2023 ବର୍ଷ ରେ ରାକ୍ଷୀ ଦୁଇ ଦିନ ପଡିଥିବା ବେଳେ, ଜାଣନ୍ତୁ କେଉଁ ସମୟରେ ବାନ୍ଧିବେ ରାକ୍ଷୀ ?

ନମସ୍କାର ବନ୍ଧୁଗଣ । ରାକ୍ଷୀ ବନ୍ଧନ ହେଉଛି ପବିତ୍ର ପର୍ବ । ପ୍ରତେକ ବର୍ଷ ଭାଇ ହତାରେ ରାକ୍ଷୀ ବାନ୍ଧି ଥାଏ ଭଉଣୀ ଭାଇ ର ଶୁଭ ମନାସି । ଆଉ ଭାଇ ମଧ୍ୟ ଭଉଣୀ ର ସୁରକ୍ଷା କରିବାକୁ ବଚନ ଦେଇଥାଏ । ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବା ପରେ ଭଉଣୀ କୁ ଭାଇ କିଛି ନା କିଛି ଉପହାର ମଧ୍ୟ ଦେଇଥାଏ । ତେବେ ଏଥର ରାକ୍ଷୀ ପୂର୍ଣ୍ଣିମା କୁ ନେଇ ରହିଛି ଅନେକ ସନ୍ଦେହ ।

ତେବେ ଆସନ୍ତା କାଲି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ହିଦନୁ ଧର୍ମ ରେ ଏହି ପରମ୍ପରା କୁ ବେଶ ଧୂମ ଧାମ ରେ ପାଳନ କରିବେ । ଚଳିତ ବର୍ଷ ଦୁଇ ଦିନ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଯାହାକୁ ନେଇ କେଉଁ ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବ ତାହାକୁ ନେଇ ରହିଛି ସସପେନ୍ସ । ଆସନ୍ତୁ ଜାଣିବା କେଉଁ ସମୟରେ ରାକ୍ଷୀ ବାନ୍ଧିବା ଉପୋଯୋଗୀ ହେବ ।

ପ୍ରତେକ ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ହେଲେ ଚଳିତ ବର୍ଷ ଅଗଷ୍ଟ 30 ଓ 31 ତାରିଖ ଦୁଇ ଦିନ ରହୁଛି ରକ୍ଷା ବନ୍ଧନ । 30 ତାରିଖ ରାତି 9:02 ମିନିଟ ଯାଏଁ ରହୁଛି ଭଦ୍ରା କାଳ । ଯେଉଁ ସମୟରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ଏହି ସମୟରେ ରାକ୍ଷୀ ବାନ୍ଧିଲେ ଅଘଟଣ ଘଟିପାରେ । ରାତି 9:02 ମିନିଟ ପରେ ରାକ୍ଷୀ ବାନ୍ଧି ପାରିବେ ।

ଅଗଷ୍ଟ 31 ସକାଳ 7:05 ମିନିଟ ଯାଏଁ ରହୁଛି ରକ୍ଷା ବନ୍ଧନର ଶୁଭ ମୂହୁର୍ତ୍ତ । ଯେଉଁ ମାନେ 30 ତାରିଖ ରେ ରାକ୍ଷୀ ବାନ୍ଧି ନ ଥିବେ ସେମାନେ 321 ତାରିଖ ସକାଳ 7:05 ମିନିଟ ପୂର୍ବରୁ ରାକ୍ଷୀ ବାନ୍ଧି ପାରିବେ । ଯଦି ଦେଖିବା ହିନ୍ଦୁ ଧର୍ମ ରେ ମହାପ୍ରଭୁ ଜଗନ୍ନାଥ ଙ୍କର ନୀତି କାନ୍ତି କୁ ନେଇ କାର୍ଯ୍ୟ କରାଯାଏ ।

ସେଥିପାଇଁ ମନ୍ଦିର ପୂଜକ ଙ୍କ କହିବା ଅନୁଯାୟୀ 30 ଓ 31 ତାରିଖ ରାକ୍ଷୀ ବନ୍ଧନ ଥିବା ବେଳେ ମହାପ୍ରଭୁ ଙ୍କ ହାତରେ 31 ତାରିଖ ଦିନ ରାକ୍ଷୀ ବନ୍ଧାଯିବ । ରାକ୍ଷୀ ଭଉଣୀ ଭାଇ ହାତରେ ତାର ରକ୍ଷା ପାଇଁ ବାନ୍ଧି ଥାଏ । ଏମିତି ବିଶ୍ଵାସ ରହିଛି କି ମାତା ଦ୍ରୌପଦୀ ଭଗବାନ ଶ୍ରୀ କୃଷ୍ଣ ଙ୍କ ହାତରେ ରକ୍ଷା ସୂତ୍ର ରୂପରେ ନିଜର ଲୁଗା କୁ ଚିରି ବାନ୍ଧି ଥିଲେ । ଏହା ପର ଠାରୁ ଭାଇ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ପ୍ରଚଳିତ ହୋଇ ଆସୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *