2 ମିନିଟରେ ଦାନ୍ତ ବିନ୍ଧା, ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ… Health Tips

ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଦାନ୍ତ ବିନ୍ଧା ସମୟରେ ପୀଡିତ ହୋଇଥାନ୍ତି । ଯାହାକୁ ଦାନ୍ତ ବିନ୍ଧା ସମସ୍ଯା ହୋଇଥାଏ ସେ ଅଧିକ ଯନ୍ତ୍ରଣା ପାଇଥାଏ । ଦାନ୍ତ ବିନ୍ଧା ଦୂର କରିବା ପାଇଁ ବ୍ୟକ୍ତି ଅନେକ ପ୍ରକାରର ମେଡ଼ିସିନ ବ୍ୟବହାର କରିଥାଏ ଯାହା କିଛି କ୍ଷଣ ପାଇଁ ହୋଇଥାଏ । ପୁରା ଭଲ ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ଘରୋଇ ଉପଚାର ବନାଇବା ଶିଖାଇବୁ ଯାହାର ପ୍ରୟୋଗ କରି ପୁରୁଣା ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ ।

ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ଯାହାର ପ୍ରୟୋଗ କରି ଦାନ୍ତ ବିନ୍ଧା ସମସ୍ଯା ଦୂର ହେବ । ଦାନ୍ତ ବିନ୍ଧା ସମସ୍ଯା ଦୂର କରିବା ପାଇଁ ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ ହେଙ୍ଗୁ । ଅନେକଙ୍କ ରୋଷେଇ ଘରେ ଏହା ସହଜରେ ମିଳିଯିବ । ଏଥିପାଇଁ ୪ରୁ ୫ ଚିମୁଟା ହେଙ୍ଗୁ ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ଏକ ଚାମଚ ଲେମ୍ବୁ ରସ ।

ଏହି ୨ଟି ସାମଗ୍ରୀ ସହାୟତାରେ ପ୍ରଥମ ରେମେଡି ବନାଇବେ । ଯାହା ଦାନ୍ତ ବିନ୍ଧା ପାଇଁ ଚମତ୍କାରୀ ହୋଇଥାଏ । ଏହାକୁ ଭଲରେ ମିଶ୍ରଣ କରି ଗରମ କରନ୍ତୁ । ଏହା ପରେ ତୁଳା ସାହାର୍ଯ୍ୟରେ ଏହି ମିଶ୍ରଣ କୁ ଲଗାଇ ଦାନ୍ତ ବିନ୍ଧା ହେଉଥିବ ବା ପୋକ ହେଉଥିବ ସେହି ଜାଗାରେ ୧ ଘଣ୍ଟା ଯାଏଁ ଲଗାଇ ରଖନ୍ତୁ । ଦେଖିବେ ବହୁତ ଜଲ୍ଦି ଦାନ୍ତ ବିନ୍ଧା ଦୂର ହୋଇଯିବ ।

ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ପିଆଜର । ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଯଦି ହେଙ୍ଗୁ ନାହିଁ ତେବେ ପିଆଜ ରେମେଡି କୁ ଟ୍ରାଏ କରନ୍ତୁ । ପିଆଜ ର ଚୋପା ଛଡାଇ ଛୋଟ ଛୋଟ ପିସ କରି ବାଟି ନିଅନ୍ତୁ । ଏହା ପରେ ପିଆଜ ରସ କୁ ଛାଣି ନିଅନ୍ତୁ । ତୁଳା ସାହାର୍ଯ୍ୟ ରେ ପିଆଜ ରସ କୁ ବୁଡାଇ ଦାନ୍ତ ବିନ୍ଧା ହେଉଥିବା ଜାଗାରେ ଲଗାଇ ରଖନ୍ତୁ ବା ଦୁଇ ଦାନ୍ତ ମଧ୍ୟରେ କାପ୍ୟ ରଖନ୍ତୁ । ଏହାକୁ ଏକ ଘଣ୍ଟା ଯାଏଁ ଲଗାଇ ରଖନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ରୁ ତୁରନ୍ତ ରିଲିଫ ମିଳିବ ।

ତୃତୀୟ ରେମେଡି ବନାଇବା ପାଇଁ ପିଜୁଳି ପତ୍ର । ୩ରୁ ୪ଟି ପିଜୁଳି ପତ୍ର କୁ ଚୋବାଇ ଖାଆନ୍ତୁ । ଏହା ପାଟି ଜନିତ ଅନେକ ପ୍ରକାରର ସମସ୍ଯା ଦୂର କରିଥାଏ । ଏକ ଗ୍ଳାସ ପାଣିରେ ୩ରୁ ୪ଟି ପିଜୁଳି ପତ୍ର ପକାନ୍ତୁ । ଏହି ପାଣି ଭଲରେ ଫୁଟିବା ଏହାକୁ ଛାଣି ନିଅନ୍ତୁ । ଏହି ପାଣିକୁ ପାଟି ରେ ଭଲ କରି କୁଳି କରନ୍ତୁ । ତୁରନ୍ତ ଦାନ୍ତ ବିନ୍ଧା ଭଳି ସମସ୍ୟା ଦୂର ହେବ । ଏହା ସହ ଯଦି ଆପଣଙ୍କର ମାଢି ଫୁଲିଥିବ ବା ପାଇରିଆ ଭଳି ସମସ୍ଯା ଅଛି ତେବେ ତାହା ଦୂର ହୋଇଥାଏ । ଏହା ପୁରୁଣା କାଳରୁ ପାଟି ଜନିତ ସମସ୍ଯା ଦୂର କରିବାକୁ ଚମତ୍କାରୀ ଉପାୟ ଅଟେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *