2 ଦିନିଆ ଜେରାରୁ 3 ସିନିଅରଙ୍କ ସମ୍ପର୍କରେ ପୋଲିସକୁ ମିଳିଲା ବଡ ସୁରାଗ ! ସେମାନେ ହେଲେ….

ନମସ୍କାର ବନ୍ଧୁଗଣ । ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଜୀବନ ହାରିବା ଘଟଣା ଏହାରି ଭିତରେ୩ ଦିନ ବିତି ଗଲାଣି । ସୂଚନା ଅନୁଯାୟୀ ରୁଚିକା ମହାନ୍ତି ୩ ଜଣ ସିନିୟରର ଛାତ୍ରୀ ଙ୍କ ଠାରୁ ଦୀର୍ଘ ଦିନ ହେବ ମାନସିକ ନିର୍ଯାତନା ପାଉଥିଲେ । ଯାହାର ପରିଣାମ ସ୍ୱରୂପ ସେ ରହୁଥିବା ହଷ୍ଟେଲ ର ରୁମରେ ସେ ରସୀ ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ଅଭିଯୋଗ ଆଣିଛନ୍ତି ରୁଚିକା ଙ୍କ ପରିବାର ଲୋକେ । ତେବେ ନିଜ ଝିଅକୁ ହରାଇ ତାଙ୍କ ମା କଲେଜ ଆଗରେ ଆଜି ଧାରଣା ଦେଇ ବସିଛନ୍ତି କେବେ ତାଙ୍କ ଝିଅକୁ ନ୍ୟାୟ ମିଳିବ ।

ଏମିତିକି ସାରା ରାଜ୍ୟରେ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣା କୁ ନେଇ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି । କାରଣ ରୁଚିକା ନିଜର ଶେଷ ଚିଠିରେ ଲେଖିଛନ୍ତି ତାଙ୍କୁ ରାଗିଂ କରାଯାଉଥିଲା । ବର୍ତ୍ତମାନ ସମୟରେ ସବୁଆଡେ ଗୋଟିଏ ଚର୍ଚ୍ଚା ସେହି ୩ ଜଣ ସିନିୟର ଛାତ୍ରୀ କିଏ ଯେଉଁ ମାନଙ୍କର ଅତ୍ୟାଚାର ସୀମା ଲଙ୍ଘିଲା । ଆଉ ଯାହା ପାଇଁ ନିଜର ଜୀବନ ହାରି ଦେଲେ ରୁଚିକା ମହାନ୍ତି ।

ତେବେ ଦୀର୍ଘ ୩ ଦିନର ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛନ୍ତି ସେହି ସମସ୍ତ ୩ ଜଣ ସିନିୟର ଛାତ୍ରୀ । ସେହି ସମସ୍ତେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଅଟନ୍ତି । ଦୀର୍ଘ ୩ ଦିନର ସମୟ ବିତିବା ପରେ ଆଜି ସେହି ୩ ଜଣ ସିନିୟର ଛାତ୍ରୀ ଙ୍କୁ ଜେରା କରିବ ପୋଲିସ । ଦୁଇ ଦିନିଆ ଜେରା ରୁ ୩ ଜଣ ସିନିୟର ଙ୍କ ସମ୍ପର୍କରେ ପୋଲିସକୁ କିଛି ସୁରାଗ ମିଳିଛି ।

ସେମାନେ ୩ ଜଣ ଯୁକ୍ତ୩ ଶେଷ ବର୍ଷର ଛାତ୍ରୀ ବୋଲି ପୋଲିସ ଚିହ୍ନଟ କରି ସାରିଛି । କିନ୍ତୁ ରାଗିଂ ସମ୍ପର୍କରେ ସେମାନଙ୍କର ହାତ ଅଛି କି ନାହିଁ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ସେପଟେ କୁହା ଯାଉଥିବା ରୁଚିକା ମହାନ୍ତିଙ୍କ ଶେଷ ଚିଠିକୁ ହ୍ୟାଣ୍ଡରାଇଟିଙ୍ଗ ଟେଷ୍ଟ ପାଇଁ ଲ୍ୟାବକୁ ପଠା ଯାଇଛି । ଯେଉଁ ନୋଟ କୁ ରୁଚିକା ଲେଖିଥିଲେ କି ନାହିଁ ତାହାର ମଧ୍ୟ ରିପୋର୍ଟ ଆସିବ ।

ଆଉ ଏହି ରିପୋର୍ଟ ଆସିବା ପରେ ପୋଲିସ ସ୍ପଷ୍ଟ ହେବ କି ଏହି ଶେଷ ଚିଠି ରୁଚିକା ଲେଖିଛି ନା ଆଉ କିଏ ଲେଖିଛି । ଏହା ପରେ ଯାଇ ଏହି ୩ ଜଣ ସିନିୟର ଛାତ୍ରୀ ସାମ୍ନାକୁ ଆସିବେ । ଏବେ ସେ ଯାହା ବି ହେଉ ନା କାହିଁକି ସେହି ୩ ଜଣ ସିନିୟର ଙ୍କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ଯେଉଁ ସିନିୟର ମାନଙ୍କର ଅତ୍ୟାଚାର ସହ୍ୟ ନ କପରିପାରି ରୁଚିକା ମହାନ୍ତି, ଶାନ୍ତ ସରଳ ସ୍ଵଭାବର ଝିଅ ରୁଚିକା ନିଜର ଜୀବନ ହାରି ଦେଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *