ସଙ୍ଗୀତ ଦୁନିଆକୁ ବଡ ଝଟକା, 7 ଦିନରେ ଆଖି ବୁଜିଲେ 3 ଜଣ ମହାନ Singer

ବନ୍ଧୁଗଣ ସଙ୍ଗୀତ ଦୁନିଆରେ ଏବେ କଳା ବାଦଲ ଛାଇ ଯାଇଛି । ଆଗ ପଛ ହୋଇ ଚାଲିଗଲେ ୩ ସୁନାମଧନ୍ୟ ସଂଗୀତକାର । ୭ ଦିନ ମଧ୍ୟରେ ୩ ଜଣ ଗାୟକଙ୍କର ମୃତ୍ୟୁକୁ ନେଇ ମ୍ୟୁଜିକ ଇଣ୍ଡଷ୍ଟ୍ରି ଏକ ପ୍ରକାରର ସ୍ତବ୍ଧ ହୋଇ ଯାଇଛି । ଏମିତି ଲାଗୁଛି ସଙ୍ଗୀତ ଦୁନିଆରେ କାଳର ଛାୟା ଖେଳି ଯାଇଛି । ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଉ ୨ ଜଣଙ୍କର ଅକାଳ ବିୟୋଗ ଘଟିଛି । ସବୁ ଦିନ ପାଇଁ ଦୁନିଆକୁ ଅଲବିଦା କହିଥିବା ଏହି ୩ଜଣ ଗାୟକ ହେଉଛନ୍ତି ମାଲାୟଲମ ସଙ୍ଗୀତ ଜଗତର ବିଶିଷ୍ଟ ଗାୟକ ଏଡୁଆ ବସିଦ, ପଞ୍ଜାବୀ ଗାୟକ ସିଧୁ ମୁସେବାଲା, ବଲିଉଡର ଭଏସ ଅଫ ଲଭ କେକେ ।

ମାଲାୟଲମ ଗାୟକ ଏଡୂଆ ବସିଦ ଏକ ସ୍ଟେଜରେ ଗୀତ ଗାଉଥିବା ବେଳେ ଅଚାନକ ତଳେ ପଡି ଯାଇଥିଲେ । ଏହା ପରେ ୭୮ ବର୍ଷୀୟ ଏଡୁଆଙ୍କର ମୃତ୍ୟୁ ଘଟିଥିଲା । ସେ ଜଣେ ସୁନାମଧାନ୍ୟ ଲୋକପ୍ରିୟ ପଳେ ବ୍ୟାକ ସିଂର ଥିଲେ । କେରଳରେ ଗତ ଶନିବାର ଦିନ ରାତିରେ ଏକ କାର୍ଯ୍ୟକ୍ରମରେ ବସିଦ ଗୀତ ଗାଉଥିବା ବେଳେ ହଠାତ ତଳେ ପଡି ଯାଇଥିଲେ ।

ତୁରନ୍ତ ତାଙ୍କୁ ହସପିଟାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପଞ୍ଜାବୀ ଗାୟକ ସିଧୁ ବଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଛି । ଆକ୍ରମଣକାରୀ ମାନେ ପାଖାପାଖି ୩୦ ରାଉଣ୍ଡ ଗୁଳିସିଧୁଙ୍କ ଉପରେ ଚଳାଇଥିବା ବେଳେ ସେଥିରୁ ୨୪ ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜିଥିଲା । ଏଥି ମଧ୍ୟରୁ ଗୋଟିଏ ଗୁଳି ମୁଣ୍ଡର ହାଡରେ ବାଜିଥିଲା ।

ଏବେ ବି ସିଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କୁହା ଯାଉଛି ଅଭିଯୁକ୍ତ ମାନେ ସିଧୁଙ୍କ କାର କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ । ସିଧୁଙ୍କ ସହ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସିଧୁଙ୍କୁ ଦୁନିଆରୁ ଅଲବିଦା ନେଇଛନ୍ତି ।

ସିଧୁଙ୍କ ମୃତ୍ୟୁର ଗୋଟେ ଦିନ ପରେ ଅର୍ଥାତ ଗତ କାଲି ବଲିଉଡ ଭଏସ ଅଫ ଲାଭ କେକେ ବା କୃଷ୍ଣକୁମାର କୁନ୍ନାଥଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର କୋଲକାତା ର ନଜରୁଲ ମଞ୍ଚ ଗୁରୁଦାସ କଲେଜ ଫେଷ୍ଟିଭାଲ ରେ ଗୀତ ଗାଇବା ବେଳେ ସେ ଅସୁସ୍ଥ ମାନେ କରିଥିଲେ । ଏହା ପରେ ସେ ହୋଟେଲ ଫେରିବା ପରେ ତାଙ୍କୁ ହସପିଟାଲ ନିଆ ଯାଇଥିଲା ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ କାରଣରୁ କେକେଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଆଶଙ୍କା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସଂଗୀତ ଦୁନିଆର ଏହି ୩ଜଣ ଗାୟକଙ୍କ ବିଷୟରେ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *