ବନ୍ଧୁଗଣ ଦିନକୁ ଦିନ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି ପିଲା ଯୋଗ୍ୟ ହେଉଛନ୍ତି ନା ଅଯୋଗ୍ୟ ? ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏ ସବୁରୁ ମୁଖା ଖୋଲି ଦେଇଛି । ନିକଟରେ ଓଡିଶା ଲୋକସଭା ଆୟୋଗ OBଏC ପକ୍ଷରୁ ପ୍ରକାଶିତ ସରକାରୀ ବଡ ପଦ ପାଇଁ ପ୍ରାୟ ୨ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଥିଲା । ସଚିବାଳୟର ସରକାରି ପଦ ପାଇଁ ଇଞ୍ଜିନିୟର, PHD ଡିଗ୍ରୀଧାରୀଙ୍କ ଠାରୁ MBA ପର୍ଯ୍ୟନ୍ତ ପାଠ ପଢିଥିବା ପିଲା ଏଥିପାଇଁ ଆବେଦନ କରିଥିବା ଦେଖିବାକୁ ମିଳିଥିଲା ।
ମାତ୍ର ଯେବେ OBACc ପକ୍ଷରୁ ଜୁନିୟର ପଦ ପାଇଁ ବିଜ୍ଞାପନ ବାହାରୁଛି ସେତେବେଳେ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ନ ମିଳିବା କାରଣରୁ ପ୍ରାୟ ଏକ-ତୃତୀୟାନ୍ସ ପଦ ଖାଲି ପଡିବା ଦେଖାଯାଇଛି । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ଦେଇଛନ୍ତି । ଉଦାହରଣ ସ୍ୱରୂପ ୨୦୦୯-୧୦ ରେ ଉଚ୍ଚ ଶିକ୍ଷା ୧୨ଟି ବିଭାଗ ପାଇଁ ୩୨୮ଟି ଜୁନିୟର ଲେକ୍ଚର ପଦ ବାହାରିଥିଲା । ୨ ବର୍ଷ ପରେ ୨୦୧୧ରେ OBAC ନିଯୁକ୍ତି ଫଳ ବାହାର କରିଲା ।
ଏଥିପାଇଁ କେବଳ ୨୧୧ ଜଣ ଯୋଗ୍ୟ ପ୍ରାର୍ଥୀ ମିଳିଲେ । ହେଲେ ଉପଯୁକ୍ତ ପ୍ରାର୍ଥୀ ନ ମିଳିବାରୁ ୧୧୭ଟି ପଦ ପୂରଣ ହେଲାନି । ଏମିତି ଜୁନିୟର ଇଞ୍ଜିନିୟର, ଡାକ୍ତର, ହେମୋପାତି ବା ଆୟୁର୍ବେଦିକ ଡାକ୍ତର, ଓକିଲ, ଭେଣ୍ଟିନାରୀ ସର୍ଜନ, ଜୁନିୟର କୃଷି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି । ୨୦୦୯ରୁ ୨୦୨୧ ଯାଏଁ ଅର୍ଥାତ ୧୧ ବର୍ଷର ତଥ୍ୟ ଦେଖିଲେ ପ୍ରାୟ ୩୦ ହଜାର ୪୫ ପଦ ପାଇଁ ୧୦,୭୦୩ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ନ ମିଳିଥିବା ଦେଖା ଯାଉଛି । ତେବେ ସରକାରି ଚାକିରି ପାଇଁ ଯୁବ ପିଢୀ ଙ୍କ ଥରେ ରହିଛି ଯଥେଷ୍ଟ ଆଗ୍ରହ ।
OPAC,OSS ବା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, OSSSC ବା ଓଡିଶା ସବ-ଅରିଡିନେଟ ଷ୍ଟାଗ ସିଲେକ୍ସନ କମିଶନ ଭଳି ସରକାରୀ ଏଜେନ୍ସି ଗୁଡିକ ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳକ କରିଥାନ୍ତି । ୧୧ ବର୍ଷରେ ମାତ୍ର ୩୦ ହଜାର ପଦ ପାଇଁ ବିଜ୍ଞାପନ ବାହାରିଛି । ମାତ୍ର OBAC ୩୦ ହାଜରୁ ପ୍ରାୟ ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ ନ ପାଇବା ସରକାରି ଭିତ୍ତି ଭୂମି ଓ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ବର୍ଷକୁ ହାରାହାରି ୨-୩% ଲୋକେ ସରକାରୀ ପଦରୁ ରିଟାର୍ଡ ହେଉଛନ୍ତି ।
ଯଦି ଶିକ୍ଷା ବ୍ୟବସ୍ଥା ଠିକ ଭାବେ ପୋଷ୍ଟ ବାହାର କାରଣଟା ତେବେ ପଦ ଖାଲି ପଡନ୍ତା ନାହି । ତେଣୁ OBAC ଠିକ ଭାବେ ପରୀକ୍ଷା କରୁ ନାହି କିମ୍ବା OBAC ଓ ସରକାରଙ୍କ ଯୋଗାଯୋଗ ସମନ୍ଵୟ ରହୁ ନାହି । ଯାହା ପାଇଁ ଠିକ ସମୟରେ ଯେଉଁ ଆଡଭାଟଇଜ ଆସିବା କଥା ତାହା ଆସିପାରୁ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।