କୁମ୍ଭ ରାଶି ର ସେପ୍ଟେମ୍ବର ମାସର ସଂପୂର୍ଣ୍ଣ ରାଶିଫଳ । ଶିକ୍ଷା, ଚାକିରି, ବ୍ୟାପାର, ଦାମ୍ପତ୍ୟ ଓ ପ୍ରେମ ଜୀବନ କିପରି ରହିବାର ଅଛି ?

ବନ୍ଧୁଗଣ ଆଜି ଆମେ ଜଣାଇବୁ ସେପ୍ଟେମ୍ବର ମାସରେ କୁମ୍ଭ ରାଶିର ସଂପୂର୍ଣ୍ଣ ରାଶିଫଳ । କୁମ୍ଭ ରାଶିରେ ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଉଭୟ ଅନୁକୂଳ ଓ ପ୍ରତିକୂଳ ଫଳାଫଳ ରହୁଅଛି । ଆପଣଙ୍କର ସ୍ୱାସ୍ଥ୍ୟ ଓ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦେବାର ଅଛି । ଅଯଥା ଖର୍ଚ୍ଚ ବଢିପାରେ । ଟଙ୍କା ନଷ୍ଟ ହୋଇପାରେ । ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ।

କଠିନ ପରିଶ୍ରମର ଅଣଦେଖା କରିପାରେ । ଆପଣଙ୍କ କ୍ଯାରିୟର ଦୃଷ୍ଟିରୁ ଆପଣଙ୍କୁ ସାବଧାନ ରହିବାର ଅଛି । ବ୍ୟାପାରରେ ଆଶା କରିଥିବା ଲାଭ ପାଇବେ ନାହିଁ । ଏହି ମାସରେ ଭାଗୀଦାରରେ ନୂତନ ବ୍ୟବସାୟ କରନ୍ତୁ ନାହିଁ । ଶନି ଓ କେତୁଙ୍କ ସ୍ଥିତି ଭଲ ନାହିଁ । ସହଜରେ ଟଙ୍କା ରୋଜଗାର କରିବା ସମ୍ଭବ ହେଉ ନାହିଁ । ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରନ୍ତୁ ।

ଯୋଗ୍ୟ, ପ୍ରାଣାୟମର ଆଶ୍ରୟ ନିଅନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ଠିକ ରହିବ । ଯେଉଁ ମାନେ ଏ ଯାଏଁ ବିବାହ କରି ନାହନ୍ତି ସେମାନଙ୍କର ବିବାହ ବିଳମ୍ବ ହୋଇପାରେ । ଦାମ୍ପତ୍ୟ ଜୀବନ ସାମାନ୍ୟ ରହିବ । ପ୍ରେମୀ ଯୁଗଳଙ୍କ ମଧ୍ୟରେ କଳହ ହୋଇପାରେ । ସମ୍ପର୍କରେ ଆନନ୍ଦ ଅନୁଭବ କରିବେ ନାହିଁ । ଯୋଜନାକୁ ସ୍ଥଗିତ ରଖନ୍ତୁ । ଜୀବନ ସାଥିଙ୍କ ସହ ଯୁକ୍ତି ତର୍କ ହୋଇପାରେ ।

ଜୀବନ ସାଥିଙ୍କ ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ମାସରେ ପାରିବାରିକ ଜୀବନ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ଭୁଲ ବୁଝାମଣା ପରିବାରରେ ହୋଇପାରେ । ପରିବାରରେ ଶାନ୍ତି ପୂର୍ଣ୍ଣ ପରିବେଶ ରହିବ ନାହିଁ । ଝଗଡା ଠାରୁ ଦୂରେଇ ରୁହନ୍ତୁ । ଅନ୍ୟ ର ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ । କୁମ୍ଭ ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷା ପୂରଣ କରିବା ପାଇଁ ସୃଜନଶୀଳତା କୁ ସଠିକ ଭାବେ ବ୍ୟବହାର କରିବାକୁ ପଡିବ ।

କୌଣସି ନୂତନ ଲକ୍ଷ୍ୟ ଆରମ୍ଭ କରିବାକୁ ଚାହୁଁ ଥିଲେ ଯୋଜନା ପୂର୍ବକ କରନ୍ତୁ । ଲକ୍ଷ୍ୟ ରେ ବାଧା ସୁଥିଲେ ସତର୍କ ରୁହନ୍ତୁ ।  ଏହି ମାସରେ ଯେଉଁ ବି ଅକାର୍ଯ୍ୟ କରିବେ ପୂର୍ବରୁ ଯୋଜନା କରନ୍ତୁ । ଯାହା କି ଆପଣଙ୍କ କ୍ୟାରିୟାରେ ଉନ୍ନତି ହେବ । ପରିବାର ରେ ସମ୍ପର୍କ କୁ ମଜବୁତ କରିବାର ସମୟ ଆସି ଯାଇଛି । ସମ୍ପର୍କ ରେ ଫାଟ ସୃଷ୍ଟି ହେଉଥିଲେ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାନ୍ତୁ ।

ସଂସ୍ଥା ପରିବର୍ତ୍ତନ କରିବାକୁ ଚାହୁଁ ଥିଲେ ସେମିତି ଚାଲିବାକୁ ଦିଅନ୍ତୁ । ନୂତନ ସୁଯୋଗ କୁ ଅନୁସନ୍ଧାନ କରନ୍ତୁ । ଆଗକୁ ଖୁବ ଭଲ ସମୟ ଆସୁଛି । ଶନିବାର ଦିନ ଶନି ଚାଳିଶା ର ପାଠ କରନ୍ତୁ । ଶନି ଜନିତ ବାଧା ଦୂର ହେବ । ପ୍ରତେକ ଦିନ 108 ଥର ଓମ ନାମହ ନାରାୟଣ ମନ୍ତ୍ର ଜପ କରନ୍ତୁ । ମଙ୍ଗଳବାର ଦିନ ନାଲି ରଙ୍ଗର ଫୁଲ ହନୁମାନ ଜୀ ଙ୍କୁ ଚଢାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *