ମହାଶିବରାତ୍ରି ଦିନ କରନ୍ତୁ ଏହି ବିଶେଷ ଉପାୟ, ଯାହା ଚାହିବେ ତାହା ପାଇବେ

ମହାଶିବରାତ୍ରିର ହିନ୍ଦୁଧର୍ମରେ ବିଶେଷ ମହତ୍ଵ ରହିଛି । ଚଳିତ ବର୍ଷ ମାଚ୍ଚ ମାସ ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଛି । ଶାସ୍ତ୍ର ଅନୁସାରେ ଏହି ଦିନ ବ୍ରତ ଉପାସନା କରିବା ଦ୍ଵାରା ବ୍ୟକ୍ତିଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ଆପଣ ଯାହାର କାମନା କରିଛନ୍ତି ତାହା ଈଶ୍ବରଙ୍କ କୃପାରୁ ମିଳିଥାଏ । କିନ୍ତୁ ଇଶ୍ଵରଙ୍କ ପୂଜା ବିଧି ନିଷ୍ଠାର ସହ ପାଳନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଶିବରାତ୍ରି ଦିନ କେଉଁ ସବୁ ଉପାୟ କରିଲେ ମନସ୍କାମନା ପୂରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମହାଦେବଙ୍କ କୃପା ଲାଭ ପାଇଁ ଗଙ୍ଗା ଜଳ ସଜ ମିଶ୍ରିତ କ୍ଷୀରରେ ଶିବଲିଙ୍ଗର ଅଭିଷେକ କରନ୍ତୁ । ଏହା ସହ ରାତ୍ରି ସମୟରେ ଶିବ ପୁରାଣର ପାଠ କରନ୍ତୁ । ଏହା ଦ୍ଵାରା ମହାଦେବ ପ୍ରସନ୍ନ ହୋଇଥାନ୍ତି ।

୨- ବ୍ୟବସାୟରେ ଅଧିକ ଲାଭବାନ ହେବା ସହ ମାହ ଶିବରାତ୍ରି ରେ ମହାଦେବଙ୍କର ଶିବଲିଙ୍ଗରେ ଦହିରେ ଅଭିଷେକ କରନ୍ତୁ । ଏହା ସହ ଶିବଙ୍କ ପାଖରେ ଶୁଦ୍ଧ ଘିଅରେ ଦୀପ ପ୍ରସ୍ତୁତ କରି ଜଳାନ୍ତୁ । ଏହା ବ୍ଯତୀତ ମହାଦେବଙ୍କ ପ୍ରିୟ ଜିନିଷ ଭୋଗ ଲଗାନ୍ତୁ । ଏହା ଦ୍ଵାରା ବ୍ୟବସାୟରେ ଅଧିକ ଧନ ଲାଭ ହେବ ।

୩- ଯଦି ଆପଣ ଆର୍ଥିକ ସ୍ଥିତି ରେ ଗତି କରୁଛନ୍ତି ତେବେ ମହା ଶିବରାତ୍ରି ଦିନ ମହାଦେବଙ୍କର ଶିବଲିଙ୍ଗରେ ମହୁ ଓ ଘିଅରେ ଅଭିଷେକ କରନ୍ତୁ । ଏହା ବ୍ଯତୀତ ଭୋଳାନାଥଙ୍କୁ ଆଖୁ ଭୋଗ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବା ସହ ଧନ ଅର୍ଜନ ହେବ ।

୪- ଯଦି ଆପଣ ଯାନ ବାହନ କ୍ରୟ କରିବାକୁ ଚାହୁଁଛନ୍ତି ମାତ୍ର ସେଥିରେ ସଫଳ ହୋଇପାରୁ ନାହାନ୍ତି ତେବେ ମାହ ଶିବରାତ୍ରି ରେ ପଞ୍ଚାମୃତ ରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ ।

୫- କୌଣସି ରୋଗରୁ ଉପସମ ପାଇବାକୁ ହେଲେ ଗଙ୍ଗା ଜଳରେ ମହାଦେବଙ୍କୁ ଅଭିଷେକ କରନ୍ତୁ । ଏହା ପରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଆଣ ଯେ କୌଣସି ରୋଗରୁ ମୁକ୍ତି ପାଇ ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

୬- ଯଦି ଆପଣଙ୍କର ବିବାହ ରେ ବିଳମ୍ବ ହେଉଛି ବା ଅନ୍ୟ କୌଣସି କାରଣରୁ ବିବାହ ହୋଇପାରୁ ନାହି ତେବେ ମହା ଶିବରାତ୍ରି ଦିନ ଓମ ପାର୍ବତେୟ ନାହ ମନ୍ତ୍ର ଜପ କରନ୍ତୁ । ଏହା ସହ ମହାଦେବ ଓ ମା ପାର୍ବତୀଙ୍କ ପୂଜା କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଆପଣ ମା ପାର୍ବତୀଙ୍କୁ ନାଲି ରଙ୍ଗର ବସ୍ତୁ ଅର୍ପଣା କରନ୍ତୁ । ଏହି ଉପାୟ କରିବା ଦ୍ଵାରା ବିବାହରେ ହେଉଥିବା ସବୁ ସମସ୍ଯା ଦୂର ହୋଇଥାଏ ।

୭- ସନ୍ତାନ ପ୍ରାପ୍ତି ନିମନ୍ତେ ମହା ଶିବରାତ୍ରି ଦିନରେ ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ । ଏହା ସହ ମହାଦେବ ଓ ମା ପାର୍ବତୀଙ୍କ ପୂଜା କରିବା ସହ ଭଗବାନ ଗଣେଶ ଓ କାର୍ତ୍ତିକଙ୍କ ପୂଜା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *