ଭୁଲରେ ବି ନିଜର ଏହି 5 ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ ନ ହେଲେ ହୋଇଯିବେ ଲକ୍ଷ୍ମୀ ଛଡା ।

ବନ୍ଧୁଗଣ ପିଲାଦିନରୁ ଆମେ ଜାଣିଛୁ କି କାହାକୁ ସାହାର୍ଯ୍ୟ କରିବା ବା ଗରିବ ଲୋକଙ୍କୁ ଦାନ କରିବା ପୂଣ୍ୟ କାମ ଅଟେ । କିନ୍ତୁ ଭଗବାନ କୃଷ୍ଣ କହିଛନ୍ତି ଯେ ଏମିତି କିଛି ଜିନିଷ ଯାହାକୁ ଆପଣ ନିଜ ଘରୁ କେବେ କାହାକୁ ଦେବା ଉଚିତ ନୁହେଁ । କାରଣ ଏହି ଜିନିଷ ଦେଲେ ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ । ବିଶୁଣୁ ପୁରାଣ ରେ ଏହା ବିଷୟରେ ଉଲେଖ ରହିଛି । କାରଣ ଏହି ଜିନିଷ ଗୁଡିକ ସହ ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି । ଆଜି ଆମେ ଜାଣିବା ସେହି ସବୁ ଜିନିଷ ବିଷୟରେ କାହାକୁ କେବେ ବି କାହାକୁ ଦେବା ଉଚିତ ନୁହେଁ ।

1- ସ୍ତ୍ରୀ ଙ୍କ ଅଳଙ୍କାର ; ଧନର ଦେବୀ ମା ଲକ୍ଷ୍ମୀ ଙ୍କୁ ଅଳଙ୍କାରର ଦେବୀ ଭାବେ ବିବେଚନା କରାଯାଏ । ଏଥିପାଇଁ ଯେବେ ବି ଅଳଙ୍କାର କିଣାଯାଏ ସର୍ବ ପ୍ରଥମେ ଏହାକୁ ପୂଜା ପର୍ବରେ ପିନ୍ଧି ଥାଉ । ସେଥିପାଇଁ ସ୍ତ୍ରୀ ଙ୍କ ଅଳଙ୍କାର କେବେ ବି କାହାକୁ ଦାନରେ ବା ଋଣରେ ଦେବା ଉଚିତ ନୁହେଁ । ବିବାହିତା ମହିଳା ନିଜର ପାଉଁଜି, ମଙ୍ଗଳସୂତ୍ର କାହାକୁ ଦେବା ଅନୁଚିତ । ଏହା ଦ୍ଵାରା ଘରର ସମୃଦ୍ଧିରେ ବାଧା ଆସିଥାଏ ।

2- ଝାଡୁ : ଘରର ଝାଡୁ ଭୁଲରେ ବି କାହାକୁ ଦେବା ଉଚିତ ନୁହେଁ । କାରଣ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପରିଗଣିତ ହୁଏ । ଝାଡୁ ସ୍ବଚ୍ଛତା ଓ ସମୃଦ୍ଧତାର ସଂକେତ ଅଟେ । ଏହା ଘରୁ ନେଗେଟିଭ ଶକ୍ତିକୁ ଦୂର କରିଥାଏ । ନ ହେଲେ ସୁଖ ଶାନ୍ତି ଘରୁ ଚାଲିଯାଏ । ଝାଡୁର ମହତ୍ଵ ବହୁତ ଅଧିକ ରହିଥାଏ ।

3- ଧଳା ଜିନିଷ : ସନ୍ଧ୍ୟା ସମୟରେ କ୍ଷୀର, ଦହି, ଅଟା, ଚାଉଳ, ନଡିଆ ଭଳି ଧଳା ଜିନିଷ ଯିଏ ଯେତେ ମାଗିଲେ ବି ଭୁଲରେ ବି ଦିଅନ୍ତୁ ନାହିଁ । ଶାସ୍ତ୍ରରେ କୁହାଯାଇଛି ଧଳା ଜିନିଷ ଉପରେ ଖରାପ ନଜର ଜଲ୍ଦି ଲାଗିଥାଏ । ଏଥିପାଇଁ ସୂର୍ଯ୍ୟ ଅସ୍ତ ପରେ ଏହି ସବୁ ଜିନିଷ କଦାପି କାହାକୁ ଦେବା ଅନୁଚିତ ।

4- ଟଙ୍କା : ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ଯେଉଁ ଘରେ ଧନର ବୃଦ୍ଧି ହୋଇଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ଥାଏ । ତେଣୁ ଘରେ ରଖାଯାଇଥିବା ଟଙ୍କା ପଇସା କାହାକୁ ବି ଉଧାର ଦେବା ଉଚିତ ନୁହେଁ । କୌଣସି ପର୍ବ ବା ଏକାଦଶୀରେ ଭୁଲରେ ବି କାହାକୁ ଟଙ୍କା ଦେବା ଉଚିତ ନୁହେଁ ।

5- ରୋଷେଇ ଘରର ଜିନିଷ : ମା ଲକ୍ଷ୍ମୀ ଙ୍କୁ ଅର୍ଣ୍ଣପୂର୍ଣ୍ଣା ଭାବେ ବିବେଚନା କରାଯାଏ । ଅର୍ଣ୍ଣ ଗ୍ରହଣ କରିବା ପୂର୍ବରୁ ଦେବୀ ଙ୍କୁ ଧନ୍ୟବାଦ କରିବା ଉଚିତ । ତେଣୁ ରୋଷେଇ ଘର ର ଶୁଦ୍ଧତା ରହିବା ଆବଶ୍ୟକ ଅଟେ । ରୋଷେଇ ଘରର ବେଲଣା ପଟା ଓ କାଠି କାହାକୁ ବି ଦେବା ଉଚିତ ନୁହେଁ । ଏମିତିକି ରୋଷେଇ ଘରର ଅନ୍ୟ ଜିନିଷ ମଧ୍ୟ କାହାକୁ ବ୍ୟବହାର ପାଇଁ ଦେବା ଅନୁଚିତ । ଏହା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *