ଶନି ଚଳିବେ କୁମ୍ଭ ରାଶିକୁ, 12 ଟି ରାଶି ଉପରେ କଣ ପଡିବ ପ୍ରଭାବ… ଦେଖନ୍ତୁ

ଭଗବାନ ଶନିଙ୍କୁ ନ୍ୟାୟଦାତା ଓ ପାପର ଦାତା ମଧ୍ୟ କୁହାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶନି ବର୍ତ୍ତମାନ ମକର ରାଶିରେ ବକ୍ରିୟ ଅବସ୍ଥାରେ ଅଛନ୍ତି । ୨୯ ଏପ୍ରିଲ ୨୦୨୨ ବର୍ଷ ଶୁକ୍ରବାର ଦିନ ଶନି ଦିବା ୭ଟା ୫୦ ମିନିଟ ସମୟରେ ଘନିଷ୍ଠ ନକ୍ଷତ୍ର କୁମ୍ଭ ରାଶିକୁ ଗୋଛା କରିବେ । ଏହି ସମୟରେ ୧୨ ଗୋଟି ରାଶି ମାନଙ୍କ ପାଇଁ କିଭଳି ଶୁଭ ଓ ଅଶୁଭ ଫଳ ପ୍ରାପ୍ତ ହେବ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମେଷ ରାଶି : ଭଗବାନ ଶନିଙ୍କ ଗୋଚର କାରଣରୁ ଆପଣଙ୍କର ସମୟ ଶୁଭ ରହିବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ ।

ବୃଷ ରାଶି : ନୂତନ ବ୍ୟବସାୟ ଆରମ୍ଭ କରିବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମହିଳା ସୁଖୀ ହେବେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

ମିଥୁନ ରାଶି : ଆପଣଙ୍କର ଆୟରେ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ ସୁଯୋଗ ହେବ । ମାଲି ମୋକଦମାରେ ସଫଳତା ପ୍ରାପ୍ତ ହେବ । ଛାତ୍ର ଛାତ୍ରୀ ଶିକ୍ଷା ଦିଗରେ ଅଗ୍ରସର ହେବେ ।

କର୍କଟ ରାଶି : ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହେବ ବନ୍ଧୁ ସହଯୋଗ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ମହିଳା ଚିନ୍ତାରେ ରହିବେ ।

ସିଂହ ରାଶି : ପରିଶ୍ରମ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ପାରିବାରିକ କଳହ ଲାଗିପାରେ । ବାଦ ବିବାଦ ହୋଇପାରେ । ସ୍ଥିତି ଜଟିଳ ହେବ । ମହିଳା ଧର୍ମ ପରାୟଣ ହେବେ ।

କନ୍ୟା ରାଶି : ଭଲ ବ୍ୟବହାର ପାଇଁ ବ୍ୟବସାୟରେ ଲାଭବାନ ହେବେ । ଧନ ଆଗମନର ସୂଚନା ରହିଛି । ସବୁ କ୍ଷେତ୍ରରେ ସଫଳ ହେବେ ।

ତୁଳା ରାଶି : ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳାମାନେ ଲାଭବାନ ହେବେ ।

ବିଛା ରାଶି : ବ୍ୟବସାୟରେ ସଂଘର୍ଷ ପୂର୍ଣ୍ଣ ସ୍ଥିତି ହୋଇପାରେ । ମାନ ସମାନ ପ୍ରାପ୍ତ ହେବ । ମହିଳାମାନେ ଉନ୍ନତି କରିବେ ।

ଧନୁ ରାଶି : ଆପଣଙ୍କର ଆୟ ବ୍ୟୟ ସମାନ ରହିବ । ବିଦେଶ ଭ୍ରମଣର ସୁଯୋଗ ମିଳିପାରେ । ମହିଳାମାନେ କର୍ମ କ୍ଷେତ୍ରରେ ଉନ୍ନତି କରିବେ ।

ମକର ରାଶି : ମହିଳାମାନେ ସୁଖୀ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । ଧନ ଆଗମନର ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ।

କୁମ୍ଭ ରାଶି : ବ୍ୟବସାୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ହୋଇପାରେ । ମାନସିକ ଶାନ୍ତି ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ହଇରାଣ ହେବ ।

ମୀନ ରାଶି : ଅଟକି ରହିଥିବା ଟଙ୍କା ଫେରି ପାଇବେ । ପାରିବାରିକ ଶାନ୍ତି ରହିବ । ମହିଳା ସୁଖୀ ହେବେ । ଅଚାନକ ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *