଖାଲି ଏତିକି କରିବାର ଅଛି କି ମୋବାଇଲ୍ ପଡିଯିବାର ଦେଖି ତଳକୁ ଅନେଇବା ପରିବର୍ତ୍ତେ ଇଲେକ୍ଟ୍ରିକ୍ ପୋଲ୍ ଉପରେ ଥିବା ନମ୍ବରକୁ ନୋଟ୍ କରନ୍ତୁ । ଏବେ ଆପଣ ଆର୍ ପିଏଫ୍ ହେଲ୍ପଲାଇନ୍ ନମ୍ବରରେ କଲ୍ କରନ୍ତୁ  ଓ ତାଙ୍କୁ କୁହନ୍ତୁ କି କେଉଁ ଷ୍ଟେସନ ମଧ୍ୟରେ ଓ କେତେ ନମ୍ବର ପୋଲ୍ ପାଖରେ ଆପଣଙ୍କ ମୋବାଇଲ୍ ଗଳି ପଡିଛି । ଆର୍ ପି ଏଫ୍ ଆପଣଙ୍କ ମୋବାଇଲ୍ ଖୋଜି ପାରିବେ ।

ଯାହା ଫଳରେ ଆପଣ ପରେ ଯାଇ ସେହି ଷ୍ଟେସନରୁ ନିଜ ମୋବାଇଲ୍ ଚିହ୍ନି କରି ଓ ପରିଚୟ ଦେଇକରି ମୋବାଇଲ୍ ଆଣି ପାରିବେ । ରେଲୱେ ଅଧିକାରୀ କହନ୍ତି କି ଛୋଟ ମୋଟ ଏମର୍ଜେନ୍ସି ପାଇଁ ଟ୍ରେନ୍ କ୍ୟାପଟେନ୍ । ଟିଟିଆଇ । ଆର୍ ପିଏଫ୍ ଟେନ୍ ଏସ୍କର୍ଟ। କୋଚ ଆଟେଡାଣ୍ତ ଓ କିଛି ଅଲଗା ରେଲୱେ ଷ୍ଟାଫ୍ ଙ୍କୁ ଏହି ବିଷୟରେ ସୁଚିତ କରନ୍ତୁ । ରେଲୱେ ପ୍ରୋଟେକ୍ସନ ଫୋର୍ସ ଆର୍ ପିଏଫ୍ ଅଲ୍ ଇଣ୍ତିଆ ସିକ୍ୟୁରିଟି ହେଲ୍ପଲାଇନ୍ ନମ୍ବର ୧୮୨ ଅଟେ ।  ଆପଣ କେଉଁ ସମୟରେ ହେଲେ ବି ଏହି ନମ୍ବର ଡାଏଲ୍ କରି ସାହାର୍ଯ୍ୟ ମାଗିପାରିବେ ।

ଚାଲୁଥିବା ଟ୍ରେନ୍ ରେ ଚେନ୍ ଟାଣିବା ଆଇନ୍ ଅନୁଯାୟୀ ଦଣ୍ତନୀୟ ଅଟେ । ଏହା କରୁଥିବା ଲୋକଙ୍କୁ ଜୋରିମାନା ଲାଗିପାରେ । ଜେଲ୍ ବି ଯିବାକୁ ପଡିପାରେ । ସେଥିପାଇଁ ଏହି କାର୍ଯ୍ୟରୁ ନିଜକୁ ନିବୃତ ରଖନ୍ତୁ । ଏହିଭଳି ଅନେକ ବହ୍ଳା ଭଲ ନ୍ଯୁଜ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *