Who କରୋନା ରୋଗୀଙ୍କୁ ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଦବା ପାଇଁ କଲେ ମନା ଏହା ଦ୍ଵାରା ଅଧିକ ବଢୁଛି ବିପଦ

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ସୋମବାରକୁ କରୋନା ଭାଇରସ ଚିକିତ୍ସା ପାଇଁ ମେଲେରିଆ ବଟିକା ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ପ୍ରଶିକ୍ଷଣକୁ ଅସ୍ଥାଇ ରୂପରେ ନିଲମ୍ବିତ କରି ଦେଇଛନ୍ତି । ଗୋଟେ ବ୍ରୀଫିଂଗ ରେ, ଡବ୍ଲ୍ଯୂଏଚଓ ମହାନିଦେଶକ ଟେଡ୍ରୋସ ଏଡନୋମ ଘିବେୟିଯସ କହିଥିଲେ ଲେସେଣ୍ଟ ମେଡିକଲ ଜନରଲରେ ଗତ ସପ୍ତାହ ପ୍ରକାଶିତ ଗୋଟେ ପେପର ଅନୁଯାଇ, ଏହାକୁ ଅଟକା ଯାଇଛି, ରିସର୍ଚ ପେପର ଅନୁଯାଇ ଯେଉଁ ଲୋକଙ୍କୁ ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଦିଆ ଯାଇଛି, ସେହି ଲୋକଙ୍କ ମୃତ୍ୟୁ ହବାର ଚାନ୍ସ ଅନ୍ୟ ଲୋକଙ୍କ ଠାରୁ ଅଧିକ ହୋଇଯାଉଛି ଏହା ଛଡା ଏହି ବଟିକା ଦ୍ଵାରା ହୃଦୟ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି ।

Image Courtesy: Google

# ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଟ୍ରାୟଲ ହବ ନାହିଁ :

ତେବେ ଏହି ରିସର୍ଚ ଅନୁଯାଇ ଆସିଥିବା ପ୍ରମାଣ ଦ୍ଵାରା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହି ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଉପରେ ଅସ୍ଥାଇ ରୂପରେ ରୋକ ଲଗେଇଛନ୍ତି । କାର୍ଯ୍ୟକାରି ସମୂହ ସାଲିଡେଋଟି ଟ୍ରାୟଲ ଭିତରେ ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଅସ୍ଥାଇ ଭାବରେ ଅଟକା ଯାଇଛି, ତେବେ ଡାଟା ସୁରକ୍ଷା ନିଗରାନୀ ବୋର୍ଡ ଦ୍ଵାରା ସୁରକ୍ଷା ଡେଟା ସମିକ୍ଷା କରା ଯାଉଛି ।

Image Courtesy: Google

ଏହା ଛଡା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନ୍ୟ ବଟିକା ଗୁଡିକ ବ୍ୟବହାର ପାଇଁ କୌଣସି ପ୍ରକାର ବିରୋଧ କରି ନାହାନ୍ତି । ଏହି ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଉପରେ ପ୍ରତିବନ୍ଧ କେବଳ କୋବିଡ – ୧୯ ରେ କରା ଯାଇଛି ଅନ୍ୟ ରୋଗ ପାଇଁ ଏହା ବ୍ୟବହାର କରା ଯାଇ ପାରିବ ବୋଲି କୁହା ଯାଇଛି ।

Image Courtesy: Google

# ସବୁଠାରୁ ଅଧିକ ଆମେରିକା କରୁଥିଲେ ବ୍ୟବହାର :

ଟେଡ୍ରୋସ କହିବା ଅନୁଯାଇ ଏହି ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଅଟୋଇମୟୂନ ରୋଗ ବା ମେଲେରିଆ ରୋଗରେ ଉପଯୋଗ ପାଇଁ ସାମାନ୍ୟତଃ ସୁରକ୍ଷିତ ଅଟେ, କିନ୍ତୁ ଏହି ଔଷଧ ଦ୍ଵାରା କରୋନା ଭାଇରସ ସଂକ୍ରମିତ ରୋଗୀ ଚିକିତ୍ସା ହୋଇ ପାରିବ ଏହାର ସୁନିଶ୍ଚିତ ହୋଇ ନାହିଁ, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହି ନିଷ୍ପତ୍ତି ଦ୍ଵାରା ଆମେରିକାକୁ ବଡ ଝଟକା ଲାଗିଛି ।

Image Courtesy: Google

ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫ କରୋନା ଭାଇରସ ଠାରୁ ଲଢିବା ରେ ଗୋଟେ ସମ୍ଭାବିତ ଗେମ ଚେଞ୍ଜର ରୂପରେ ବାରମ୍ବାର ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ବ୍ୟବହାର କରା ଯାଇଛି, କେବଳ ଏତିକି ନୁହ ଆମେରିକା ଭାରତ ଠାରୁ ଏହି ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ବଟିକା ଭାରି ମାତ୍ରାରେ ମଗେଇଛନ୍ତି, ତେବେ ଏହି ବଟିକା ଉପରେ ପ୍ରତିବନ୍ଧ କେବଳ କରୋନା ଭାଇରସ ରୋଗୀ ପାଇଁ କରା ଯାଇଛି କିନ୍ତୁ ମେଲେରିଆ ଏବଂ ଅନ୍ୟ ରୋଗ ପାଇଁ ଏହାର ବ୍ୟବହାର କରି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *