ଏହି ଅଟୋ ଡ୍ରାଇଭର ଘରେ ପହଞ୍ଚିଲେ କୋହଲି, ତଳେ ବସିକି ଖାଇଲେ ଖାଦ୍ୟ, ଯାହା ପରେ କହିଦେଲେ ଏତେ ବଡ କଥା…

୨୦୧୮ ମସିହା IPL ରେ ବିରାଟ କୋହଲି କିଛି ଏମିତି କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ବିରାଟ ଏକ ଭାଇରାଲ ହେଇଥିବା ଫୋଟୋ ଯେଉଁଥିରେ ସେ ତଳେ ବସି ଖାଉଥିଲେ ତାହା ତ ଆପଣ ମାନେ ନିଶ୍ଚୟ ଦେଖିଥିବେ କିନ୍ତୁ ସେହି ଫଟୋ ପଛର କଥା ଆଜି ଆମେ ଆପଣଙ୍କୁ କହିବୁ । ବିରାଟ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଯାଇ ତାଙ୍କ ଘରେ ତଳେ ବସି ଖାଇଥିଲେ ।

ବିରାଟଙ୍କ ସହିତ RCBର କିଛି ସଦସ୍ୟ ମଧ୍ୟ ଥିଲେ ।

ବିରାଟ, ପ୍ରାଥିବ ପଟେଲ, ଯୁଜୱେଂଦ୍ର ଚହଲ ଓ ୱାଶିଂଗଟନ ସୁନ୍ଦର ଏକା ସହିତ ତଳେ ବସିକି ଖାଉ ଥିବାର ଫଟୋ RCBର ଦ୍ରୁତ ବୋଲର ମହମଦ ସିରାଜ ନିଜର ଫେସବୁକ ପେଜରେ ଛାଡିଥିଲେ । ଆପଣଙ୍କୁ କହିଦଉଛୁ ବିରାଟ ଯେଉଁ ଅଟୋ ଡ୍ରାଇଭରଙ୍କ ଘରକୁ ଯାଇଥିଲେ ସେ ଆଉ କେହି ନୁହେଁ ହେଉଛନ୍ତି ମହମଦ ସିରାଜଙ୍କ ପିତା । ମହମଦ ସିରାଜଙ୍କ ଘରେ ଡିନ୍ନର ପରେ ବିରାଟ ଓ ଅନ୍ୟ ଖେଳାଳି ମାନେ ତାଙ୍କ ପରିବାର ସହିତ ଫଟୋ ଉଠେଇଥିଲେ ।

ମହମଦ ସିରାଜ ସୋମବାରକୁ ଇନଷ୍ଟାଗ୍ରାମରେ ଗୋଟେ ଫଟୋକୁ ଉପଲୋର୍ଡ କରି ଏହା ଲେଖିଥିଲେ କି, ଏହା ମୋର ଓ ମୋ ପରିବାର ପାଇଁ ସମ୍ମାନର କଥାକି ଆପଣ ମାନେ ସବୁ ମୋ ଘରକୁ ଡିନ୍ନର ପାଇଁ ଆସିଲେ, ଏହି ଦିନକୁ ଖାସ ଓ ସ୍ମୃତିଭରା ବନେଇବାରୁ ଆପଣ ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ । ରବିବାର ଦିନ ଅଭ୍ଯାସ ସରିବା ପରେ RCB ଟିମର ଖେଳାଳି ମାନେ ଦୁଇ ଘଣ୍ଟା ପାଇଁ ମହମଦ ସିରାଜଙ୍କ ଘରକୁ ଯାଇଥିଲେ । ସେଠି ସେମାନେ ହାଇଦ୍ରାବାଦର ସ୍ପେଶାଲ ବିରିୟାନିର ମଜା ନେଇଥିଲେ, ବିରିୟାନି ସହିତ ଅନ୍ୟ ଡିସେଜର ଆନନ୍ଦ ନେଇଥିଲେ । ଏହା ସହିତ ବିରାଟ ଓ ଅନ୍ୟ ଖେଳାଳି ମାନେ ମହମଦ ସିରାଜଙ୍କ ଘରେ ବହୁତ ସାରା ମଜା କରିଥିଲେ ।

ହାଇଦ୍ରାବାଦର ହାଇଦ୍ରାବାଦର ମହମଦ ସିରାଜଙ୍କ ପାଇଁ ଏହା ସ୍ଵପ୍ନ ଭଳି ଥିଲେ । ସେ RCB ଟିମରେ ଖେଳିବା ପୂର୍ବରୁ SRH ପାଇଁ ଖେଳୁଥିଲେ, RCB ସିରାଜଙ୍କୁ ୨.୬ କୋଟିରେ କିଣିଥିଲେ । ଏହା ସିରାଜ ଓ ତାଙ୍କ ପରିବାର ପାଇଁ ଏକ ଗର୍ବର କଥା । ଆପଣଙ୍କୁ କହିଦଉଛୁ ସିରାଜ ଏକ ଲୋଅର ଓ ମିଡିଲ କ୍ଳାସ ଫ୍ଯାମିଲିରୁ ଆସିଛନ୍ତି । ଆଜିକା ତାରିଖରେ ସେ ଜଣେ ସେଲିବ୍ରେଟି ବନିଯାଇଛନ୍ତି, କିନ୍ତୁ ସିରାଜ ଯେତେ କଷ୍ଟରେ ବଢିଛନ୍ତି ଏହା କେବେଳ ସେ ଓ ତାଙ୍କ ପରିବାର ଲୋକ ଜାଣିଛନ୍ତି । ସେ ତାଙ୍କ ଘର ପାଖରେ କିଛି ପିଲାଙ୍କୁ କୋଚିଙ୍ଗ ମଧ୍ୟ ଦଉଛନ୍ତି ।

Leave a Reply

Your email address will not be published. Required fields are marked *