ଏମିତି ବି ବଦଳେ ଭାଗ୍ୟ, ଦିନେ ଥିଲେ TV Anchor, ଆଜି ଜଣେ ଉଠା ବେପାରୀ… ଏହି ବ୍ୟକ୍ତିଙ୍କ କାହାଣୀ ଶୁଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ଭାଗ୍ୟ କାହାକୁ କେଉଁଠାରୁ କେଉଁଠିକି ନେଇଯିବ କିଏ ବା କହିବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କାବୁଲ ସହରରେ । ଦିନ ଥିଲା ସେ କ୍ୟାମେରା ଆଗରେ ବସି ଦେଶବାସୀ ତାଜା ଖବର ଅପଡେଟ କରୁଥିଲେ । ସମୟ ହେବା ପରେ ଆଙ୍କର ସିଟ ରେ ବସି ସେ ଖବର ପଢୁଥିଲେ । ପୁରା ଦେଶ ତାଙ୍କ ମୁହଁ ରୁ ଖବର ଶୁଣି ଅପଡେଟ ପାଉଥିଲା । ହେଲେ ଆଜି ଭାଗ୍ୟ ତାଙ୍କୁ କରି ଦେଇଛି ରାସ୍ତା କଡର ଜଣେ ଉଠା ବେପାରୀ । ଆଫଗାନିସ୍ତାନ ରେ ତାଲିବାନ ଶାସନ ପରେ ଘୋର ଆର୍ଥିକ ସଙ୍କଟ ସହ ରାଜନୈତିକ ଅସ୍ଥିରତା ଦେଖା ଯାଇଛି ।

ଏଠିକାର ଲୋକଙ୍କର ଜୀବନର ମାନଚିତ୍ର ବଦଳି ଯାଇଛି । ପୂର୍ବରୁ ଯେଉଁ ମାନେ ସବୁ ଉଚ୍ଚ ପଦବୀରେ ଥିଲେ ସମାନ ଜଣକ ଜୀବନ ବଞ୍ଚୁଥିଲେ ସେମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇ ପଡିଛି । କିଏ ଦେଶ ଛାଡି ପଳାୟନ କଡ଼ିହି ତ ଆଉ କିଏ ରାସ୍ତା କଡା ରେ ପେଟ ପୋଷିବାର ବିକଳ୍ପ ଖୋଜୁଛି ।

ଆଫଗାନିସ୍ତାନ ରେ ଜୀବନର ଅନେକ ବିକଳ୍ପ ଚିତ୍ର ଦେଖିବାକୁ ମିଳିଥିବା ବେଳେ କବୀର ହକମଲ କରିଥିବା ଏକ ଟ୍ବିଟ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ତାଙ୍କ ଟ୍ବିଟ ରେ ସ୍ଥାନ ପାଇଛନ୍ତି ଏଠିକାର ଲୋକପ୍ରିୟ ଟିଭି ଆଙ୍କର ମୁସା ମହମଦି ।

ସମାଜର ଜାଗ୍ରତ ପ୍ରହରୀ କୁହାଯାଉଥିବା ଗଣ ମାଧ୍ୟମ ଏବେ ତାଲିବନାର ହାତ ପାରିଶି । ଏପରି ସ୍ଥଳରେ ସାମ୍ବାଦିକ ଙ୍କ କଥା ତ ଅସମ୍ଭାଳ ହୋଇ ପଡିଛି । ଏଠାରେ ଅନେକ ଗଣ ମାଧ୍ୟମ ବନ୍ଦ ହୋଇ ଯିବାରୁ ସାମ୍ବାଦିକ ମାନେ ଚାକିରି ଛାଡି ଦାରିଦ୍ରତାର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ନ୍ଯୁଜ ଆଙ୍କର ମୂସା ମହମଦି ।

ଦିନେ କ୍ୟାମେରା ଆଗରେ ବସି ମୁସା ମହମଦି ତାଜା ଖବର ଦେଉଥିଲେ ଏବେ ପେଟ ପାଇଁ ପାଲଟିଛନ୍ତି ଉଠା ବେପାରୀ । ଆଫଗାନିସ୍ତାନ ଶାସନରେ ଏକାଧିକ ଟିଭି ଚ୍ୟାନେଲରେ ଆଙ୍କର ଭାବେ ସୁଖ୍ୟାତି ଲାଭ କରିଥିବା ମୁସା ମହମଦଙ୍କ ଜୀବନରେ ଏବେ ପଡିଛି ଚଡକ ।

ଚାକିରି ଛାଡିବା ପରେ ମୁସା ମହମଦୀ ପେଟ ପୋଷିବା ପାଇଁ କାବୁଲ ସହରରେ ରାସ୍ତା କଡ ରେ ବସି ବେପାର କରୁଛନ୍ତି । ଏହି ଟ୍ଵିଟ ଏବେ ଭାଇରାଲ ହେବାରେ ଏହାକୁ ନେଇ ଇସଲାମିକ ଏମେରେଟ ଆଫଗାନିସ୍ତାନର ନ୍ୟାସନାଲ ରେଡିଓ ଓ ଟିଭି ତଥା ଡିଜିରେ ସଂସ୍କୃତିର ପ୍ରମୁଖ ଥିବା ଅହମଦ ୱାସି ଙ୍କ ନଜରକୁ ମଧ୍ୟ ଆସିଛି । ସେ ତୁରନ୍ତ ଏହି ଟ୍ଵିଟର ର ଉତ୍ତର ଦେଇଛନ୍ତି ।

ଜାତୀୟ ରେଡିଓ ଓ ଟେଲିଭିଜନରେ ତୁରନ୍ତ ମୁସାଙ୍କୁ ନିଯୁକ୍ତି ଦେବାକୁ ପ୍ରତିସୃଷ୍ଟି ଦେଇଛନ୍ତି । ତେବେ ହକମଲ ଙ୍କ ଟ୍ବିଟ ରେ ମୁସା ଙ୍କ ଭାଗ୍ୟ ସୁଧୁରିପାରେ ବୋଲି ଆଶା କାର ଯାଉଛି । ଆଫଗାନିସ୍ତାକୁ ଦାଖଲ କରିନେବା ପରେ ଏହି ଦେଶର ମିଡିଆ ସଂସ୍ଥାକୁ ଟାର୍ଗେଟ କରିଥିଲା ତାଲିବାନ ଫଳରେ ସହ ସହ ମିଡିଆ କର୍ମଚାରୀ ଚାକିରି ହରାଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *