ଏହି ପାକିସ୍ତାନୀ ଭଉଣୀ ଦୀର୍ଘ ୨୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାକ୍ଷୀ, ଏ ବର୍ଷ ମଧ୍ୟ ରାକ୍ଷୀ ବାନ୍ଧିବା ପାଇଁ ପହଞ୍ଚିଲେ ଦିଲ୍ଲୀରେ

ଏ ବର୍ଷ ଅଗଷ୍ଟ ୧୫ ଏକ ସ୍ମରଣୀୟ ଦିନ ଭାବେ ଗଣା ହେବ । କାହିଁକି ନା ଏ ବର୍ଷ ସ୍ଵାଧୀନତା ଦିବସ ଓ ରକ୍ଷା ବନ୍ଧନ ଏକା ସହ ପଡିଛି ଯାହା ଏକ ବିରଳ ସଂଯୋଗ । ଗୋଟେ ପଟେ ଲୋକେ ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀର ସ୍ନେହ ସଂପର୍କକୁ ମଜବୁତ କରିବା ବେଳେ ଅନ୍ୟପଟେ ସ୍ବାଧୀନତା ଦିବସ ପାଇଁ ମଧ୍ୟ ଲୋକେ ବେସ ଆଗ୍ରହ ଦେଖାଇଛନ୍ତି । ଆଜି ସାରା ଦେଶରେ ଚଳଚଞ୍ଚଳ ଲାଗିରହିଛି । ସବୁ ଭଉଣୀମାନେ ନିଜ ଭାଇ ମାନଙ୍କ ପାଇଁ ରାକ୍ଷୀ କିଣିବା ରେ ବ୍ୟସ୍ତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧରମ ଭଉଣୀ କମର ମୋହସିନ ହସିନ ମଧ୍ୟ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆସି ଦିଲ୍ଲୀରେ ପହଞ୍ଚିଥିଲେ ।

ତେବେ ଆପଣ ଜାଣି ନଥିବେ ଯେ ନରେନ୍ଦ୍ର ମୋଦିଙ୍କ ଧରମ ଭଉଣୀ କମର ମୋହସିନ ହସିନ ଆଜି ନୁହେଁ ବରଂ ଦୀର୍ଘ ୨୦ ବର୍ଷ  ହେବ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି । ଯେତେବେଳେ ସେ ତାଙ୍କ ହାତରେ ପ୍ରଥମ ଥର ରାକ୍ଷୀ ବାନ୍ଧିଥିଲେ ସେବେ ନରେନ୍ଦ୍ର ମୋଦୀ କେବଳ ସଂଘର ଏକ କର୍ମଚାରୀ ଥିଲେ ।

କମର ମୋହସିନ ପାକିସ୍ତାନର ବାସିନ୍ଦା କିନ୍ତୁ କିଛି ବର୍ଷ ହେବ ସେମାନେ ଗୁଜରାତର ଅହମ୍ମଦାବାଦ ସହରରେ ସ୍ଥାୟୀଭାବେ ରହୁଛନ୍ତି । ତେବେ ଏହି ଭାଇ ଭଉଣୀଙ୍କ ମଧ୍ୟରେ ନିବିଡ ସ୍ନେହ ସମ୍ପର୍କ ଅଛି । ପ୍ରତ୍ୟକ ବର୍ଷ ଠିକ ରୀତି ନୀତି ଅନୁସାରେ କମର ମୋହସିନ ନିଜ ଧରମ ଭାଇ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *