ଗୋଟିଏ ଦିନରେ ଦୁଇ ଜଣ ହିରୋଇନଙ୍କ ସରିଛି ନିର୍ବନ୍ଧ, Riyaଙ୍କ ସହ Sunilଙ୍କୁ Lipsa ସହ Akash…

ଦର୍ଶକ ବନ୍ଧୁ ଏବେ ଓଲିଉଡ ସୁନ୍ଦରୀ ରିୟା ଦେ ଙ୍କ ଜୀବନରେ ମେଘ ଝରିଛି । ତାଙ୍କ ଜୀବନରେ ଫୁଟିଛି ଫୁଲର ଋତୁ । କେଉଁ ଦୁନିଆରୁ ସୁନିଲ କୁମାର ଆସି ରିୟା ଙ୍କୁ ପରି ସଜାଇ ନେଇଯିବ । ଫିଲ୍ମ “ଅଢେଇ ଅକ୍ଷର ପ୍ରେମ” ରେ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନଜରକୁ ଆସିଥିବା ଓଡିଆ ସୁନ୍ଦରୀ ରିୟା ଦେ ଏବେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଖାଲି ସେ ନୁହନ୍ତି ବରଂ “କିଛି ଲୁହ ପିଇଯାଏ ଓଠ” ମେଗାଧାରାବାହିକ ରୁ ନିଜର କ୍ଯାରିରେ ଆରମ୍ଭ ଅରିଥିବା ଲିପ୍ସା ଆଉ କିନ୍ତୁ କାନ୍ଦିବେ ନାହି ।

କାରଣ ତାଙ୍କ ଆଖି ରୁ ଲୁହ ପୋଛିବା ପାଇଁ ତାଙ୍କ ଜୀବନ ସାଥି ଆକାଶ ମିଳି ଯାଇଛନ୍ତି । ହା ଦର୍ଶକ ବନ୍ଧୁ ଓଲିଉଡ ରେ ଆରମ୍ଭ ହୋଇଛି ବିବାହର ସିଜନ । ଗୋଟିଏ ଦିନରେ ଦୁଇ ଜଣଙ୍କର ନିର୍ବନ୍ଧ ସରିଛି ମୁଦି ପିନ୍ଧା ସାରିଛି । କେବଳ ବିବାହକୁ ଅପେକ୍ଷା ରହିଛି । ବହୁତ ଜଲ୍ଦି ଘୋଷଣା ହେବେ ଅଭିନେତ୍ରୀ ଲିପ୍ସା ଓ ରିୟା ଦେ ଙ୍କ ବିବାହ ଡେଟ । ଯେଉଁ ଦିନ ଦୁଇ ଅଭିନେତ୍ରୀ ମଥା ରେ ଓଢଣି ଦେଇ ମୁଣ୍ଡରେ ସିନ୍ଦୁର ଓ ହାତରେ ଶଙ୍ଖା ପିଣ୍ଡି ଶାଶୁଘରକୁ ଯିବେ ।

ଦର୍ଶକ ବନ୍ଧୁ କହି ରଖିବାକୁ ଚାହୁଁ ଛୁ କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଦୁଇ ଜଣ ଓଡିଆ ନାୟିକା ରିୟା ଦେ ଓ ଲିପ୍ସା ମହାପାତ୍ର ଏନକେ ନିର୍ବନ୍ଧ ସାରିଛି ।  ଏହାର ଫୋଟୋ ଓ ଭିଡିଓ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଆଉ ଏମିତି ଏକ ଖବର ଆସିବା ପରେ ଓଲିଉଡ ରେ ଖୁସି ର ଲହରୀ ଖେଳି ଯାଇଛି । କାରଣ ଦୁଇ ଜଣ ନାୟିକା ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ।

ଓଲିଉଡ ର ସୁନ୍ଦରୀ ରିୟା ଦେ ସୁନୀଲ କୁମାର ଦଳାଇ ଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଲିପ୍ସା ଆକାଶ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଫୋଟୋ ଉଭୟ ରିୟା ଓ ଲିପ୍ସା ନିଜ ନିଜ ସୋସିଆଲ ମିଡିଆରେ ପୋଷ୍ଟ ଅରିଛନ୍ତି । ଆଉ ଯାହାକୁ ନେଇ ଉଭୟ ରିୟା ଓ ଲିପ୍ସା ଙ୍କୁ ନିଜର ଫ୍ୟାନ୍ସ ମାନେ ଶୁଭେଚ୍ଛା ଦେଉଛନ୍ତି । ଗତ କାଲି ଠାରୁ ଏ ଯାଏଁ ଅନେକ ଶୁଭେଚ୍ଛା ଦୁହିଙ୍କ ପାଖକୁ ଆସିଛି । ତେବେ ଦୁହିଙ୍କର ମ୍ୟାରେଜ ଲାଇଫ କୁ ନେଇ ଚାରି ଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଆଶା କରୁଛୁ ଦୁହିଙ୍କର ବୈବାହିକ ଜୀବନ ଆଗାମୀ ସମୟରେ ସୁଖମୟ ଓ ଆନନ୍ଦମୟ ହେଉ ।

ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ରିୟା ଦେ ଓ ଲିପ୍ସା କେମିତି ଲାଗନ୍ତି ଏବଂ ଦୁହିଙ୍କର ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *