ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ସବୁ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । କେବେ ପାରିବାରିକ ଜୀବନକୁ ନେଇ ତ ଆଉ କେତେବେଳେ ବାହାର ଦୁନିଆର ଘଟଣା କୁ ନେଇ ଭିଡିଓ ଭାଇରାଲ ହେଉଛି । ବର୍ତ୍ତମାନ କିଛି ସମୟ ହେବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ରେ ମହିଳା ଜଣକ ସିଟ ନ ପାଇ କିପରି ଟ୍ରେନ ଆଗରେ ଯାତ୍ରା କରିଛନ୍ତି ତାହା ଦୃଶ୍ୟମାନ ହେଉଛି ।

ମହିଳା କହୁଛନ୍ତି ତୁ ହର୍ନ ବଜା କୀତନା ବଜାନା ହେ ବଜା । ତେବେ ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ହୁଏ ତ ସହଜରେ ବୁଝା ପଡିବ ନାହି । ଟ୍ରେନ ଲାଇନ ରେ ଜଣେ ମହିଳା ଛିଡା ହୋଇଛନ୍ତି ଆଉ ରାଗି କି କିଛି କହୁଛନ୍ତି । ଏଲେ ଟ୍ରେନ ହର୍ନ ମାରୁଥିବାର ମହିଳା ଜଣକ କଣ କାହାକୁ କହୁଛନ୍ତି ତାହା ସ୍ପଷ୍ଟ ଜଣା ପଡୁ ନାହି । କିନ୍ତୁ ଘଟଣା ଟି ଏତେ ରୋଚକ ଥିଲା ଯେ ଆପଣ ଜାଣିବା ପରେ ଇ କହିବେ ଇଏ କେମିତିକା ବୁଦ୍ଧି ? ଦର୍ଶକ ବନ୍ଧୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ରେଲୱେ ଷ୍ଟେସନ ର ।
ସୂଚନା ଅନୁଯାୟୀ ଟ୍ରେନ ରେ ଯିବା ପାଇଁ ମହିଳା ଜଣକ ଟିକେଟ କରିଥିଲେ ହେଲେ କୌଣସି କାରଣରୁ ଟିକେଟ କନଫର୍ମ ହୋଇ ନ ଥିଲା । ଆଉ ଟିକେଟ କନଫର୍ମ ନ ହେବା କାରଣରୁ ମହିଳା ଜଣଙ୍କର ରାଗ ପୁରା ପଞ୍ଚମ ହୋଇ ଯାଇଥିଲା । ଏମିତିକି ଟିକେଟ କାହିଁକି କନଫର୍ମ ହେଲା ନାହି ଟ୍ରେନ ଆଗରେ ପ୍ରତିବାଦ କରିଥିଲେ ସମ୍ପୂର୍କ୍ତ ମହିଳା ଜଣକ । ଏମିତି କି ୨୦ ମିନିଟ ପର୍ଯ୍ୟନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ ମହିଳା ଜଣକ ।

ଏହି ଘଟଣା ଟି ଗତ ୮ ତାରିଖ ରେ ଘଟିଥିବା ବେଳେ ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଯସବନ୍ତପୁର ଯିବା ଯଶବନ୍ତପୁର ଟାଟା ଟ୍ରେନରର ଟିକେଟ ବୁକିଙ୍ଗ କରିଥିଲେ ମହିଳା ଜଣକ । କିନ୍ତୁ ତାଙ୍କ ଟିକେଟ କନଫର୍ମ ହୋଇ ନ ଥିଲା । ପରେ ଏହି ମହିଳା ଜଣକ ମଙ୍ଗଳବର ଦିନ ଯସବନ୍ତପୁର ଟାଟା ଟ୍ରେନ ଆଗରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ।
ମହିଳା ଙ୍କର ଏଭଳି ହରକତ ଦେଖି ଷ୍ଟେସନ ମାଷ୍ଟର ଓ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ । ପରେ ମହିଳା ଆଣକ ଟ୍ରେନ ଆଗରୁ ହଟିଥିଲେ । ପରେ ଟ୍ରେନ ଟି ଷ୍ଟେସନ ଛାଡିଥିଲା । ଅନ୍ୟ ଏକ ଟ୍ରେନ ରେ ମହିଳା ଜଣଙ୍କୁ ଯସବନ୍ତପୁର ପଠା ଯାଇଥିବାର ସୂଚନା ମିଳିଛି । ଏବେ ସିଟ ପାଇଁ ଅଭାବ ହେଉ ଥିବାରୁ ସବୁ ଆଡେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।
