ଗତ କିଛି ଦିନ ହେବ ଲଗାତାର ବିକ୍କୀ ଓ କଟରିନାଙ୍କ ବିବାହ ସହ ଜଡିତ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଜର ସମ୍ପର୍କକୁ ନେଇ କିଛି ବି କହି ନାହାନ୍ତି । କିନ୍ତୁ ଫ୍ୟାନମାନେ ଏମାନଙ୍କର ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସୂଚନା ମିଳୁଛି କି ବିକ୍କୀ ଓ କଟରିନା ରାଜସ୍ଥାନରେ ରୟଲ ୱେଡିଙ୍ଗ କରିବେ ।
ଦୁଇ ଜଣଙ୍କ ବାହାଘର କାର୍ଯ୍ୟକ୍ରମ ୭, ୮ ଓ ୯ ଡିସେମ୍ବରରେ ପର୍ଯ୍ୟନ୍ତ ଚାଲିବ । ବିକ୍କୀ ଓ କଟରିନା ନିଜ ନିଜ ପରିବାର ସହିତ ୬ ଡିସେମ୍ବରକୁ ରାଜସ୍ଥାନ ଯିବେ । ୩୮ ବର୍ଷର କଟରିନା କେଫ ନିଜ ଠାରୁ ୫ ବର୍ଷ ଛୋଟ ବିକ୍କୀ କୌଶଳଙ୍କ ସ୍ତ୍ରୀ ହୋଇଯିବେ । ତେବେ ଚାଳନ୍ତୁ ଜାଣିବା ଦୁଇ ଜଣଙ୍କ ମୋଟ ସମ୍ପତ୍ତି ଓ କାର କଲେକ୍ସନ ଇତ୍ୟାଦି । ଜାଣିବା ଦୁଇ ଜଣ ଫିଲ୍ମରୁ କେତେ ଟଙ୍କା ଆୟ କରନ୍ତି ।

କଟରିନା କେଫ ୨୦୦୩ରେ ବଲୀଉଡରେ ଫିଲ୍ମ ‘ବୁମ’ରୁ ଡେବ୍ୟୁ କରିଥିଲେ । ବଲୀଉଡରେ ସେ ୧୮ ବର୍ଷ ହେବ କାମ କରୁଛନ୍ତି । କଟରିନା ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ଟଙ୍କା ନେଇଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେ ମୋଟ ୨୨୪ କୋଟି ଟଙ୍କାର ମାଲିକ ଅଟନ୍ତି । କଟରିନା ଫିଲ୍ମ ଛଡା କେତେକ ବ୍ରାଣ୍ଡ ଓ ବିଜ୍ଞାପନରୁ ବି ଭଲ ଆୟ କରନ୍ତି ।

କଟରିନା କେଫ ଗୋଟିଏ ବ୍ୟୁଟି ବ୍ରାଣ୍ଡର ମାଲିକାଣୀ ବି ଅଟନ୍ତି । କଟରିନାଙ୍କ ପାଖରେ ମହଙ୍ଗା ମହଙ୍ଗା କାର ବି ଅଛି । ତାଙ୍କର କାର କଲେକ୍ସନରେ ରେଞ୍ଜ ରୋଭର, ଅଡି ଭଳି କାର ୩ – ୪ ଟି କାର ଅଛି । ଯଦି ବିକ୍କୀଙ୍କ ବିଷୟରେ କହିବା ତେବେ ଆୟ ମାମଲାରେ ସେ କଟରିନାଙ୍କ ଠାରୁ ବହୁତ ପଛରେ ଅଛନ୍ତି ।
କାରଣ ବିକ୍କୀ ମାତ୍ର ୬ ବର୍ଷ ହେବ ବଲୀଉଡରେ କାମ କରୁଛନ୍ତି । ବର୍ଷ ୨୦୧୫ରେ ସେ ଫିଲ୍ମ ‘ମସାନ’ରୁ ବଲୀଉଡରେ ଡେବ୍ୟୁ କରିଥିଲେ । ସେ ଗୋଟିଏ ଫିଲ୍ମ ପାଇଁ ୩ – ୪ କୋଟି ନିଅନ୍ତି । ମିଡିଆ ରିପୋର୍ଟ ଅନୁସାରେ ବିକ୍କୀ ମୋଟ ୨୫ କୋଟି ଟଙ୍କାର ମାଲିକ ଅଟନ୍ତି ।

ଏହା ଛଡା ବିକ୍କୀ ଗୋଟିଏ ବ୍ରାଣ୍ଡ ପ୍ରମୋଶନ ପାଇଁ ୨.୫ କୋଟି ଟଙ୍କା ଆୟ କରିଥାନ୍ତି । ଯଦି ଦୁଇ ଜଣଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ଦୁଇ ଜଣ ବିବାହ କରିବା ପରେ ସେମାନଙ୍କର ମୋଟ ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇଯିବ । ଫିଲ୍ମ ବିଷୟରେ କହିବା ତ କଟରିନାଙ୍କ ଫିଲ୍ମ ‘ସୂର୍ୟବଂଶୀ’ ଦିବାଲିରେ ରିଲିଜ ହୋଇଥିଲା ।
ଯାହାକି ସୁପରହିଟ ହୋଇ ସାରିଛି । ବର୍ତ୍ତମାନ କଟରିନା କେଫ ‘ଟାଇଗର ୩’ର ଶୁଟିଙ୍ଗ କରୁଛନ୍ତି । ଅନ୍ୟ ପଟେ ବିକ୍କୀଙ୍କ ଶେଷ ଫିଲ୍ମ ‘ସରଦାର ଉଧମ ସିଂହ’ ଅଟେ । ତାଙ୍କର ଆସନ୍ତା ଫିଲ୍ମ ତଖ୍ତ ଓ ସୈମ ବହାଦୁର ଅଟେ । ଯାହାକି ୨୦୨୨ରେ ରିଲିଜ ହେବ ।
