Armyରେ ଚାକିରି ପାଇବେ ନାହିଁ ବୋଲି ହାରିଲେ ଜୀବନ, ବଞ୍ଚିଥିବାବେଳେ ଏମିତି କରୁଥିଲେ Practice… ଦେଖନ୍ତୁ Video

କାନ୍ଦ ବୋବାଳି ପଡୁଛି ଭେଣ୍ଡିଆ ପୁଅର ଶବ ଦାହ ହେବାକୁ ଯାଉଛି । ଯେଉଁ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା ସେହି ପୁଅ ଯେବେ କୋକେଇରେ ଶୋଇଲା ସେହି ଦୁଖକୁ ମା କେମିତି ସାହିବ । ପୁଅକୁ ହରାଇ ମା କାନ୍ଦିକି ଗଡି ଯାଉଥିବା ବେଳେ ଭଉଣୀ ଭାଇକୁ ହରାଇଛି । କାରଣ ପୁଅ ସେନାରେ ଯୋଗ ଦେଇ ଭାରତ ମା ର ସେବା କରିବା ପାଇଁ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲା ଆଜି ସେହି ସେବାରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କରିଥିବା ଦୁଖକୁ କିଏ ବା ସମ୍ଭାଳି ପାରିବ ।

ବାଲେଶ୍ଵର ଜିଲା ସୁରଥାନା ଦୟାନିକପୁରର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ ମହାନ୍ତି । ସେନାରେ ଯୋଗ ଦେବା ଏପାଇଁ ନିଜକୁ ଏମିତି ଢଙ୍ଗରେ ପ୍ରସ୍ତୁତ କରୁଥିଲେ କେତେବେଳେ ଅଣ୍ଟାରେ ଟାୟାର ବାନ୍ଧି ପଡିଆରେ ଦୌଡୁଥିଲେ ତ କେତେବେଳେ ପାଣି ଭିତରେ ପହଁରା ସହ ଡ୍ୟାମର ପ୍ରସ୍ତୁତି ମଧ୍ୟ କରୁଥିଲେ । ଲକ୍ଷ୍ୟ ଥିଲା କେବଳ ଦେଶ ମାତୃକାର ସେବା କରିବା ।

ସେଥିପାଇଁ ତ ହାଡ ଭଙ୍ଗା ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଧନଞ୍ଜୟ । କିନ୍ତୁ ଯେତେବେଳେ ଜାଣିଲେ ସେ ଆର୍ମୀରେ ଭର୍ତ୍ତି ହୋଇପାରିବେ ନାହି ସେତେବେଳେ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଲେ ଧନଞ୍ଜୟ । ସେନାରେ ଭର୍ତ୍ତି ହେବା ପାଇଁ ଧନଞ୍ଜୟ ଗତ ବର୍ଷ ମାର୍ଚ୍ଚରେ ଫିଜିକାଲ ପରିକ୍ଷା ଦେଇଥିଲେ । ପରିକ୍ଷାରେ କୃତକାର୍ଯ୍ୟ ହେବ ପରେ ମେଡିକାଲ ଟେଷ୍ଟରେ ବି ସଫଳ ହେବେ ।

ହେଲେ ରିଟେଲ ଟେଷ୍ଟରେ ବାରମ୍ବାର ତାରିଖ ବଦଳିବାରୁ ପରୀକ୍ଷା ଦେଇପାରି ନ ଥିଲେ ଧନଞ୍ଜୟ । କିନ୍ତୁ ଏବେ କେନ୍ଦ୍ର ସରକାର ଅଗ୍ନିବେୟନ ନିୟମ ଲଗାଇବାରୁ ଧନଞ୍ଜୟଙ୍କୁ ଲାଜିଆଇଥିଲା ଶକ୍ତ ଝଟକା । ୨୧ ବର୍ଷରେ ସେନାରେ ସାମିଲ ହେବାର ନିୟମ ରହିଥିବା ବେଳେ ଧନଞ୍ଜୟଙ୍କୁ ୨୨ ବର୍ଷ ହୋଇ ସାରିଛି ।

ତେଣୁ ସେ ସେନାରେ ସାମିଲ ହୋଇପାରିବେ ନାହି ବୋଲି ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି । ଏମିତି କେନ୍ଦ୍ର ସରକାରଙ୍କ ନୂଆ ନୀତି ପାଇଁ ପୁଅର ପ୍ରାଣ ଗଲା ବୋଲି ଅଭିଯୋଗ ଅଣାଇଛନ୍ତି ପୁଅର ବାପା ମା ଓ ବନ୍ଧୁ ବର୍ଗ ।

କେବଳ ଓଡିଶାରେ ନୁହେ ବରଂ ଦେଶର ଅନେକ ସ୍ଥ୍ନରେ ଏହି ନିୟମକୁ ନେଇ ଦେଖା ଦେଇଛି ଚରମ ଅସନ୍ତୋଷ । ଅନ୍ୟ ପକ୍ଷରେ ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁ ନାହାନ୍ତି ବାପା ମା । ସେ ଯାହା ବି ହେଉ ଚାକିରି ରୁ ବଞ୍ଚିତ ହେବା ପରେ ଧନଞ୍ଜୟ ଯେ ଜୀବନ ହାରି ଦେବେ ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହି ପରିବାର ।

ଆଉ ଧନଞ୍ଜୟଙ୍କୁ ହରାଇ ସ୍ତବଦ ହୋଇ ଯାଇଛି ମହନ୍ତି ପରିବାର । ଧନଞ୍ଜୟଙ୍କ ବାପା କହିଛନ୍ତି ସରକାରଙ୍କର ଏଭଳି ଭୁଲ ନିସ୍ପତି ବା ନିଯୁକ୍ତି କରିବାର ନିୟମ ବଦଳିବା କାରଣରୁ ଆଜି ତାଙ୍କ ପୁରା ଜୀବନ ଚାଲି ଯାଇଛି ଯାହା ଆଉ କେବେ ଫେରିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *