ମୋ ସ୍ୱାମୀ ଅନ୍ୟ ଝିଅଙ୍କ ସହ ଗପୁଛି, ଟିକେ ଟିକେ କଥାରେ ମୋ ସ୍ୱାମୀ ଛାଡପତ୍ର ଦେବ ବୋଲି…ନିଜ ସ୍ଵାମୀ ନାଁ ଏଭଳି ସାଂଘାତିକ ଅଭିଯୋଗ ଆଣି କଣ କହୁଛନ୍ତି Sumati, ଦେଖନ୍ତୁ Video

ମୋ ସ୍ଵାମୀ ଅନ୍ୟ ଝିଅଙ୍କ ସହ ରହୁଛି ସମ୍ପର୍କ ରଖୁଛି ଏହାର ପ୍ରତିବାଦ କରିବାରୁ ମୋତେ ଘରୁ ବାହାର କରିଦେଲା । ମୋ ଶାଶୁଘରେ ମୋତେ ନିର୍ଯ୍ୟାତନା ଦେଲେ ମୋ ପୁଅ ସହ ମୋତେ ଘରୁ ବାହାର କରିଦେଲେ । ଟିକେ ଟିକେ କଥାରେ ସ୍ଵାମୀ କହୁଛି ଛାଡପତ୍ର ଦେବ । ଛୋଟ ପିଲାକୁ ନେଇ କୁଆଡେ ଯିବି ଯେ ପର୍ଯ୍ଯନ୍ତ ମୋତେ ନ୍ୟାୟ ନ ମିଳିଛି ସେ ପର୍ଯ୍ଯନ୍ତ ମୁଁ ଏଠାରେ ତମ୍ବୁ ତଳେ ବସିବି । ସ୍ଵାମୀକୁ ଅପେକ୍ଷା କରି ତାଙ୍କ ଦୁଆର ବାହାରେ ଜଗିକି ବସିବି ।

ହା ଆଜ୍ଞା ଗଞ୍ଜାମ ପରେ ଏବେ ବାଳସ୍ଵାର ରେ ଦେଖାଯାଇଛି ଏଭଳି ଘଟଣା । ଗଞ୍ଜାମର ଦୀପିକାଙ୍କ ପରେ ବାଲଶ୍ବରର ସୁମତି । ନ୍ୟାୟ ପାଇବା ପାଇଁ ସ୍ଵାମୀ ଘରେ ଆଗରେ ଧାରଣା ଦେଇଛନ୍ତି ସୁମତି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଜାନୁଗଞ୍ଜା ଶ୍ରୀକୃଷ୍ଣପୁର ଅଞ୍ଚଳର ବୋହୂ ସୁମତି ବେହେରା ଶାଶୁଘର ଆଗରେ ପୁଅକୁ ଧରି ନ୍ୟାୟ ପାଇବାକୁ ତମ୍ବୁ ତଳେ ବସିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ନିଳଗିରି ବାଉଁଶ ବଣାଇ ଅଞ୍ଚଳର ସୁମତି ବେହେରା ରେମୁଣା ଜାନୁଗଞ୍ଜା ଶ୍ରୀକୃଷ୍ଣପୁର ରହିଥିବା ବୁରା ବେହେରାଙ୍କୁ ୨୦୦୬ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ପାଇଁ କଳହ ସୃଷ୍ଟି ହୋଇଥିଲା । ସେଇ ଘଟଣା ଏବେ ବଡ ହେଲା କି ପରବର୍ତ୍ତୀ ସମୟରେ ମୋହନା ଛକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁମତି । ପରେ ବୁରା ବେହେରା କୋର୍ଟର ଦ୍ଵାରସ୍ଥ ହୋଇ ଜାମିନରେ ଆସିଥିଲେ ।

ଏହି ଘଟଣାର ଏକ ମାସ ବିତିଯାଇଥିଲେ ବି ସୁମତି ଥଣ୍ଡାରେ ତମ୍ବୁ ତଳେ କୁନି ପୁଅକୁ ଧରି ବସିଛନ୍ତି । ସେପରେ ବୁରା ବେହେରା ସୁମଟୋଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଉ କହିଛନ୍ତି ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ଉପରେ ସନ୍ଦେହ କରୁଥିଲେ । କାହା ସହ କଥା ବି କରାଇ ଦେଉ ନ ଥିଲେ । ଏମିତିକି ସୁମତିଙ୍କ ମା ଙ୍କ ସହ କଥା ହେଲେ ବି ସୁମତି ସନ୍ଦେହ କରି ତାଙ୍କ ସ୍ବାମୀଙ୍କୁ ଗାଳି କରନ୍ତି । ଆଉ ଟିକେ ଟିକେ କଥାରେ ଜୀବନ ହାରିବେ ବୋଲି କହୁଥିଲେ ସୁମତି ।

ଆଉ ଶେଷରେ ନିଜ ସ୍ତ୍ରୀକୁ ପାଖରେ ରଖିବେ ନାହି ବୋଲି ସ୍ଵାମୀ କହୁଛନ୍ତି । ଥାନା ରେ ସୁମତି ଙ୍କୁ ଧାରଣା ଦେବାକୁ ମନା କରିଥିଲେ କିନ୍ତୁ ସେ ମାନି ନ ଥିଲେ । ଆଉ କିଛି ଖରାପ ଲୋକଙ୍କ କଥାରେ ପଡି ସୁମତି ଏମିତି ଧାରଣା ରେ ବସିଛନ୍ତି । କେହି ତାଙ୍କୁ କହି ନାହାନ୍ତି ଏମିତି କରିବାକୁ । କରା ସେ ଥାନା ରେ କେସ ଦେଇଛନ୍ତି ସେଥିପାଇଁ ପୋଲିସ ମନା କରିବା ପରେ ବି ସୁମତି ଧାରଣା ରେ ବସିବାକୁ ନିସ୍ପତି ନେଲେ ।

ଦେଖାଯାଉ ସୁମତି ଙ୍କୁ କେବେ ନ୍ୟାୟ ମିଳୁଛି ଆଉ ତାଙ୍କ ସ୍ଵାମୀ କହୁଥିବା କଥା କେତେ ଦୂର ସତ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *