ନିଜ ଜୀବନ ସହ ଖେଳି ଏହି ଟ୍ରକ୍ ବାଲା ବଞ୍ଚାଇଲା ଥିଲା ଏକ ଝିଅର ଇଜ୍ଜତ, ୪ ବର୍ଷପରେ ସେହି ଝିଅ ଏମିତି ଶୁଝିଲା ଋଣ – ନିଶ୍ଚୟ ପଢନ୍ତୁ

ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ବାସ କରନ୍ତି ତେବେ ସେ ସବୁ ବେଳେ ତମ ସହ ଥାନ୍ତି। ଯେତେବି ବଡ ଦୁଃଖ ବା କଷ୍ଟ ଆସିଲେ ସେ ତମକୁ ଉଧାର କରନ୍ତି। ଏମିତି କିଛି ହୋଇଥିଲା ସାବିତ୍ରୀ ଦେବୀଙ୍କ ସହ।  ଆଜି ଆମେ ପିଲିଭିତ୍ ଓ ଟନକ୍ ପୁର୍ ମାର୍ଗ ଠାରେ ଥିବା ହରଦୟାଲପୁର୍ ଗାଁର ଏକ ଘଟଣା ବିଷୟରେ କିଛି କହିବୁ  ଓ ଏହାକୁ ଜାଣିଲା ପରେ ଆପଣ ବି ଏହି କଥାକୁ ବିଶ୍ୱାସ କରିନେବେ । ଏହି ଗାଁର ପାଖାପାଖି ବହୁତ ଘଞ୍ଚ ଜଙ୍ଗଲ ଅଛି ଓ ଗାଁ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ସାବିତ୍ରୀ ଦେବୀଙ୍କ ଚାଳିଆ ଅଛି ।

ସାବିତ୍ରୀ ଦେବୀ ନିଜ ଚାଳିଆରେ ୧୭ ବର୍ଷୀୟ ଝିଅ କିରଣ ସହ ରହୁଛନ୍ତି । ସାବିତ୍ରୀଙ୍କ ସ୍ୱାମୀ ୪ ବର୍ଷ ପୂର୍ବରୁ ଦୁନିଆଁରୁ ଚାଲିଯାଇଛନ୍ତି । ସ୍ୱାମୀ ଚାଲିଗଲା ପରେ ମା ଓ ଝିଅ ପୁରା ଏକୁଟିଆ ହୋଇଯାଇଛନ୍ତି । କିଛି ଦିନ ପୂର୍ବରୁ ମା ଝିଅ ନିଜ ଚାଳିଆ ଘରେ ଶୋଇଥିଲେ । ସେତେବେଳେ କିଛି ଗୁଣ୍ତା ଆସି ତାଙ୍କ ଘର ଉପରେ ଆକ୍ରମଣ କରିଦେଇଥିଲେ । ସେହି ସମୟ ପ୍ରାୟ ୧.୩୦ ହେଇଥିଲା । ସେତେବେଳେ ସେହି ଗୁଣ୍ତା ମାନେ ସାବିତ୍ରୀ ଦେବୀଙ୍କ ଝିଅ କିରଣକୁ ଉଠାଇନେଲେ ଓ ଜଙ୍ଗଲ ଆଡକୁ ପଳେଇଲେ । ସେତେବେଳେ କିରଣ ବହୁତ ଚିତ୍କାର କରିଥିଲେ ।

ହଟାତ ସେହି ସମୟରେ କେହି ତାକୁ ବଞ୍ଚାଇବାକୁ ତାର ଭଗବାନ ହୋଇ ଆସିଲା । ଯେତେବେଳେ ଗୁଣ୍ତା ମାନେ କିରଣଙ୍କୁ ଜଙ୍ଗଲ ଆଡକୁ ନେଇ ଯାଉଥିଲେ ସେତେବେଳେ ଗୋଟେ ଟ୍ରକ୍ ଯାଉଥିଲା । ଟ୍ରକ୍ ଡ୍ରାଇଭର ଅସଲମ୍ ଯେତେବେଳେ କିରଣର ଚିତ୍କାର ଶୁଣିଲେ ସେତେବେଳେ ନିଜ ଟ୍ରକକୁ ଅଟକାଇଥିଲେ ଓ ସେ ନିଜର ଏକ ସାଙ୍ଗ ସହ ଜଙ୍ଗଲ ଆଡକୁ ଗଲେ । ସେତେବେଳେ ସେ ପହଞ୍ଚି ଦେଖିଲେ ଯେ ସେହି ଗୁଣ୍ତା ମାନେ କିରଣକୁ ବଳାତ୍କାର କରିବାକୁ ଉଦ୍ୟମ କରୁଛନ୍ତି । ଏହା ଦେଖି ତୁରନ୍ତ ଅସଲମ୍ ଦୁଇ ହାତରେ ସେ ଗୁଣ୍ତାକୁ ଧରିପକାଇଲା ଓ ଦ୍ୱିତୀୟ ଗୁଣ୍ତାକୁ ତାର ମୁଣ୍ତ ଉପରକୁ ଆକ୍ରମଣ କଲା ।

ଅସଲମ ଙ୍କ ଦେହରେ ଆଘାତ ଲାଗିବା ପରେ ମଧ୍ୟ ସେ ହାର୍ଡ଼ ମନି ନଥିଲେ, ସେ କିରଣକୁ ବଞ୍ଚାଇବା ପାଇଁ ସେହି ଗୁଣ୍ଡା ମାନଙ୍କ ସହ ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ। । ଶେଷରେ ସେମାନେ ହାରମାନି ସେହି ଜାଗରୁ ପଳାଇଥିଲେ। ଓ ଅସଲମକୁ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରଯାଇଥିଲା। କିଛି ଦିନ ପରେ ଯେତେବେଳେ ସେ ସୁସ୍ଥ ହେଲେ ସେ କିରଣ ଓ ତାଙ୍କ ମାଙ୍କୁ ଦେଖା କରି ସେଠାରୁ ବିଦାୟ ନେଇଥିଲେ। ଏହାର କିଛି ବର୍ଷ ପରେ ସେ ପୁଣି ଯେବେ ସେହି ରାସ୍ତା ଦେଇ କିଛି କାମରେ ଯାଉଥିଲେ ତାଙ୍କ ଟ୍ରକ ରେ ନିଆଁ ଲାଗି ସେ ଗୋଟେ ଗତରେ ପଡିଯାଇଥିଲେ।

ସେ ଗାତ ସାବିତ୍ରୀ ଦେବୀଙ୍କ ଘରଠାରୁ ପ୍ରାୟ ୧ କିଲୋମିଟରେ ଦୂରରେ ଥିଲା । ଅଚାନକ ରାତିରେ ଏପରି ଶଦ୍ଧ ଶୁଣି ସାବିତ୍ରୀ ଓ ତାଙ୍କ ଝିଅଙ୍କ ନିଦ ଭାଙ୍ଗିଗଲା । ଶଦ୍ଦ ଶୁଣି ମା ଓ ଝିଅ ସେ ଗାତ ପାଖରେ ପହଞ୍ଚିଥିଲେ । ସେମାନେ ଯେମିତି ସେମିତି କରି ଅସଲମ୍ ର ଜୀବନ ବଞ୍ଚେଇଲେ ଓ ତାକୁ ଘରକୁ ନେଇ ଆସିଥିଲେ । ସେମାନେ ଆଘାତ ପାଇ ଥିବା ଅସଲମ୍ କୁ ଡାକ୍ତର ଡକେଇ ଚିକିତ୍ସା କଲେ । ଯେତେବେଳେ ଅସଲମ୍ କୁ ହୋସ୍ ଆସିଲା ସେ କିରଣକୁ ଚିହ୍ନିପାରିଥିଲା । ସେତାପରେ କିରଣ କୁ ପଚାରିଥିଲା କି ତୁମେ ସେହି ଝିଅକି ଯାହାକୁ ଗୁଣ୍ତା ମାନେ ଉଠାଇ ନେଇଥିଲେ । ଏହାଶୁଣି କିରଣ ବି ଅସଲମ୍ କୁ ଚିହ୍ନିପାରିଲା ଓ କୁଣ୍ଠାଇ କାନ୍ଦିବାକୁ ଲାଗିଲା । ଅସଲମ୍ ବି କାନ୍ଦିଥିଲା । ତାପରେ କିରଣ ତାକୁ ଭାଇ କରିଥିଲା । ଓ ସବୁ ରକ୍ଷା ବନ୍ଧନ ଦିନ ସେ ଅସଲମ୍ କୁ ରାକ୍ଷୀ ବାନ୍ଧୁଛି ।

ଏହି ଷ୍ଟୋରି ଟି ଭଲ ଲାଗିଲେ ଗୋଟେ ଶେୟାର ନିଶ୍ଚୟ କରିବେ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *