ଜିରୋ ଫିଗର ଇଛା ରେ ଝିଅ କଲେ ଏମିତିଆ କାମ, ଜୀବନ ହୋଇଗଲା ନର୍କ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଆଜିକାଲି ଝିଅମାନଙ୍କୁ ସ୍ଲିମ-ଟ୍ରିମ ଫିଗର ପାଇବାର ଇଛା ଦିନକୁ ଦିନ ବହୁତ ବଢିଯାଇଛି । ଏହା ପାଇଁ ଝିଅ ପିଲା ଖାଇବା ପିବା ବି ଛାଡି ଦଉଛନ୍ତି, କିନ୍ତୁ ଏହା କାରଣ ରୁ ତାଙ୍କ ଶରୀର ଉପରେ କଣ ପ୍ରଭାବ ପଡିବ ସେ ଜାଣି ପାରନ୍ତିନୀ । ନିଉୟର୍କ ର ସ୍ଟେଫନୀ ରୋଡ୍ସ ଜିରୋ ଫିଗର ପାଇବା ପାଇଁ ୧୩ବର୍ଷ ର ବୟସ ରେ ସକାଳ ଖାଇବା ଓ ଦିନ ଖାଦ୍ୟା ଖାଇବା ବନ୍ଦ କରି ଦେଇଥିଲେ ।

ଏହି କାରଣ ରୁ ତାଙ୍କ ଓଜନ କମିବାକୁ ଲାଗିଲା ଏବଂ ଏହା ପରେ ତାଙ୍କ ଜୀବନ ପୂର୍ଣତଃ ଖରାପ ହୋଇଗଲା ।

ସ୍ଟେଫନୀ ରୋଡ୍ସ କହିଲେ କି ଯେମିତି ଯେମିତି ସେ ସ୍ଲିମ ହୋଇଯାଉଥିଲେ ତାଙ୍କ କନ୍ଫିଡେନ୍ସ ବଢିବାକୁ ଲାଗିଲା ଏବଂ ଲୋକେ ତାଙ୍କର ବହୁତ ପ୍ରଶଂସା କରୁଥିଲେ । କିନ୍ତୁ ଅତ୍ୟଧିକ ଦୁର୍ବଳ ହବା କାରଣ ରୁ ୧୭ ବର୍ଷ ରେ ହି ତାଙ୍କୁ ଏନୋରେକ୍ସିୟା ରୋଗ ହୋଇଗଲା ।

ଏହି ରୋଗ ରେ ରୋଗୀ ଖାଇବା ଖାଇବାପାଇଁ ଡରେ ଏବଂ ରୋଗୀ ଓଜନ କମିବାକୁ ଲାଗେ । ଏହି ରୋଗ କାରଣ ରୁ ସ୍ଟେଫନୀ ଖାଦ୍ୟ ଖାଇବା ବନ୍ଦ କରି ଦେଲେ ଓ ତାଙ୍କ ରୋଗ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ଗୋଟେ ସମୟ ଏମିତି ଆସିଲା ଯେବେ ତାଙ୍କ ଶରୀର ରେ ମାତ୍ର ହାଡ ହିଁ ରହିଗଲା ।

ବର୍ଷ ବର୍ଷ ଧରି ରହିବାକୁ ପଡିଲା ହସ୍ପିଟଲ ରେ :

ସ୍ଟେଫନୀ କହିଲେ କି ଯେତେବେଳେ ତାଙ୍କୁ ହସ୍ପିଟଲ ରେ ଏଡମିଟ କରା ଗଲା ସେତେବେଳେ ତାଙ୍କୁ କେବଳ ଓଜନ ବଢେଇବା ଏବଂ ଖାଦ୍ୟ ଖାଇବାକୁ କୁହାଗଲା । ସେ ହସ୍ପିଟଲ ରେ ରହିଲା ବେଳେ ତ ଖାଦ୍ୟ ଖାଉଥିଲେ କିନ୍ତୁ ଘରକୁ ଗଲା ପରେ ଖାଇବା ବନ୍ଦ କରୀଦେଉଥିଲେ, ଯାହା କାରଣରୁ ପୂଣୀ ତାଙ୍କୁ ହସ୍ପିଟଲ ଯିବାକୁ ପଡୁଥିଲା ।

ସ୍ଟେଫନୀ ଜଣାଇଲେ କି ଯେତେବେଳେ ବି ଖାଇବା ଖାଉଥିଲେ ତାଙ୍କୁ ଏଂଗ୍ଜାଇଟୀ ଆଟାକ ଆସୁଥିଲା ଏବଂ ସ୍ଟେଫନୀଙ୍କୁ ଲାଗୁଥିଲା ଖାଇବା ଖାଇଲେ ସେ ମୋଟି ହୋଇଯିବେ ଏବଂ ଖାଇବା ଛାଡିଲା ପରେ ସେ ଠିକ ହୋଇଯାଉଥିଲେ । ସ୍ଟେଫନୀ ଏହି ସମୟ ରେ ଅମେରିକୀ ସ୍ଟେଟ ମୈସାଚ୍ୟୁସେଟ୍ସ ର ରିହେବିଲିୟେଶନ ସେଣ୍ଟର ରେ ନିଜ ଚିକିତ୍ସା କରାଉଛନ୍ତି ଏବଂ ତାଙ୍କ ଅବସ୍ଥା ଭଲ ଅଛି ।

Leave a Reply

Your email address will not be published. Required fields are marked *