Malikaରେ ଯାହା ଲେଖା ଅଛି ତାହା ହିଁ ହେଉଛି, 2022ରେ ପ୍ରଳୟ ଯୋଗ- Malika Bachana

ଆମ ଓଡ଼ିଆ ରେ ଏକ ଵଚନ ଅଛି ଯେଉଁଥିରେ କି ପୃଥିବୀ ଧ୍ୱଂସ ହେବାର ସବୁ ଘଟଣା ଓ ଲକ୍ଷଣ ମାନ ଲେଖା ହୋଇଛି । ତେବେ ଏହାକୁ ସ୍ୱାମୀ ଅଚ୍ୟୁତାନନ୍ଦ ଲେଖିଥିଲେ । ତେବେ ଏହି ଵଚନ ର ନାମ ହେଉଛି ମାଳିକା ଵଚନ । ତେବେ ଏହି ମାଳିକା ଵଚନ ରେ ପୃଥିବୀ ବା କଳିଯୁଗ ଶେଷ ହେବାର ସମୟ ଆସିବା ବେଳେ ହିଁ କେଉଁ କେଉଁ ଅଘଟଣ ଆଦି ଦେଖା ଯିବ । ତାହା ସମ୍ପର୍କ ରେ ଲେଖା ହୋଇଛି ।

ତେବେ ଏହା କୁ ନେଇ କିଛି କଥା ମାନ ଆଜି ଆମେ ଆପଣଙ୍କ କହିବୁ । ଏହା ତ ସତ୍ୟ ଅଟେ କି କଳିଯୁଗ ରେ ଅନ୍ୟାୟ କାର୍ଯ୍ୟ ଓ ପାପ କାର୍ଯ୍ୟ ର ବୃଦ୍ଧି ବେଶୀ ହେବ । ଏହି ସମୟରେ ଯେଉଁ ଲୋକମାନେ ପାପ କାର୍ଯ୍ୟ କରିବେ ।

ସେମାନେ ସୁଖ ଓ ଯେଉଁ ମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଦୁଃଖ ରେ ରହିବେ । କଳିଯୁଗ ରେ ନ୍ୟାୟ ବୋଲି କିଛି ରହିବ ନାହିଁ । ତେବେ ମାଳିକା ରେ କୁହାଯାଇଛି କି ଯେବେ ପୃଥିବୀ ରେ ପାପ ର ଭାର ଅଧିକ ହେବ ।

ସେବେ ଭଗବାନ ଶ୍ରୀକୃଷ୍ଣ କଲକୀ ଅବତାର ନେଇ ପାପୀ ମାନଙ୍କର ବିନାଶ କରିବେ । ଏହା ଛଡା ୨୨ ପାହାଚ ଯେଉଁ ପୁରୀ ରେ ଅଛି ସେଠାକୁ ସମୁଦ୍ର ପାଣି ମାଡ଼ି ଆସିବ ଓ ସେଠାରେ ମିନ ଖେଳିବ । । ତେବେ ଏବେ ଠାରୁ ମାଳିକା ର କିଛି କିଛି ଵଚନ ସତ ହେଉଛି ।

ଯେପରି କି ମାଳିକା ରେ ବର୍ଣିତ ଅଛି କି ଏକ ଅଜଣା ରୋଗ ମାଡି ଆସିବ ସମଗ୍ର ବିଶ୍ୱ କୁ ଓ ଲୋକମାନେ ମୁହଁ ରେ ତୁଣ୍ଡି ବାନ୍ଧିବେ । ତେବେ ଏହା ସତ୍ୟ ହୋଇଛି ଯାହାକି ହେଉଛି କୋରନା । ଏହା ଛଡା ରେ ଏବେ ଏକ ଅଘଟଣ ଦେଖିବାକୁ ମିଳି ଥିଲା କି ପତିରପାବନ ଚାରି ପାର୍ଶ୍ଵ ରେ ଚିଲ ମାନେ ଉଡୁ ଥିଲେ ।

ଏହା ପରେ ହିଁ ଭାରତମାତା ନିଜର ଜଣେ ସେନା ଧକ୍ଷ କୁ ହରାଇ ଥିଲା । ଏହା ପରେ ପୁରୀରେ ବିଭିନ୍ନ ଅଘଟଣ ମାନ ସବୁ ହୋଇ ଆସୁଛି । ତେବେ ମାଳିକା ରେ କୁହା ଯାଇଛି କି ଯେବେ କଳିଯୁଗ ଶେଷ ହେବ ଲୋକମାନେ ଦିନରେ ଶୋଇବେ ରାତିରେ ଜଗିବେ ।

ଶୀତ ଦିନେ ଗ୍ରୀଷ୍ମ ହେବ ଋତୁ ରେ ପରିଵର୍ତନ ହେବ । ଗୁରୁ ଶିଷ୍ୟଙ୍କୁ ଭୟ କରିବେ । ପୁଅ ମାନେ କୁଆଁର ହୋଇ ବୁଲିବେ । ଝିଅ ଝିଅ ଙ୍କ ପ୍ରତି ଆକର୍ଷିତ ହେବେ । ତେବେ ଏହି ସବୁ ଅସାଧାରଣ ଓ ଅଘଟଣ ଆଦି କଳିଯୁଗ ଶେଷ ହେବାର ସଙ୍କେତ ଦେଇ ଥାଏ ।

Leave a Reply

Your email address will not be published. Required fields are marked *