ଝିଅଙ୍କୁ ପ୍ରଭାବିତ କରିବା ପାଇଁ ଏହିସବୁ ମିଛ କୁହନ୍ତି ପୁଅ 

ଏମିତି ହୁଏ ଯଦି କୌଣସି ପୁଅକୁ ଗୋଟିଏ ଝିଅ ପସନ୍ଦ ଆସିଥାନ୍ତି ତେବେ ତାଙ୍କୁ ପ୍ରଭାବିତ କରିବା ପାଇଁ ପୁଅମାନେ ଅନେକ ସମୟରେ ମିଛ ମଧ୍ୟ କୁହନ୍ତି । ଏମିତି କୌଶଳ ଅବଲମ୍ବନ କରିବାରେ ମାହିର ଥାନ୍ତି ପୁଅ । ଜାଣିବା ଏମିତି କେତୋଟି ମିଛ ଯାହା ଝିଅଙ୍କୁ ପ୍ରଭାବିତ କରିବା ପାଇଁ ପୁଅମାନେ ସାହାରା ନିଅନ୍ତି।

ପୁଅମାନେ ପ୍ରଥମେ ଝିଅଙ୍କ ପସନ୍ଦ ଓ ନପସନ୍ଦ ଜାଣିବାକୁ ଚେଷ୍ଟା କରନ୍ତି ଓ ପରେ ସେହି ସବୁ ନିଜ ପସନ୍ଦ ଓ ନପସନ୍ଦ ବୋଲି କୁହନ୍ତି । ଯାହା ଶୁଣି ଝିଅଟି ଖୁସି ହୋଇଥାଏ ।

ନିଜର ଅତୀତ ବିଷୟରେ ପୁଅମାନେ ସବୁବେଳେ ମିଛ କହିଥାନ୍ତି । ପୁରୁଣା ପ୍ରେମିକାକୁ ମିଛେଇ କହିବା ସହିତ ପରିସ୍ଥିତିରେ ପଡି ସେ ଛାଡି ଚାଲିଗଲା ବୋଲି କହିଥାନ୍ତି।

ନିଜ ଫିଟ୍ ନେସ୍ ନେଇ ମଧ୍ୟ ଅନେକ ପୁଅ ମିଛ କହିଥାନ୍ତି । ସେମାନେ ନିଶାଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତି ବୋଲି ସଫେଇ ଦେଇଥାନ୍ତି।

ପୁଅମାନେ ନିଜ ପରିବାରର ଷ୍ଟାଟସ ଓ ନିଜ ଦରମା କଥା ଟିକେ ଅଧିକ ବଡ କରି କହିଥାନ୍ତି । ସବୁବେଳେ ଅଧିକ ଖର୍ଚ କରନ୍ତି ବୋଲି ମଧ୍ୟ କୁହନ୍ତି।

ସବୁବେଳେ ପୁଅ ଯେଉଁ ଝିଅଙ୍କୁ ପସନ୍ଦ କରେ ତାଙ୍କ ପରିବାର ଓ ସାଙ୍ଗମାନଙ୍କୁ ପସନ୍ଦ କରିବାର ମିଛ ଅଭିନୟ ମଧ୍ୟ କରନ୍ତି। ଓ ଝିଅକୁ ଅଧିକ ଭଲ ପାଇବାର ଅଭିନୟ କରନ୍ତି ।

ଅଧିକାଂଶ ପୁଅ ଝିଅକୁ ସବୁବେଳେ ମନେ ପକାନ୍ତି ବୋଲି ମେସେଜରେ ମିଛ କୁହନ୍ତି, ସତରେ ସେ ସମୟରେ ଅନ୍ୟ କୌଣସି କାମରେ ବ୍ୟସ୍ତ ଥାଆନ୍ତି ।

Leave a Reply

Your email address will not be published. Required fields are marked *