Rahul ଉଦ୍ଧାରର ରିୟଲ ହୀରୋ ଏହି IAS ଅଫିସର, ଦେଖନ୍ତୁ Video କଣ କହୁଛନ୍ତି ଅଫିସର

ତୁଣ୍ଡ ରେ ରହିଛି ପ୍ରଭୁ ଜଗନ୍ନାଥ ଙ୍କ ନାମ । ଯଦି ଜଣେ ଭକ୍ତ ହୋଇ ନ ଥାନ୍ତେ ତେବେ କେମିତି ଧରିଥାନ୍ତେ ଜଗନ୍ନାଥଙ୍କ ନାମ । ରାହୁଲ କୁ ଉଧାର ସମୟରେ ପ୍ରଭୁ ଜଗଗନଙ୍କ ନାମ ନେଇଥିଲେ ଛତିଶଗଡ ଯାଞ୍ଜଗିରି ଚମ୍ପାର ଜିଲ୍ଲାପଳ ଜିତେନ୍ଦ୍ର ଶୁକ୍ଲା । ଗଣ ମାଧ୍ୟମ ଆଗକୁ ଆସି ପ୍ରଥମେ କହିଥିଲେ ଜୟ ଜଗନ୍ନଥ ଜୟ ଓଡିଶା । ତେବେ ବନ୍ଧୁଗଣ ଆପଣ ମାନେ ଏଥିରୁ ନିଶ୍ଚିନ୍ତ ଭାବେ ବୁଝି ପାରୁଥିବେ ପ୍ରଭୁ ଜଗନ୍ନାଥ ଙ୍କୁ କେତେ ବିଶ୍ଵାସ କରନ୍ତୁ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ତେବେ ରାହୁଲ ସାହୁ ଉଧାର ପଛରେ ପ୍ରକୃତ ହିରୋ ହେଉଛନ୍ତି ଏହି IAS ଅଫିସର ।

ତାଙ୍କର ପୂର୍ଣ୍ଣ ବିଶ୍ଵାସ ରହିଥିଲା ପ୍ରଭୁ ଜଗନ୍ନାଥ ନିଶ୍ଚିନ୍ତ ଭାବେ ରାହୁଲକୁ ବିପତ୍ତି ରୁ ଉଧାର କରିବେ ଆଉ ଶେଷରେ ତାହା ହିଁ ହେଲା । ତାଙ୍କ ଅଞ୍ଚଳ ରେ ଥିବା ସିକିମ ନାୟରଣ ମନ୍ଦିର ସହିତ ପୁରୀ ଶ୍ରୀ ମନ୍ଦିର ର ସମ୍ପର୍କ ରହିଛି ବୋଲି ଛତିଶଗଡ ରେ ଲୋକେ ମାନେ ବିଶ୍ଵାସ କରନ୍ତି । ୧୧ ବର୍ଷର ନାବାଳକ ରାହୁଲ ସାହୁ ୮୦ ଫୁଟ ର ବୋରୱେଲ ରେ ଖସିଥିବା ଖବର ପାଇବା ପରେ କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଜିଲ୍ଲାପାଳ । ୨୦୧୧ ମସିହାର ଏହି ଆଇଏସ ଅଫିସର ଘଟଣା ସ୍ଥଳରେ ପହଞ୍ଚିବା ପରେ ଘଟାଣ କୁ ଖୁବ ଗୁରତର ଭାବେ ଅନୁଧ୍ୟାନ କରିଥିଲେ ।

ଏହା ପରେ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ସରକାରଙ୍କୁ ଜଣାଇ ଥିଲେ । ଇଣ୍ଡିଆ ସେନା ବାହିନୀ, NDRF, SDRF ଓ ଅନ୍ୟ ସଂସ୍ଥା ସହ ଯୋଗାଯୋଗ ଆରମ୍ଭ କରି ଦେଇଥିଲେ । କଟକ ସ୍ଥିତି NDRF ଟିମ ଠାରୁ ପଜେଟିଭ ପ୍ରତିକ୍ରିୟା ପାଇବା ପରେ ତାଙ୍କର ଆତ୍ମବଳ ବଢି ଯାଇଥିଲା ।

ସେ ନିଜେ ସିଭିଲ ଇଞ୍ଜିନିୟରୟଙ୍ଗ ରେ ଗ୍ରାଜ୍ୟୁଏଟ ହୋଇ ଥିବାରୁ ପ୍ଲାନିଂ କରିବାରେ ବିଶେଷ ଅସୁବିଧା ହୋଇ ନ ଥିଲା । ସେ ନିଜେ ହିଁ ଘଟଣା ସ୍ଥଳରେ ଥିଲେ ମୁଖ୍ୟ କୋ-ଅଡିନେଟର । ଏହି ଦାୟିତ୍ଵ କୁ ନିଜ ଉପରକୁ ନେଇ ଯାଇଥିଲେ ଆଇଏସ ଜିତେନ୍ଦ୍ର ଶୁକ୍ଲା ।

ଘଟଣା ସ୍ଥଳରେ ପହଞ୍ଚିବା ପର ଠାରୁ ସେ ସେଠାରେ ହିଁ ରହିଥିଲେ । ସେ ଜାଗା ଛାଡି କୁଆଡେ ବି ଯାଇ ନ ଟିଏ ଜିଲ୍ଲାପାଳ ଜିତେନ୍ଦ୍ର । ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ସେ ହିଁ ନିସ୍ପତି ନେଉଥିଲେ । ଦିନ ରାତି ଏକ କରି ଦେଇଥିଲେ ଜିଲାପାଳ । ୪୫ ଡିଗ୍ରୀ ତାପମାତ୍ରା ଏ ସେଠାରେ ରହି କାମ କରୁଥିଲେ । ନିଜ ଗାଡିରେ ଅଳ୍ପ ସମୟ ଶୋଇବା ପରେ ସୁଡଙ୍ଗ ପାଖକୁ ଯାଇ ଛିଡା ହୋଇ ଯାଉଥିଲେ । ଜିଲାପାଳ ୪ ଦିନ ୪ ରାତି ଖାଇବା ପିଇବା ଭୁଲି ଯାଇଥିଲେ ।

ଏମିତି ଆଇଏସ ଅଫିସର ଆମ ଦେଶର ଖୁବ ବିରଳ ଅଟେ । ବର୍ତ୍ତମାନ ସର ଦେଶ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ଙ୍କ ପ୍ରଶଂସା ରେ ଶତମୁଖ । ଆଧ୍ୟାତ୍ମିକ ଚିନ୍ତାଧାରା ସହ କର୍ମରେ ବିଶ୍ଵାସ ରଖୁଥିବା ଏହି ଆଇଏସ ଅଫିସର ସତରେ ମହାନ ଅଟନ୍ତି । ବନ୍ଧୁଗଣ ଆପଣଙ୍କର ଆଇଏସ ଅଫିସର ଜିତେନ୍ଦ୍ରଙ୍କ ଚିନ୍ତାଧାରା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ ।

Leave a Reply

Your email address will not be published. Required fields are marked *