ତୁଳସୀ ପତ୍ରକୁ ଏହି ସ୍ଥାନାରେ ରଖି ଦିଅନ୍ତୁ, ପୁରା ହେବ ଆପଣଙ୍କର ସମସ୍ତ ଇଚ୍ଛା- Vastu Tips

ତୁଳସୀର ମହାନତା ବିଷୟରେ ଆମେ ସମସ୍ତ ଜାଣିଛୁ । ତୁଳସୀ ଗଛକୁ ଆମେ ଆମ ଘରେ ରଖି ଥାଉ ଓ ସକାଳ ସମୟରେ ପାଣି ଅର୍ପଣ କରିଥାଉ । ସନ୍ଧ୍ୟା ସମୟରେ ବି ଦୀପ ଦେଇଥାଉ । ତୁଳସୀ ଗଛର ଏତେ ପ୍ରଭାବ ଅଛି କି ତୁଳସୀ ଗଛର ପୂଜା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି, ଧନ ଧାନ୍ୟରେ ବୁଦ୍ଧି ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ପତ୍ରର କିଛି ଏମିତି ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣମାନେ କରୁଛନ୍ତି ତେବେ ଆପଣଙ୍କ ଇଚ୍ଛା କରୁଥିବା ସମସ୍ତ କାମ ଓ ସ୍ଵପ୍ନ ପୁରା ହୋଇଯିବ ।

ଯେମିତି କି ଘରେ ସୁଖ ସମୃଦ୍ଧି ରହିବ, ବ୍ୟାପାରରେ ବୁଦ୍ଧି ହେବ, ଚାକିରିରେ ଉନ୍ନତି କରିବେ, ମନ ଇଚ୍ଛା ବର ମିଳିବ, ନକରାତ୍ମକ ବିଚାର ଦୂର ହେବ, ପରିବାରରେ ବିବାଦ ଦୂର ଯିବ, ପିଲାମାନଙ୍କର ପାଠ ପଢାରେ ମନ ଲାଗିବ ଇତ୍ୟାଦି ।

ଯଦି ଧନର ଅଭାବ ଅଛି ତେବେ ଗୁରୁବାର ଦିନ ତୁଳସୀ ଗଛ ତଳେ ଯେଉଁ ଘାସ ଥାଏ, ଯଦି ସେହି ଘାସକୁ ଆପଣ ଏକ ହଳଦିଆ କପଡାରେ ବାନ୍ଧି ଘର କିମ୍ବା ଅଫିସରେ ନିଜର ଟଙ୍କା ରଖୁଥିବା ସ୍ଥାନରେ ରଖୁଛନ୍ତି ତେବେ ଆପଣଙ୍କର ଟଙ୍କା ବୁଦ୍ଧି ହେବ । ଏହି ଘାସକୁ ବହୁତ ସୁରକ୍ଷିତର ସହ ଉପାଡନ୍ତୁ । ଧ୍ୟାନ ରଖିବେ କି ସେହି ଜିନିଷକୁ କେହି ବି ହାତ ନ ଲଗାନ୍ତୁ ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପକେଟ ସବୁବେଳେ ଟଙ୍କାରେ ଭର୍ତ୍ତି ଥାଉ ଓ ଘରେ ଧନର ଅଭାବ ନ ହେଉ, ତେବେ ଆପଣ ଗୋଟିଏ ତୁଳସୀ ପତ୍ରକୁ ସବୁବେଳେ ନିଜ ପକେଟରେ ରଖନ୍ତୁ । ଏହି ପତ୍ର ଶୁଖି ଯାଉଛି ତେବେ ତାକୁ ବଦଳି ନୂଆ ପତ୍ର ରଖନ୍ତୁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କ ପର୍ସ ସବୁବେଳେ ଟଙ୍କାରେ ପରିପୂର୍ଣ ରହିବ ।

ଯଦି ଘରର ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ଵରେ ଯଦି ଆମେ ଦୁଇଟି ତୁଳସୀ ଗଛ ରଖୁଛୁ ତେବେ ଏହା ଦ୍ଵାରା ଘରେ କେବେ ବି ଧନର ଅଭାବ ରହିବ ନାହିଁ । କିନ୍ତୁ ଧ୍ୟାନ ରଖିବେ କି ଶୁଖିଲା ଗଛ କେବେ ବି ଘରେ ରଖିବେ ନାହିଁ । ତୁଳସୀ ଗଛ ଶୁଖି ଗଲା ପରେ ସେହି ସ୍ଥାନରେ ଭଲ ଗଛ ଲଗାନ୍ତୁ । କେବଳ ତୁଳସୀ ଗଛ ନୁହେଁ ଅନ୍ୟ ଯେ କୌଣସି ଗଛ ଯଦି ଶୁଖି ଯାଇଛି ତେବେ ତାକୁ ଘରେ ରଖନ୍ତୁ ନାହିଁ ।

ଯଦି ଆପଣଙ୍କ ସନ୍ତାନ ପାଠ ପଢାରେ କମଜୋର ଅଛି ତେବେ ତାଙ୍କୁ ତୁଳସୀ ଗଛର ପୂଜା କରିବା ପାଇଁ ପ୍ରେରିତ କରନ୍ତୁ । ସକାଳ ସମୟରେ ତାଙ୍କୁ ତୁଳସୀ ଗଛରେ ଜଳ ଅର୍ପଣ କରିବା ପାଇଁ କୁହନ୍ତୁ । ଏହା ସହିତ ସବୁଦିନ ନିଜର ସନ୍ତାନକୁ ତୁଳସୀ ଗଛର ତିନୋଟି ପତ୍ର ସେବନ କରିବାକୁ ଦିଅନ୍ତୁ । ତୁଳସୀ ଗଛର ପତ୍ରକୁ କେବେ ବି ଚୋବାଇ ଖାଇବା ଉଚିତ ନୁହେଁ, ଏହାକୁ ସିଧା ଗିଳି ଦେବା ଉଚିତ । ଏହା ଦ୍ଵାରା ସନ୍ତାନର ସ୍ମରଣ ଶକ୍ତି ବଢିବ ।

ଯଦି ଘରେ ସର୍ବଦା ସମସ୍ୟା ଚାଲିଛି ତେବେ ତୁଳସୀର ୧୧ଟି ପତ୍ର ନେଇ ତାକୁ ଭଲ ଭାବରେ ଧୋଇ ଯେଉଁ ପାତ୍ରରେ ଅଟା ରଖୁଛନ୍ତି ସେହି ପାତ୍ରରେ ଏହି ପତ୍ରକୁ ରଖି ଦିଅନ୍ତୁ । ଏହା ପରେ ଆପଣ ସେହି ଅଟା ଦ୍ଵାରା ଘରେ ସବୁଦିନ ରୁଟି ତିଆରି କରନ୍ତୁ । ଏହି ରୁଟିକୁ ଖାଇବା ଦ୍ଵାରା ଘରେ ସମସ୍ତଙ୍କ ମଧ୍ୟରେ ପ୍ରେମର ଭାବନା ବଢିଥାଏ ।

Leave a Reply

Your email address will not be published. Required fields are marked *