ଜୀବନରେ ଆମେ ବହୁତ ଅନ୍ଧବିଶ୍ବାସ କଥା ଶୁଣି ଥାଉ । କିନ୍ତୁ ଏହା ପରେ ବି ଆମେ ସମସ୍ତେ ଶାସ୍ତ୍ର ଜ୍ୟୋତିଷ ଆଦି ଉପରେ ବିଶ୍ବାସ କରି ଥାଉ । ସେହି ଭଳି ଆମେ କିଛି ଗୁରୁ ବା ସାଧକ ମାନଙ୍କର ମଧ୍ୟ ଭକ୍ତ ହୋଇଥାଉ । ଆମେ ମାନେ ସେମାନଙ୍କ ଉପରେ ନିଜର ବିଶ୍ବାସ ରଖି ଥାଉ । ସେମାନଙ୍କ ପାଖରେ କିଛି ଅଲୌକିକ ଓ ଐଶ୍ୱରୀକ ଶକ୍ତି ରହିଥାଏ । ସେମାନେ ନିଜର ବହୁ ଦିନ ର ତପସ୍ୟା ଓ ସାଧନ ବଲ ରେ ଏତେ ବାଟ ଆସିଥାନ୍ତି ଓ ଏତେ ସିଦ୍ଧି ପ୍ରାପ୍ତ କରି ଥାନ୍ତି ।
ତେବେ ସେହି ଗୁରୁ ମାନଙ୍କର ବହୁତ ଇତିହାସ ରହି ଥାଏ । ସେମାନେ ନିଜର ଜୀବନରେ ବହୁତ ଜିନିଷ ର ଅନୁଭୂତି କରି ଥାନ୍ତି । ବହୁତ ଜିନିଷ ଶିଖି ଥାନ୍ତି ଯାହା ଫଳରେ ସେମାନେ ଏତେ ଜ୍ଞାନୀ ହୋଇ ଥାନ୍ତି । ତେବେ ସେମାନଙ୍କ ଦ୍ବାରା କୁହା ଯାଇ ଥିବା କଥା ଅନ୍ଧ ବିଶ୍ୱାସ ହୋଇ ନ ଥାଏ ।
ସେମାନେ ନିଜର ଅଭିଜ୍ଞତା ଓ ଜ୍ଞାନ ରୁ ହିଁ ସେହି ସବୁ ଜିନିଷ କହି ଥାନ୍ତି । ତେବେ ସେହି ଭଳି ଜଣେ ବାବା ଯାହାଙ୍କ ନାମ ହେଉଛି ବାବା ନିତ୍ୟାନନ୍ଦ । ତାଙ୍କର ଯୁବ ସମୟ ର ଏକ ଭୟଙ୍କର ଅଭିଜ୍ଞତା ସେ କହି ଛନ୍ତି । ତେବେ ସେହି ଭଳି ଏକ ଘଟଣା ଯାହା କି ଶୁଣିଲେ ବିଶ୍ବାସ ହେବ ନାହିଁ ।
ତେବେ ଏହି ବାବା ଜଣକ ଙ୍କୁ ଆପଣ ଦେଖିବେ ସେ ପୁରା ସାଧାରଣ ଓ ଈଶ୍ୱର ଭକ୍ତି ରେ ଲୀନ ହୋଇ ରହି ଥାନ୍ତି । ସେ ଏକ କୌପଲ ପିନ୍ଧିଥାନ୍ତି ସାରା ଜୀବନ ସେ ନିର୍ବସ୍ତ୍ର ରେ ବିତାଇ ଥାନ୍ତି । ତେବେ ସେ ଏକଦା ଦଶ କାର୍ଯ୍ୟ ରେ ଯେଉଁ ସବୁ ଚାଉଳ, ଡାଲି ଆଦି ମିଳି ଥାଏ ।
ତାହାକୁ ନେଇ ରୋଷେଇ କରିବେ ବୋଲି ଭାବିଲେ । ତେବେ ବାବା ନିତ୍ୟାନନ୍ଦ ଏକା ନଥିଲେ ତାଙ୍କ ଅନ୍ୟ ସାଥି ମାନେ ମଧ୍ୟ ଥିଲେ । ଯେତେବେଳେ ସେମାନେ ଏହା ଭାବିଲେ ସେମାନେ ଏକ ଜୁଇ ର ଅଗ୍ନିରେ ହିଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଚିନ୍ତା କଲେ ।
ତେବେ ଯେତେବେଳେ ସେମାନେ ଖାଦ୍ୟ ବନାଇବା ପରେ ଉଠିଲେ ସେତେବେଳେ ବାବା ନିତ୍ୟାନନ୍ଦ ଙ୍କ ପାଦ କୁ ଏକ ଅଲୌକିକ ହାତ ଧରିନେଲା ତେବେ ହାତ ଟି କାହାକୁ ଦେଖାଯାଇ ନ ଥିଲା । ବାବା ନିତ୍ୟାନନ୍ଦ କହିଲେ ଗୁରୁ ହିଁ ମହାନ ତୁ କିଏ ମୁଁ ଜାଣିଚି ତେଣୁ କରି ଛାଡି ଦେ ନହେଲେ ବହୁତ ଖରାପ ହେବ । ଏହା ପରେ ହାତ ଟି ଛାଡିଯାଇଥିଲା ।