‘ତୁମେ ଜାଣିଛ ମୁଁ କିଏ, ମୋ ବାପା କିଏ , ମୁଁ ଜଣେ ବିଧାୟକଙ୍କ ଝିଅ, ମୋ ବାପା ତୁମକୁ..’ ରାସ୍ତା ମଝିରେ ବିଧାୟକ ଝିଅଙ୍କ ଏଭଳି କାଣ୍ଡ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିର ସମୟରେ ଝିଅ ମାନେ ନିଜର ଅଧିକାରର ଭୁଲ ବ୍ୟବହାର କରୁଛନ୍ତି । ଯାହାର ପରିଣାମ ସ୍ଵରୂପ ତାଙ୍କୁ ପରେ ଅନୁତାପ ବା ନିନ୍ଦା ହେବାକୁ ପଡୁଛି । ତେବେ ସାଧାରଣ ଝିଅ ମାନଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ମାନଙ୍କ ଝିଅ ମାନେ ମଧ୍ୟ କିଛି କମ ନୁହନ୍ତି । ନେତା ମାନଙ୍କର ଝିଅ ମାନେ ନିଜ ବାପାଙ୍କର ପରିଚୟ ଦେଇ ଏହାର ଭୁଲ ବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ଙ୍କ ଝିଅଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ଅରବିନ୍ଦ ଙ୍କ ଝିଅ କହିଛନ୍ତି କି ତୁମେ ଜାଣିଛ ମୁଁ କିଏ, ମୋ ବାପା କିଏ, ମୁଁ ଜଣେ ବିଧାୟଙ୍କ ଝିଅ, ମୋ ବାପା ଅରବିନ୍ଦ ଲିମ୍ବାଭାଲି ଏ କଥା ମନେ ରଖି ଥାଅ କିଛି ଏଭଳି କହି ପୋଲିସ କୁ ଧମକ ଦେଇଥିଲେ ଏହି ଯୁବତୀ ଜଣକ । ଖାଲି ଧମକ ଚମକ ତ ଦେଉ ନ ଥିଲେ ବରଂ ସେଠାରେ କ୍ୟାମେରା ରେ ଶୁଟିଙ୍ଗ କରୁଥିବା ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ଚାପୁଡା ମାରିବାକୁ ମଧ୍ୟ ପଛାଇ ନ ଥିଲେ ।

ଯୁବତୀ ଜଣକ ଶାସକ ଦଳ ର ବିଧାୟକ ଅରବିନ୍ଦ ଲିମ୍ବାଭାଲି ଙ୍କ ଝିଅ । ପୋଲିସ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧି କୁ ଏଭଳି ଦୁର୍ବ୍ୟବହାର କରିବା ସହ ନାଲି ଆଖି ଦେଖାଇ ଏବେ ଦେଶବ୍ୟାପୀ ମ୍ୟାଡମ ଙ୍କର ଚର୍ଚ୍ଚା ଜୋର ଧରିଛି । ଅରବିନ୍ଦ ଙ୍କ ଝିଅ ଟ୍ରାଫିକ ସିଗନାଲ ଭାଙ୍ଗିବାକୁ ଚେଷ୍ଟା କରି ଧରା ପଡିଥିଲେ । ପୋଲିସ ତାଙ୍କୁ ଅଟକାଇବାରୁ ସେ ବିଧାୟକଙ୍କ ଝିଅ ବୋଲି ନିଜକୁ ପରିଚୟ ଦେଇଥିଲେ ।

ଏଥି ସହ ପୋଲିସ କର୍ମଚାରୀ ଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ ବିଧାୟକଙ୍କ ଝିଅ । ଏହାର ଦୃଶ୍ୟ ଗଣ ମାଧ୍ୟମର ପ୍ରତିନିଧି ମାନେ ରେକର୍ଡ କରିବା ସମୟରେ ବିଧାୟକ ଙ୍କ ଝିଅ ସେମାନଙ୍କୁ ମଧ୍ୟ ତୋଡ ଦେଖାଇ ଥିଲେ । ଏହି ଦୃଶ୍ୟ ପ୍ରଘଟ ହେବା ପରେ ବିଧାୟ ଅରବିନ୍ଦ ଚାରି ଆଡୁ ସମାଲୋଚନର ଶିକାର ହୋଇଛନ୍ତି ।

ଝିଅର ଟ୍ରାଫିକ ନିୟମ ଭାଙ୍ଗିବା ସହ ପୋଲିସ କର୍ମଚାରୀ ଓ ଗଣ ମାଧ୍ୟମକୁ ଦୁର୍ବ୍ୟବହାର କରିବାକୁ ନେଇ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ଅଡୁଆରେ ପଡିଛନ୍ତି । ଝିଅର ଭୁଲ ପାଇଁ ପୋଲିସ କର୍ମଚାରୀ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ବିଧାୟକ ଲିମ୍ବାଭାଲି କ୍ଷମା ଯାଚନା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *