ରାମଦୋଳି ହେଲା କାଳ, ଉପରେ ଜଗି ବସିଥିଲା ଯମ, କାନ୍ଦି କାନ୍ଦି ମା’ ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ବି ଲୁହ ରହିବନି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ନୂଆ ଡ୍ରେସ ପିନ୍ଧି ମା ଝିଅ ଯାଇଥିଲେ ମିନା ବଜାରକୁ ବୁଲିବାକୁ । ଝିଅ ବେଶ ଖୁସି ଥିଲା । ଝିଅ ମା କୁ କହିଲା ୨ ବର୍ଷ ପରେ ଯାତ୍ରା ହେଉଛି ଏ ମାଆ ଚାଲ ନା ଯିବା ଯାତ୍ରା ଦେଖିବାକୁ ଏଥର ମିନା ବଜାର ବି ପଡିଛି, ଚାଲ ନା ମା ଯିବା । କାରଣ କୋରୋନା ମହାମାରୀ ପାଇଁ ଯାତ୍ରା ବନ୍ଦ ଥିଲା । ଝିଅ ର ଜିଦ ଆଗରେ ମା ଅନୁମତି ଦେବାକୁ ବାଧ୍ୟ ହେଲେ । ଝିଅ ମିନା ବଜାରରେ ପହଞ୍ଚିବା ପରେ ମା କୁ ଜିଦ କରି କହିଲା ମା’ ମୁଁ ବଡ ଦୋଳିରେ ବସିବି । ଉତ୍ତରରେ ମା କହିଲା ନା ନା ସେଥିରେ କାହିଁକି ବସିବୁ କହିଲୁ ।

କିନ୍ତୁ ଝିଅର ଏକ ଜିଦ ଥିଲା ଆଉ କହିଲା ମୁଁ ଜାଣି ନାହିଁ ମା’ କିନ୍ତୁ ଥରୁଟିଏ ମୁଁ ବଡ ଦୋଳିରେ ବସିବି । ଝିଅ ବଡ ଦୋଳିରେ ବସିଲା । ଦୁଇ ଥର ଘୂରୁଛି କି ନାହିଁ ଉପରକୁ ଦେଖିଲା ବେଳକୁ ଝିଅ ଅଚେତ ହୋଇ ଯାଇଛି । ଦୋଳି ଅଟକାଇବା ପାଇଁ ଚିତ୍କାର କରିଲା ମା ଆଉ ଗୁପଚୁପ ବାଲାଠୁ ପଣି ଆଣି ମୁହଁ ରେ ମାରିଲା ମା’ । ସାଙ୍ଗେ ସାଙ୍ଗେ ହସ୍ପିଟାଲ ବି ନିଆଗଲା ଝିଅ କୁ ।

କିନ୍ତୁ ହସପିଟାଲରେ ଡାକ୍ତର ଝିଅକୁ ମୃତ ବୋଲି ଘୋଷଣା କରିଲେ । କାଳ ପାଲଟିଗଲା ମିନା ବଜାର । ନବମ ଶ୍ରେଣୀରେ ପଢୁଥିବା ଗୁଟପାଳ ମିରକାନ୍ତ ସାହିର ମହାମଦିଆ ବାନଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ଜୀବନ ଚାଲିଗଲା । ଏବେ ମା’ ଆଖିରେ ଲୁହ ସୁଖୁ ନାହିଁ । ବାହୁନି ବାହୁନି ଅହରହ କାନ୍ଦୁଛି ମା ।

ଏଭଳି ଅଘଟଣ ଘଟିବା ପରେ କୋର୍ଟ ମିନା ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଡବାର୍ଡ ସହରରେ ରଥଯାତ୍ରା ଚାଲିଥିବା କାରଣରୁ ମିନା ବଜାରରେ ଗୋଟିଏ ଜୀବନ ଯିବା ପରେ ଏବେ ସବୁରି ମନରେ ଭୟ, ସମସ୍ତଙ୍କ ମନ ଉଦାସ । ତେବେ ବଡ ଦୋଳିରେ ବସିକି ଘୂରିବା ସମୟରେ ଝିଅର ଜୀବନ ଚାଲି ଯାଇଛି ଯାହା ଏହି ଘଟଣା ରୁ ଜଣା ପଡୁଛି ।

ତେବେ ଯାତ୍ରା ଗୁଡିକରେ ପଡୁଥିବା ଦୋଳି ଗୁଡିକ ଖେଳିବାକୁ ଯେତିକି ମଜା ଲାଗେ ଠିକ ସେତିକି ତାର ବିପରୀତ ପରିଣାମ ବହୁତ ଭୟଙ୍କର ହୋଇଥାଏ ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ସାମାନ୍ୟ ଜିଦ ପାଇଁ ଆଜି ଗୋଟେ ଝିଅ ନିଜ ମା ଠାରୁ ଦୂରେଇ ଯାଇଛି । ଏତେ ଦୂରକୁ ଝିଅ ଟି ଚାଲି ଯାଇଛି ଯେ ଆଉ କେବେ ବି ଫେରିକି ଆସିବା ନାହିଁ ।

ଏହି ଘଟଣା କ୍ଷେତ୍ର ରେ ରାମ ଦୋଳି ଉପରେ ଯମ ବସିଥିଲା ବୋଲି କହିଲେ କିଛି ଭୁଲ ହେବ ନାହିଁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *