Weather Update: 11 ଟି ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ, ରୁହନ୍ତୁ ସତର୍କ

ବନ୍ଧୁଗଣ ଲଘୁଚାପ ପ୍ରଭାବରେ ରାଜ୍ୟର ଚାରିଆଡେ ଲଗାଣ ବର୍ଷା ଜାରି ରହିଛି । ଟ୍ଵିନ ସିଟି ସମତେ ଭିଜୁଛି ସାରା ଓଡିଆ । ଭୁବନେଶ୍ଵର ରେ ମୁଷଳ ଧାରରେ ବର୍ଷା ହେଉଛି ଯାହା କାରଣରୁ କିଛି ସ୍ଥାନରେ ରାସ୍ତାରେ ପାଣି ଜମି ଯାଇଛି । ଏପଟେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ଟି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗା ବିଭାଗ । ୪ଟି ଜିଲ୍ଲା ନୟାଗଡ, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମକୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି । ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡଖଣ୍ଡ ଓ ବଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ଏହି ଲଘୁଚାପ ପ୍ରଭବରେ ରାଜ୍ୟରେ ଗୁରୁବାର ଯାଏଁ ବର୍ଷା ହେବ । ଜୁନ ମାସ ଶେଷ ସୁଧା ରାଜ୍ୟରେ ୪୦% ନିଅଣ୍ଟିଆ ବର୍ଷା ହୋଇଥିଲା । ଜୁଲାଇ ମାସରେ ୪ ଦିନର ବର୍ଷା ପରେ ନିଅଣ୍ଟିଆ ୧୧% ପୂରଣ ହୋଇଛି । ଜୁନ ୧ରୁ ଆଜି ସୁଧା ରାଜ୍ୟରେ ୧୮୧.୪ ମିଲିମିଟର ବର୍ଷା ହୋଇଛି ଯାହା କି ସ୍ଵାଭାବିକ ଠାରୁ ୨୯% କମ ରହୁଛି ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ନୟାଗଡ ଜିଲ୍ଲା ଗୁଡିକରେ ବର୍ଷାର ସମ୍ଭାବନା ଅଧିକ ରହିଛି । ବାଲେଶ୍ଵର, ଭଦ୍ରକ ଜିଲ୍ଲା ଗୁଡିକରେ ମଧ୍ୟ ଆଜି ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ସକାଳୁ ବଲାଙ୍ଗୀର, ନୂଆପଡା, ଔରଙ୍ଗପୁର ଆଦି ଜିଲ୍ଲା ଗୁଡିକରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ଯାହା ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ତରଫରୁ ସୂଚନା ଦିଆ ଯାଇଛି ।

ଆସନ୍ତା ଜୁଲାଇ ୭ ତାରିଖ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରୁ ୩୬ ଘଣ୍ଟା ମଧ୍ୟରେ ୱେଷ୍ଟର୍ନ ଓଡିଶାରେ ବର୍ଷା ହେବାର ଚାନ୍ସ ଅଧିକ ରହିଛି । ବର୍ତ୍ତମାନ ସମୟରେ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ପଡିଛି । କିନ୍ତୁ ବର୍ଷାର ପରିମାଣ ଅଧିକ ରହିଛି ବୋଲି ସୂଚନା ଦିଆ ଯାଇଛି । ଏହା ପରେ ଆଉ ଏକ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାର ସୂଚନା ରହିଛି ।

ଆଜି ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରପଡା, ନୟାଗଡ ଓ ଗଞ୍ଜାମ ଆଦି ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକରେ ୫୦ ମିଲିମିଟର ବର୍ଷା ହୋଇପାରେ ବୋଲି ଅନୁମାନ କରା ଯାଉଛି ।

ବାଲେଶ୍ଵର ଓ ଭଦ୍ରକ ଆଦି ଜିଲ୍ଲା ଗୁଡିକରେ ଆଇସୋଲେଟେଡ ବର୍ଷା ହେବାର ଚାନ୍ସ ରହିଛି ଆଜି । ପଶ୍ଚିମ ଓଡିଶା ଯେମିତିକି କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲା ରେ ବର୍ଷା ହେବାରା ଚାନ୍ସ ରହିଛି । ସମୁଦାୟ ଭାବେ ସାରା ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆକଳନ କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭା ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *