ଏଭଳି ଖରାପ କାମ କରୁଥିବା ବେଳେ ଧରା ପଡ଼ିଲେ ଏହି ଏୟାର ହୋଷ୍ଟେସ୍ : ତାପରେ ତାଙ୍କ ସହ ଯାହା ହେଲା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏୟାରହୋଷ୍ଟେସ ବିଷୟରେ କିଛି କହିବାକୁ ଯାଉଛୁ ଯିଏ କି କିଛି ଏଭଳି କାମ କରିବା ବେଳେ ଧାରା ପଡି ଜେଲ ଯାଇଛନ୍ତି । ଆପଣ ମାନେ ତ ଜାଣିଥିବେ ଗୋଟେ ଏୟାରହୋଷ୍ଟେସ ହେବା କେତେ ଝିଅଙ୍କର ସ୍ଵପ୍ନ ହୋଇଥାଏ । ସବୁ ପ୍ଲେନ ବା ଫ୍ଲାଇଟ ରେ ଏହି ଏୟାରହୋଷ୍ଟେସ ମାନେ ଯାତ୍ରୀ ମାନଙ୍କ କଥା ବୁଝା ବୁଝି କରି ଥାନ୍ତି । ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରି ଥାନ୍ତି ।ଯାତ୍ରା କରିବା ସମୟରେ  ସେମାନଙ୍କୁ ସୁରକ୍ଷା ବିବରଣୀ ମଧ୍ୟ ଦେଇଥାନ୍ତି ।

କିନ୍ତୁ କିଛି ଏୟାରହୋଷ୍ଟେସ ଏମିତି ଥାନ୍ତି ଯେଉଁମାନେ ନିଜ କାମ ପ୍ରତି ଧ୍ୟାନ ନ ଦେଇ ନିଜ ପଦ ର ଫାଇଦା ଉଠାଇ ଥାନ୍ତି । ତେବେ ସେହିପରି ଏକ ଏୟାରହୋଷ୍ଟେସ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ୨୫ ବର୍ଷ ବାସର ଏହି ଏୟାରହୋଷ୍ଟେସ ଜେଟ୍ ଏୟାରଓ୍ବେଜରେ କାମ କରନ୍ତି । ତେବେ ତାଙ୍କୁ ବିରୋଧରେ ବିଦେଶୀ ମୁଦ୍ରା ଚାଲାଣ ପାଇଁ ଗିରଫ କରା ଯାଇଛି । ଏହା ମଧ୍ୟ ସେ ନିଜେ ଡାଇରେକ୍ଟୋରେଟ୍ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ସମ୍ମୁଖରେ ସ୍ଵୀକାର କରିଛନ୍ତି ଓ କହିଛନ୍ତି ତାଙ୍କୁ ଏହି କାମ ପାଇଁ କମିଶନ ମଧ୍ୟ ମିଳୁଥିଲା ।

ତେବେ ଘଟଣା ହେଲା ଦିଲ୍ଲୀରୁ ହଙ୍ଗକଙ୍ଗ ଯାଉଥିବା ଜେଟ୍ ଏୟାରଓ୍ବେସର ଫ୍ଳାଇଟରେ ଚଢ଼ଉ କରାଯାଇଥିଲା । ଏହି ଏୟାରହୋଷ୍ଟେସର ବ୍ୟାଗ୍ ଯାଞ୍ଚ ବେଳେ ଲକ୍ଷେ ଡଲାର ମିଳିଥିଲା ଯାହାକୁ ଖାଦ୍ୟ ଗରମ ରହୁଥିବା ଆଲୁମିନିୟମ୍ ଫଏଲରେ ଗୁଡାଇ ରଖାଯାଇଥିଲା । ଏହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୩କୋଟି ୨୦ଲକ୍ଷ ଟଙ୍କା । ବିଦେଶୀ ମୁଦ୍ରା ଚୋରା ଚାଲାଣ ମାମଲାରେ ଏହି ଭାରତୀୟ ଏୟାରହୋଷ୍ଟେସଙ୍କୁ ଗିରଫ କରାଯାଇଥିଲା ।

ତେବେ ଏହା ସେ କାହା କହିବା ଅନୁସାରେ କରୁଥିଲେ ସେ କଥା ମଧ୍ୟ କହିଛନ୍ତି ଓ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିମାନର ଅପରେଟର ଅମିତ । ଅଭିଯୁକ୍ତ ଯୁବତୀଙ୍କ ଶ୍ବଶୁର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ତା’ର ବାପା ଏଲଆଇସିରେ ଜଣେ ଉଚ୍ଚ ପଦସ୍ଥ ଅଫିସର। ବର୍ଷେ ପୂର୍ବରୁ ଏହି ଯୁବତୀ ଲଭ ମ୍ୟାରେଜ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *