ଗାଦିରେ ବସୁ ବସୁ ଦାଦାଗିରି ! BBSR ମେୟରଙ୍କ ଏହି Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସୋସିଆଲ ମିଡିଆରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଙ୍କ ଭିଡିଓ ଦ୍ରୁତ ଗତିଆରେ ଭାଇରାଲ ହେବାରେ ଲାଗିଛି । ବୁଲି ବୁଲି ନିୟମ ଉଲଙ୍ଘନକାରୀ ଙ୍କୁ ତାଗିଦ ଅରୁଛନ୍ତି ମେୟର । ଟ୍ରେନେଜ ବ୍ୟବସ୍ଥା ନେଇ ଜଣେ ମେୟର ପାଦ ରେ ଚାଲି ଚାଲି ଘର ଘର ବୁଲିବା ଓ ତାଗିଦ କରିବା ଘଟଣା କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏମିତିରେ ଦେଖିବାକୁ ଗଲେ ପ୍ରଶଂସା ବି କରିବା ଉଚିତ । କିନ୍ତୁ ଏହି ସମୟରେ ଜଣେ ଜନ ପ୍ରତିନିଧି ଙ୍କ କଥାକୁ କହିବାର ଶୈଳୀ ଟିକେ ଅଡୁଆ ହୋଇଛି ।

ମ୍ୟାଡମ ସୁଲୋଚନା ଜଣେ ବ୍ୟକ୍ତି ଙ୍କୁ କହୁଛନ୍ତି କି ଅଳିଆ ରେ ଆପଣଙ୍କ ଘର ଭର୍ତ୍ତି କରି ଦେବେ । ପୁଣି ଥରେ ଆଉ ଜଣେ ମହିଳା ଙ୍କୁ କହୁଛନ୍ତି ମେୟର ଆରେଷ୍ଟ କରି ଜେଲ ପଠାଇ ଦେବେ । ମ୍ୟାଡମ ସୁଲୋଚନା କହିଛନ୍ତି କି ମୋଟେ ଟୋପାଏ ପାଣି ରାସ୍ତାକୁ ଯିବ ନାହି ଟୋପେ ଟଏଲେଟ ପାଣି ଯିବ ମଇଳାର ଅଭାବ ନାହି BMC ରେ କଣ କରିବେ ହାଲତ ଖାଲି ଏତିକି ଜାଣନ୍ତୁ ।

ଆଉ ଜଣେ ବ୍ୟକ୍ତି ଙ୍କୁ ମ୍ୟାଡମ ତାଗିଦ କରି କହୁଛନ୍ତି କି ଯଦି ଟୋପେ ପାଣି ରାସ୍ତା କୁ ଆସିବ ତେବେ ଆପଣ ଦେଖିବେ ମୁଁ ଟ୍ରକ ଟ୍ରକ ମଇଳା ଆଣି ଆପଣଙ୍କ ଘରେ ଭର୍ତ୍ତି କରି ଦେବୀ । ଆହୁରି ମଧ୍ୟ ମ୍ୟାଡମ ସୁଲୋଚନା କହୁଛନ୍ତି କି କଣ ଆପଣଙ୍କୁ ଆଗରୁ ଡ୍ରେନ କରିକି ଦିଆ ହୋଇଥାନ୍ତା କି ଆପଣ NOC ନେଇ ନାହାନ୍ତି ତେଣୁ ଆପଣ ମାନେ ସେସପୁନ ଙ୍କୁ ଡାକିବେ ଟଏଲେଟ ପାଣି ଉଠାଇବେ ସେ ନେଇକି ଡ୍ରେନ ପାଣି ଢାଳିବ ।

ରାସ୍ତାକୁ ଛାଡି ପାରିବେ ନାହି ବୋଲି ମେୟର ସୁଲୋଚନା କହିଛନ୍ତି । ଟୋପେ ପାଣି ବାହାରକୁ ଆସିଲେ ମୁଁ ଆପଣଙ୍କର କଣ କରିବି ଆପଣ ଦେଖିବେ ଏମିତି କହି ତାଗିଦ କରିଛନ୍ତି ମେୟର ସୁଲୋଚନା । ଏହି ଦୃଶ୍ୟ ହେଉଛି ଭୁବନେଶ୍ଵର ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡ ର ଦୃଶ୍ୟ । ଡ୍ରେନେଜ ର ବ୍ୟବସ୍ଥା ନେଇ ମେୟର ଘର ଘର ବୁଲି ସମସ୍ତଙ୍କୁ ତାଗିଦ କରୁଥିଲେ ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମେୟର ସୁଲୋଚନାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । କିନ୍ତୁ ମ୍ୟାଦାମ ସୁଲୋଚନା ନିୟମ ଉଲଙ୍ଘନଙ୍କାରି ଙ୍କୁ ବୁଝାଇ ପାରିଥାନ୍ତେ । କିନ୍ତୁ ଏମିତି ଧମକ ଦେବା ବୋଧେ ହୁଏ ଠିକ ହୋଇ ନାହି ବୋଲି ସୋସିଆଲ ମିଡିଆରେ ବହୁ ୟୁଜର୍ସ ମତ ପ୍ରକାଶ କରିଛନ୍ତି ।

ସିଧା ସଳଖ କହିବାକୁ ଗଲେ ଜଣେ ଜନ ପ୍ରତିନିଧି କହିବେ ଆଉ ସାଧାରଣ ଲୋକେ କହିବେ ବୋଧେ ବହୁତ ଫରକ ଆସିବ । ବନ୍ଧୁଗଣ ଆପଣ ମାନଙ୍କର ମେୟର ସୁଲୋଚନା ଦାସଙ୍କ ଏଭଳି ମନ୍ତବ୍ୟ କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *