ବନ୍ଧୁଗଣ ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ପବିତ୍ର ମାନା ଯାଇଛି । ଯେଉଁ ଘରେ ତୁଳସୀ ଗଛ ଥାଏ ଓ ତାହାର ପୂଜା କରାଯାଏ ସେଠାରେ ଦାରିଦ୍ରତା, କ୍ଲେଶ ଦୂର ହୋଇଥାଏ । କାରଣ ଯେଉଁଠି ତୁଳସୀଙ୍କ ବାସ ଥାଏ ସେଠାରେ ସବୁ ଦେବାଦେବୀଙ୍କ ବାସ ହୋଇଥାଏ । ତୁଳସୀ ଏମିତି ଏକ ଗଛ ଯାହା ଆଧ୍ୟାତ୍ମିକ ବୈଜ୍ଞାନିକ ଦ୍ରୁଷ୍ଟିରୁ ସବୁଠୁ ମହତ୍ତ୍ଵପୂର୍ଣ୍ଣ ଅଟେ ।
ପ୍ରତିଦିନ ତୁଳସୀ ପାତ୍ର ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସ୍ତ୍ରୀ ମାନେ ତୁଳସୀ ଗଛରେ ଜଳ ଅରପଣ କରିଲେ ସେମାନେ ସୁହାଗିନୀ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ପ୍ରକାରର ତୁଳସୀ ଘରେ ଲଗାଇବା ଅନୁଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ କେବେ ଘରର ଛାତ ଉପରେ ଲଗାନ୍ତୁ ନାହିଁ । କାରଣ ଏହା ଦ୍ଵାରା ଘରକୁ ପଜେଟିଭ ଊର୍ଜା ପ୍ରବେଶ କରିପାରେ ନାହିଁ ।
ତୁଳସୀ ଗଛ ଏମିତି ସ୍ଥାନରେ ରହିବା ଉଚିତ ଯେଉଁଠି ପବନ ଓ ଊର୍ଜା ଘରକୁ ପ୍ରବେଶ କରି ଘରକୁ ପ୍ରବେଶ କରୁଥିବ । ତେବେ ଯାଇ ଏହି ଗଛର ଶୁଭ ପରିଣାମ ପ୍ରାପ୍ତ ହେବ । ତୁଳସୀ ଗଛ ନେଗେଟିଭ ଶକ୍ତିକୁ ପଜେଟିଭ ଶକ୍ତିରେ ପାଇରବରତନ କରିଥାଏ । ଏହା ସହ ଛାତ ଉପରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ ।
ତୁଳସୀ ଗଛ ଅନ୍ଧାର ସ୍ଥାନରେ ଲଗାଇଲେ ଆର୍ଥିକ ହାନି ହେବା ସହ ଧନ ନାଶକାରୀ ହୋଇଥାଏ । ତେଣୁ ଯେଉଁଠି ସୂର୍ଯ୍ୟ କିରଣ ପଡୁଥିବ ସେଠାରେ ତୁଳସୀ ଗଛ ଲଗାଇବା ଉଚିତ । ଦ୍ଵିପହରରେ ତୁଳସୀ ଗଛରେ କିରଣ ପଡିବା ଉଚିତ ନୁହେଁ । ଯାହା ଦ୍ଵାରା ତୁଳସୀ ଗହ କେବେ ଶୁଖିବ ନାହିଁ । ତୁଳସୀ ଗଛ ପାଖରେ ଛୋଟ ମନ୍ଦିର ନିର୍ମାଣ କରିଲେ ଶୁଭ ହୋଇଥାଏ ।
କିନ୍ତୁ ମହାଦେବ, ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ବର୍ଜିତ ଅଟେ । ତୁଳସୀ ଗଛ ଲଗାଇବେ ବେଳେ ଛାତରୁ ଯେମିତି ପାଣି ପଡୁ ନ ଥିବ ତଥା ଅନ୍ୟ ଜଳ ପଡୁ ନ ଥିବ । ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଅନୁଚିତ । ବାସ୍ତୁ ଅନୁସାରେ ଐଶାନ୍ୟ କୋଣ ସର୍ବ ଶ୍ରେଷ୍ଠ ଅଟେ । ତୁଳସୀ ଗଛ ଲାଗାଇବା ପାଇଁ ପୂର୍ବ ଦିଗ ଶୁଭ ଅଟେ । ଏହାଦ୍ବାରା ଧନ ସମ୍ପତି ବୃଦ୍ଧି ହୋଇଥାଏ ।
ବିଷମ ସଂଖ୍ଯାରେ ତୁଳସୀ ଗଛ ଲଗାଇବା ଅନୁଚିତ । ତୁଳସୀ ଗଛ ପାଖରେ ଝାଡୁ, ଜୋତା, ଚପଲ ରଖନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ତୁଳସୀ ୫ ପ୍ରକାରର ଯଥା ରାମ ତୁଳସୀ, ଶ୍ୟାମ ତୁଳସୀ, ବିଶୁଣୁ ତୁଳସୀ, କ୍ରୀଷ୍ଣା ତୁଳସୀ ଓ ଶ୍ଵେତ ତୁଳସୀ । ଘରେ ରାମ ବା ଶ୍ୟାମ ତୁଳସୀ ଲଗାଇବା ଶୁଭ ହୋଇଥାଏ । ଅନ୍ୟ ତୁଳସୀ ଲଗାଇବା ଅନୁଚିତ । ରାମ ତୁଳସୀର ଶାଖା ଶ୍ଵେତ ବର୍ଣ୍ଣ ହୋଇଥାଏ । ତୁଳସୀ ଏତେ ପବିତ୍ର କୁ ଏହା ମନରେ ପଜେଟିଭ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।