ସାମ୍ନାକୁ ଆସିଲା ସରକାରି ସ୍କୁଲର ଗୁମର, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ସ୍କୁଲ ଦିଦି ବସି ପିଲାଙ୍କୁ ପାଠ ପଢାଉଛନ୍ତି । ଆଉ ସେହି ସମୟରେ ଗଣମାଧ୍ୟମ ଭାଇ ମାନେ ଯାଇ ପହଞ୍ଚି ଯାଇଛନ୍ତି ଆଉ ଭିଡିଓ କରିବାରେ ଲାଗିଛନ୍ତି । ଦିଦି ପାଠ ପଢା ଛାଡି ଆସି କହୁଛନ୍ତି ପରମିଶନ ଆଣିଛନ୍ତି । ଏହା ଶୁଣିବା ପରେ ଗଣମାଧ୍ୟମ ଭାଇ କହୁଛନ୍ତି BEO ଙ୍କୁ ପଚାରନ୍ତୁ । ତା ପରେ ଦିଦି ଫୋନ ଲଗାଉଛନ୍ତି ଆଉ କହୁଛନ୍ତି ମମି ତୁ  BEO  ଙ୍କୁ ଫୋନ କରେ । ତେବେ ମମି ହେଉଛନ୍ତି ସ୍କୁଲର ଅଧ୍ୟାପିକା ଆଉ ଏ ହେଉଛନ୍ତି ତାଙ୍କ ଝିଅ ଇଏ ସ୍କୁଲରେ ବସି ପିଲାଙ୍କୁ ପାଠ ପଢାଉଛନ୍ତି ।

ସୂଚନା ଅନୁଯାୟୀ ମମି ହେଉଛନ୍ତି ସ୍କୁଲର ହେଡ ଦିଦି ଆଜି ସେ ସ୍କୁଲ ଆସି ନାହାନ୍ତି ତ ତେଣୁ ତାଙ୍କ ଜାଗାରେ ତାଙ୍କ ଝିଅ ଆସିକି ପିଲାଙ୍କୁ ପାଠ ପଢାଉଛନ୍ତି । ତେବେ ଏହି ବ୍ୟବସ୍ଥା କେବେ ଠାରୁ କେଉଁଠି ଲାଗୁ ହୋଇ ନାହି । କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜକନିକା ବ୍ଲକର ରାଉତବର୍ତ୍ତନୀ ସରକାରୀ ସ୍କୁଲ ର ହେଡ ଦିଦି ଘରେ ବସିଛନ୍ତି ଆଉ ତାଙ୍କ ଝିଅ ସ୍କୁଲରେ ଆସି ପଢାଉଛନ୍ତି ।

ତେବେ ହେଡ ଦିଦି ନ ଥିବା ବେଳେ ତାଙ୍କ ଝିଅ ଆସି ପାଠ ପଢନ୍ତି ଅଭିଯୋଗ ହେବା ପରେ କିଛି ଲୋକେ ସେଠାକୁ ଯାଇଥିଲେ କିନ୍ତୁ ଝିଅ ପଚାରୁଛନ୍ତି ପରମିଶନ କାହା ଠାରୁ ଆଣିଛ ? ଭିଡିଓ କରୁଥିବା ଭାଇ ପଚାରୁଛନ୍ତି ଆପଣ ପର୍ମିଶନ ଆଣିଛନ୍ତି ଉତ୍ତରରେ ଝିଅ କହୁଛନ୍ତି ମମିଙ୍କର ଗୋଡ ଫ୍ୟାକଚର ହୋଇଛି ସେଥିପାଇଁ ସେ ସ୍କୁଲ ଆସି ନାହାନ୍ତି ।

ତେବେ ଏଥିରୁ ଜଣା ପଡୁଛି ହେଡ ଦିଦି ବହୁତ ଦାୟିତ୍ଵବାନ ସେଥିପାଇଁ ତ ନିଜେ ଅଶୁଠ ଥିବାରୁ ନିଜ ଝିଅ କୁ ସ୍କୁଲ ପଠାଇଛନ୍ତି ପିଲାଙ୍କୁ ପାଠ ପଢାଇବାକୁ । ଯେମିତି ପିଲାଙ୍କର ପାଠ ପଢା ବନ୍ଦ ନ ହୁଏ ସେଥିପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ହେଡ ଦିଦି । ଖାଲି କଣ ଦିଦି କି ଦିଦି ଙ୍କ ଝିଅଙ୍କର ବି ମହତ୍ଵ ଉଦ୍ଦେଶ୍ୟ ରହିଛି ।

କାରଣ ଚାକିରି ନ ହେଉଣୁ ସେ ଆସି ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି ତାହା ମହତ କଥା । ଭିଡିଓ କରୁଥିବା ଭାଇ ପଚାରୁଛନ୍ତି  BEO ଙ୍କ ଠାରୁ ପର୍ମିଶନ ଲେଟର ଆଣିଥିଲେ ଦେଖାନ୍ତୁ ଉତ୍ତରରେ ଝିଅ କହୁଛନ୍ତି ମୁଁ ୩ ଦିନ ହେଲା ଆସି ପଢାଉଛି । ଏହା ପରେ ଦିଦିଙ୍କ ଝିଅ ରାଗିଯାଇ ଖାତା ତେଲ ଉପରେ ପିଟି ଦେଇ କହୁଛନ୍ତି ଏଟା କାହା ଖାତା ଏଠିକି ଆସ ।

ଅନ୍ୟ ପକ୍ଷରେ ଦିଦି ଙ୍କ ଝିଅ ପାଖରେ ବାଡି ବି ଥୁଆ ହୋଇଛି । ସରକାର ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ କରିଥିଆବ ବେଳେ ଏ ବାଡି ଏଠାରେ କଣ କରୁଛି ତାହା ସବୁଠାରୁ ବଡ ପ୍ରଶ୍ନ ଉଠଛି । ଅନ୍ୟ ପକ୍ଷରେ ଜଣେ ମହିଳା ଆସି ଦିଦିଙ୍କ ଝିଅଙ୍କୁ କହୁଛନ୍ତି ଏଠାରୁ ପଳାଅ । ଆଉ କିଏ କହୁଛନ୍ତି ତାଙ୍କର କଲେଜରେ ଚାକିରି ହୋଇ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *