କାହିଁକି Barshaଙ୍କ ବିରୁଦ୍ଧରେ ED ରେ ଅଭିଯୋଗ ଦେଲେ Anubhab?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ପ୍ରେମ କରି ବିବାହ କରିଥିଲେ ସତ କିନ୍ତୁ ବିବାହର କିଛି ମାସ ପରେ ଦୁହିଙ୍କ ଠାରେ ପାରିବାରିକ ବିବାଦ ଦେଖା ଯାଇଥିଲା । ଯାହା ଫଳରେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିସ୍ପତି ନେଇଥିଲେ । ତେବେ ଏହାରି ମଧ୍ୟରେ ଦୁହେଁ ପରସ୍ପର ବିରୁଦ୍ଧରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ଯାହାକୁ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ହେଉଛି ।

ପ୍ରଥମେ ବର୍ଷା ଅନୁଭବଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଥିଲେ । ପରେ ଅନୁଭବ ମଧ୍ୟ ମଧ୍ୟ ବର୍ଷା ତାଙ୍କ ଘରେ ଜୋର ଜବରଦସ୍ତି ରହିବାର ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ବର୍ଷା ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କୁ ନେଇ ମଧ୍ୟ ଅଭିଯୋଗ କରିଥିଲେ । ଦୁହେଁ ପରସ୍ପର ବିରୁଦ୍ଧରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ଯାହାକୁ ନେଇ ମାମଲା କୋର୍ଟ ରେ ହୋଇଥିଲା ।

ଯାହା ଫଳରେ ମାନ୍ୟବର କୋର୍ଟ ଅନୁଭବ ଓ ବର୍ଷା ଙ୍କୁ ପରସ୍ପର ବିରୁଦ୍ଧରେ କୌଣସି ପ୍ରକାରର ଖବର ପ୍ରଚାର ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୁଣି ଥରେ ଅନୁଭବ ବର୍ଷା ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି ।

ତେବେ ସୂଚନା ଯୋଗ୍ୟ କି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ରେ ଆସିଛି ନୂଆ ମୋଡ । ବର୍ଷାଙ୍କ ବିରୁଦ୍ଧରେ ED ର ଫେରାଦ ହେଲେ ସାଂସଦ ଅନୁଭବ ମହାନ୍ତି । ବର୍ଷା ବିଭିନ୍ନ ସରଖରେ ଦସ୍ତାବିଜ ରେ ନିଜର ଏକାଧିକ ଓ ତ୍ରୁଟି ପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗ କରିଛନ୍ତି ।

ଏପରିକି ବର୍ଷା କଳା ଟଙ୍କା ରଖିଥିବା ର ସଙ୍ଗିନ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । ତେବେ ଅନୁଭବ ବର୍ଷା ଙ୍କ ବିରୁଦ୍ଧରେ ଆଣିଥିବା ଏଭଳି ସାଂଘାତିକ ଅଭିଯୋଗ କେତେ ଦୂର ସତ୍ୟ ଓ ଗ୍ରହଣୀୟ ଅଟେ ତାହା ତଦନ୍ତ ପରେ ଜଣା ପଡିବ । ତେବେ ବର୍ଷା ଏ ଯାଏଁ ଏହି ଅଭିଯୋଗ ବିରୁଦ୍ଧରେ କୌଣସି ସଫେଇ ମଧ୍ୟ ଦେଇ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *