ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମୋମୋ ଖାଇବାକୁ ସମସ୍ତେ ଆଗ୍ରହୀ ହୋଇଥାନ୍ତି ଯାହା ପାଟିକୁ ଖାଇବାକୁ ବହୁତ ଟେଷ୍ଟ ଲାଗିଥାଏ । କିନ୍ତୁ ଏହା ଶରୀର ପାଇ ହୋଇପାରେ ବିପଦ । ଅଧିକାଂଶ ଲୋକେ ମୋମୋ କୁ ଗରମ ଗରମ କ୍ଷାଇବାକୁ ପସନ୍ଦ କରୁଥିବା ବେଳେ ଏହାକୁ ଭଲ ଭାବେ ନ ଚୋବାଇ ଢୋକି ଦେବାର ଲକ୍ଷ୍ୟ କରାଯାଏ । ଫଳରେ ଏହା ଶରୀର ପାଇଁ ଘାତକ ହୋଇପାରେ । ମୋମୋ ଖାଇ ଦିଲ୍ଲୀ ରେ ଜଣେ ଲୋକଙ୍କର ମୃତ୍ୟୁ ହେବା ପରେ ଭୁବନେଶ୍ଵର ଏମ୍ସ ଡାକ୍ତର ଏପରି ପରାମର୍ଶ ଦେଇଛନ୍ତି ।
ଏମ୍ସ ଡାକ୍ତର ପ୍ରଭାତ ରଞ୍ଜନା ତ୍ରିପାଠୀ କହିଛନ୍ତି ଯେ ମୋମୋ ଖାଇବା ବେଳେ ସିଧା ସଳଖ ଗିଳିବା ବେଳେ ଖାଦ୍ୟ ଶ୍ଵାସନଳୀ ରେ ପ୍ରବେଶ କରେ ତେଣୁ ପ୍ରଥମେ ଖାଦ୍ୟ କୁ ଚୋବାଇବା ନିହାତି ଜରୁରୀ ଅଟେ । ଏହାର କାରଣ ବାବଦରେ ବିଶେଷଜ୍ଞ ମାନେ କହିଛନ୍ତି କି ଖାଦ୍ୟ ଖାଇବା ସମୟରେ କେବେ ବି ଗିଳିବା ଉଚିତ ନୁହେଁ ବରଂ ଭଲ ଭାବେ ଚୋବାଇ ଚୋବାଇ ଖାଇବା ଉଚିତ ଯାହା ଦ୍ଵାରା ଖାଦ୍ୟ ଠିକ ଭାବେ ହଜମ ହୋପରିବ ।
କାରଣ ଗଳା ଶ୍ବାସନଳୀ ଓ ଖାଦ୍ୟନଳୀ ଏକାଠି ରହିଥାଏ ଯାହା ଦ୍ଵାରା ଖାଦ୍ୟ ଅଟକିବାର ଚାନ୍ସ ଅଧିକ ରହିଥାଏ । ମୋମୋ ଖାଇକି ଋତୟୁ ହୋଇଛି କହିଲେ ଭୁଲ ହେବ । ଏହା ବ୍ୟତୀତ କେବେ ବି ଅନ୍ୟମନସ୍କ ହୋଇ ଖାଇବା ଉଚିତ ନୁହେଁ । ଏହା ସହ ଖାଇବା ବେଳେ କଥା ହେଲେ ଶ୍ଵାସନଳୀ ଖୋଲା ରହିଥାଏ । ଏହି ସମୟରେ ତଣ୍ଟି ରେ କିଛି ଲାଗିଲେ ପିଠି ଥାପୁଡାବା ଉଚିତ ।
ଯଦି ଏପରି ଭଲ ନ ହୁଏ ତେବେ ପଛ ପଟୁ ପିଞ୍ଜରା ତଳୁ ଜାବୁଡି ଧରିବେ ଯାହାକୁ ଲେମିକ ପ୍ରୋଷିଜୀୟର ବୋଲି କୁହାଯାଏ । ସୂଚନା ଅନୁଯାୟୀ ଦିଲ୍ଲୀ ରେ ୫୦ ବର୍ଷର ବ୍ୟକ୍ତି ଜଣକ ମୋମୋ କୁ ସିଧା ସଳଖ ଗିଳି ଦେଇଥିଲେ । ଫଳରେ ଅଣ ନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ମୋମୋ ଖାଉଥିବା ଲୋକ ମାନଙ୍କୁ ଏଭଳି ସଚେତନ କରାଇଛନ୍ତି ବିଶେଷଜ୍ଞ ମାନେ ।
ଏ ସବୁ ପ୍ରସଙ୍ଗ ବ୍ଯତୀତ ମୋମୋ କୁ ଅଧିକାଂଶ ସମୟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଗବେଷଣା ରୁ ଜଣା ପଡିଛି । ଆଜିର ଯୁବ ପିଢୀ ଫାଷ୍ଟ ଫୁଡ ପ୍ରେମରେ ପଡିଥିବା ବେଳେ ମୋମୋ ସେମାନଙ୍କର ସବୁଠାରୁ ପ୍ରିୟ ହୋଇ ପଡିଛି । କିନ୍ତୁ ସେମାନଙ୍କୁ ବୁଝିବା ଦରକାର ମୋମୋ ଭଳି ଖାଦ୍ୟ କୁ ଅଧିକାଂଶ ସମୟରେ ଖାଇଲେ ମେଦ ବହୁଳତା ଭଳି ସମସ୍ଯା ଦେଖାଯାଏ ।
କାରଣ କିଛି ମୋମୋ ଅଟା ରେ ପ୍ରସ୍ତୁତ କରା ଯାଉଥିବା ବେଳେ ଅନେକ ସମୟରେ ଏହାକୁ ମଇଦାରେ ତିଆରି କରାଯାଏ । ଏହାର ଟେଷ୍ଟ ବଢାଇବାକୁ ଏଥିରେ ଯେଉଁ ମସାଲା ବ୍ୟବହାର କରାଯାଏ ସେଥିରେ ମୋନୋ ସୋଡିୟମ ବ୍ଲୁଡାମେଟ ନାମକ ଉପାଦାନ ରହିଥାଏ ଆମ ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟତା ହୋଇଥାଏ । ଅନ୍ୟ ଏକ ସାମସ୍ୟା ହେଉଛି ଏଥିରେ ଦର ଶିକ୍ଷା ପାରିବା ବ୍ୟବହାର ହେଉଥିବାରୁ ଏଥିରେ ଥିବା କୀଟ, ଜୀବାଣୁ ମସ୍ତିସ୍କରେ ପହଞ୍ଚିପାରନ୍ତି ଯାହା ଘଟକ ହୋଇପାରେ ।
ବନ୍ଧୁଗଣ ଆପଣ ମାନଙ୍କର ମୋମୋ ଖାଇବାକୁ ନେଇ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।