୫୦୦ ବର୍ଷ ତଳର ରଥଯାତ୍ରା, କିଏ ଏହି ନାରୀ ଯାହା ପାଇଁ ଅଟକିଥିଲା ନନ୍ଦୀଘୋଷ ? ସତ୍ୟ ଘଟଣା

ବନ୍ଧୁଗଣ, ଜଣେ ବେ-ଶ୍ୟା ପାଇଁ ତୀର୍ଥ ଧାମ ପୁରୀ ରେ ନନ୍ଦିଘୋଷ ଅଟକି ଯାଇଥିଲା । ଏହି ମହତ୍ଵ ପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପ୍ରାଏ ଆପଣ ମାନେ ଜାଣି ନଥିବେ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆବଗତ କରାଇବାକୁ ଯାଉଅଛୁ ।

ଏହି କଥା ଟି ହେଉଛି “ରୂପଜୀବୀ ଯମୁନା”ର । ଝାଡଙ୍ଗ ସାହିରେ “ରୂପଜୀବୀ ଯମୁନା” ର ଘର । ଦିନେ ତାର ମନରେ ଜାଗୃତ ହେଲା ଯେ, ଲୋକମାନେ ପା-ପ ପ୍ରକ୍ଷାଳନ ନିମନ୍ତେ ପୁରୀ କୁ ଆସୁଛନ୍ତି । ମାତ୍ର ମୁଁ ଏହି ଦିବ୍ୟଧାମ ରେ ରହି ଲୋକଙ୍କୁ ପା-ପୀ କରାଉଛି । ମୋର ଜୀବନରେ କଣ ମୁକ୍ତି ନାହିଁ । ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ଜୀବି । ତାଙ୍କ ସମୁଖରେ ଯାଇ ସାଷ୍ଟାଙ୍ଗ ପ୍ରଣମିତ ହେବି । ଏଭଳି ଚିନ୍ତାଧାରା ରଖି “ରୂପଜୀବୀ ଯମୁନା” ଅରୁଣ ସ୍ତମ୍ଭ ନିକଟକୁ ଗଲା । ମାତ୍ର ସେଠାରେ ଯାଇ ପହଞ୍ଚିବା ପରେ ତା ନିକଟରେ ପଣ୍ଡା ମାନେ ଘେରିଗଲେ ।

ତାକୁ ପଣ୍ଡା ମାନେ କହିଲେ ତୋ ଭଳି ଅପବିତ୍ର ପା-ପୀ ଯଦି ଶ୍ରୀ ମନ୍ଦିର ଯିବ ତେବେ ରାଜା ଶୁଣିଲେ ଆମ୍ଭ ମୁଣ୍ଡ ରହିବ ତ ? ତୁ ଏଠାରୁ ଚାଲିଯା । ଏହାପରେ “ରୂପଜୀବୀ ଯମୁନା” ସେଠାରୁ କାନ୍ଦି କାନ୍ଦି ପଳାଇଥିଲା । ମାତ୍ର ସେତେବେଳେ ସେହି ବାଟରେ ଯାଉଥାନ୍ତି ବଳରାମ ମହାପାତ୍ର । ବଲରାମ ଆସିଥିଲେ ଜଗନ୍ନାଥ ଙ୍କୁ ଦେଖା କରିବାକୁ ମାତ୍ର “ରୂପଜୀବୀ ଯମୁନା” କୁ ଦେଖିବା ପରେ ଆଉ କୁଆଡେ ଜଗନ୍ନାଥ ଙ୍କୁ ନଦେଖିବାକୁ ଯାଇ “ରୂପଜୀବୀ ଯମୁନା” ପଛେ ଧାଇଁଲେ । ଏହାପରେ ବଳରାମ ସିଧା ଝାଡଙ୍ଗ ସାହି କୁ ପଳାଇଲେ ।

ସେ “ରୂପଜୀବୀ ଯମୁନା” ଙ୍କର ସୁନ୍ଦରତାରେ ଏତେ ଆକର୍ଷଣ ହୋଇଗଲେ ଯେ ସେ ଘରକୁ ଯିବା ପରିବର୍ତେ ଯମୁନା ପାଖରେ ରହିବାକୁ ପସନ୍ଦ କରିଲେ । ଏହି କଥାଟି ଚାରିଆଡେ ବ୍ୟାପିଗଲା ଏହାପରେ ଏହି କଥା ଟି ବଳରାମ ମହାପାତ୍ର ଙ୍କର ବାପା ସୋମନାଥ ମହାପାତ୍ର ନିକଟରେ ପହଞ୍ଚିଲା । ନିଜ ପୁତ୍ର କୁ ଫେରାଇ ଆଣିବାକୁ ଚାହିଁ ବାପା ଯାଇ ପହଞ୍ଚିଲେ ବେ-ଶ୍ୟା ର ଘର ନିକଟରେ ।

ମାତ୍ର ସେଠାରେ ଯାଇ ଦେଖନ୍ତି “ରୂପଜୀବୀ ଯମୁନା” ର କୋଳରେ ମୁଣ୍ଡ ରଖିଶୋଇଛନ୍ତି ବଳରାମ । ସେଠାରୁ ନିରାଶ ହୋଇ ବାପା ଘରକୁ ଚାଲି ଆସିଲେ । ଏହାପରେ ରୋମାଞ୍ଚକ ମାହୋଲ ରେ ମାଜିଥିବା ବେଳେ ବଳରାମ ମହାପାତ୍ର କୁ ହଟାତ ଘଣ୍ଟି ମାଡ ଏବଂ ଜୟ ଜୟକାର ଶୁଭିଲା ବଳିଆ ଯମୁନା ଙ୍କୁ ପଚାରଙ୍କି ଏ କଣ ଶବ୍ଦ ଶୁଭୁଛି । ସେଦିନ ରଥଯାତ୍ରା ଥିଲା । “ରୂପଜୀବୀ ଯମୁନା” କହିଲେ ଆଜି ପରା ମହାପ୍ରଭୁଙ୍କର ଲୀଳା । ଆଜି ରଥଯାତ୍ରା । ଏହାଶୁଣି “ବଳରାମ ମହାପାତ୍ର” ସେଠାରୁ ଧାଇଁ ଆସି ମହାପ୍ରଭୁ ଙ୍କ ନିକଟରେ ପହଞ୍ଚିଲେ ।

ତାଙ୍କ ମନରେ ଆଶା ଥିଲା ଯେ ମହାପ୍ରଭୁ ଙ୍କ ରଥ ଦଉଡି କୁ ଟିକିଏ ଛୁଇଁ ଦିଅନ୍ତେ । ଏହାପରେ ତାଙ୍କୁ ସେଠାରେ ଥିବା ପଣ୍ଡା ମାନେ ଘଉଡାଇ ଦେଲେ । କାରଣ ସମସ୍ତେ ଜାଣିଥିଲେ ଯେ, “ବଳରାମ ମହାପାତ୍ର” ବର୍ତ୍ତମାନ “ରୂପଜୀବୀ ଯମୁନା” ଙ୍କ ଘରେ ତାଙ୍କ ସାଥିରେ ରହୁଛନ୍ତି । ଏହାପରେ ସେଠାରୁ ବଳରାମ ବାଙ୍କି ମୁହାଣକୁ ଆସି ବାଲିରେ ମହାପ୍ରଭୁ ଙ୍କ ଚିତ୍ର ଆଙ୍କିବାକୁ ଲାଗିଲେ କହିଲେ, କାଳିଆ ଏହା କଣ ତୋର ବିଚାର ? ତୋର ଭକ୍ତ ଆଜି ତୋ ପାଖରୁ ମାଡ ଖାଇ ଆସିଲା । ମୁଁ ଯଦି ପ୍ରକୃତରେ ତୋର ଭକ୍ତ ହୋଇଥିବି ତେବେ ମୁଁ ରଥ ନ ଛୁଇଁଲା ପର୍ଯ୍ୟନ୍ତ ଏ ରଥ ଗଡିବ ନାହିଁ । ଏହାପରେ ସତକୁ ସତ ରଥ ଗଡିଲା ନାହିଁ । ମହାପ୍ରଭୁ ପ୍ରତାବ ରୁଦ୍ର ଦେବଙ୍କୁ ସ୍ଵୋପ୍ନାଦେଶ ଦେଲେ ଯେ, ବାଙ୍କି ମୁହାଣରେ ମୋର ଭକ୍ତ ଅଛି । ତାର ନାମ ବଳିଆ ।

ତାର ବାଲି ରଥରେ ମୁଁ ଅଛି । ତାକୁ ଅପବିତ୍ର କହି ଘଉଡାଇ ଦେଲ ମାତ୍ର ବର୍ତ୍ତମାନ ଯାଇ ତାକୁ ଡାକି ଆଣ, ସେ ଅପବିତ୍ର ଭକ୍ତ ର ହାତ ବାଜିଲେ ମୋ ନନ୍ଧିଘୋଷ ଗଡିବ । ଏହାପରେ ରାଜା ପାଲିଙ୍କି ରେ ବସାଇ ସନମାନ ର ସହିତ ବଳରାମ ମହାପାତ୍ର କୁ ଆଣିଲେ । ଏହାପରେ ବଳିଆ ରଥ ଛୁଇଁବା ପରେ ରଥା ଗଡିଲା । ବନ୍ଧୁଗଣ ପ୍ରଭୁ ଜଗନ୍ନାଥ ପବିତ୍ର ଅପିବତ୍ର ଜାତି ଧର୍ମ କିଛି ଦେଖନ୍ତି ନାହିଁ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *