ପଞ୍ଚାଙ୍ଗ ଅନୁସାରେ କାଲି ମାଘ ମାସର ମୌନୀ ଅମାବାସ୍ୟା । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହିଥର ମୌନୀ ଅମାବାସ୍ୟାରେ ଗ୍ରହ ନକ୍ଷତ୍ର ମାନଙ୍କର ବିଶେଷ ପ୍ରଭାବ ରହିବାକୁ ଅଯାଉଛି । ଏହି ଅମାବାସ୍ୟାରେ ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ, ଶୁକ୍ର ଗ୍ରହର ଗୋଚର ହେବ । ଶାସ୍ତ୍ର ଅନୁସାରେ ଦୀର୍ଘ ୨୭ ବର୍ଷ ପରେ ଅମାବାସ୍ୟାରେ ଶନିଦେବ ଓ ମକର ରାଶି ଗୋଚର କରିବେ ।
ଏହି ଯୋଗ କାରଣରୁ ଅନେକ ସାରା ଭଲ ପ୍ରଭାବ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ମୌନୀ ଅମାବାସ୍ୟାରେ କଣ କଣ ଦାନ କରିଲେ ଶୁଭ ହୋଇଥାଏ । ମେଷ ରାଶି : ଶାସ୍ତ୍ର ଅନୁସାରେ ମେଷ ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ ଗ୍ରହ । ଏହି ଅମାବାସ୍ୟାରେ ତିଳ ଓ ଗହମ ଦାନ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ ।
ବୃଷ ରାଶି : ଏହି ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର ଗ୍ରହ । ଏହି ଅମାବାସ୍ୟାରେ ଚିନୀ ଓ ଯାଉ ଦାନ କରିଲେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
ମିଥୁନ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ବୁଧ । ମୌନୀ ଅମାବାସ୍ୟାରେ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିଲେ ଜୀବନରେ ଧନଧାନ୍ୟର କୌଣସି କମି ରହିବ ନାହି ।
କର୍କଟ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ଚନ୍ଦ୍ରମା । ଏହି ଅମାବାସ୍ୟାରେ ଧଳା ରଙ୍ଗର ବସ୍ତ୍ର, ଖାଦ୍ୟ ଯେମିତି ଚାଉଳ, କ୍ଷୀର ବା ମିଠା ଦାନ କରିଲେ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।
ସିଂହ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ । ଏହି ଅମାବାସ୍ୟାରେ ସୁର୍ଜ୍ୟଦେବଙ୍କୁ ଜଳ ଅର୍ପଣ କରି ଅନାଜ ଦାନ କରିଲେ ମାନ ସମାନ ବୃଦ୍ଧି ପାଇଥାଏ ।
କନ୍ୟା ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ବୁଧ । ଏହି ଅମାବାସ୍ୟାରେ ପଶୁ ମାନଙ୍କୁ ଚାରା, ଡାଲି ଖାଇବାକୁ ଦେଲେ ଲାଭ ମିଳିଥାଏ ।
ତୁଳା ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ଶୁକ୍ର । ଏହି ଅମାବାସ୍ୟାରେ କନ୍ୟା ମାନଙ୍କୁ ଖିରୀ ଖାଇବାକୁ ଦେବା ସହ ଅନାଜ ଓ ବସ୍ତ୍ର ଦାନ କରିଲେ ଶୁଭ ହୋଇଥାଏ ।
ବିଛା ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ମଙ୍ଗଳ । ଏହି ଅମାବାସ୍ୟାରେ ତମ୍ବାର ବସ୍ତୁ ଓ ଖାଦ୍ୟ ପଦାର୍ଥ ଦାନ କରିବା ଦ୍ଵାରା ଜୀବନରେ ଉନ୍ନତି ହୋଇଥାଏ ।
ଧନୁ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ବୃହସ୍ପତି । ଏହି ଅମାବାସ୍ୟାରେ କୌଣସି ଗରିବ ବ୍ୟକ୍ତିଙ୍କୁ ଡାଲି, ଗୁଡ, ମହୁ ଦାନ କରିଲେ ବହୁତ ଲାଭ ହୋଇଥାଏ ।
ମକର ରାଶି : ଆପଣଙ୍କର ସ୍ଵାମୀ ହେଉଛି ଶନି । ଏହି ଅମାବାସ୍ୟାରେ କଳା ରଙ୍ଗର ବସ୍ତୁ ବା ତେଲ ଦାନ କରିଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।
କୁମ୍ଭ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ଶନିଦେବ । ଏହି ଅମାବାସ୍ୟାରେ ଲୁହା ଜାତୀୟ ଜିନିଷ, ତିଳ ଓ ସୋରିଷ ତେଲ ଦାନ କରିଲେ ସମସ୍ୟାର ନିବାରଣ ହୋଇଥାଏ ।
ମୀନ ରାଶି : ଆପଣଙ୍କର ସ୍ଵାମୀ ହେଉଛନ୍ତି ବୃହସ୍ପତି । ଅମାବାସ୍ୟାରେ ହଳଦିଆ ଚନ୍ଦନ ଓ ଅନାଜ ଦାନ କରିଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।