School Bus ଭିତରେ କାନ୍ଦି କାନ୍ଦି କୁନି ପିଲାଟି କହୁଛି, କି ଭୁଲ ଥିଲା ମୋର ? କଣ ପାଇଁ ମତେ ଏମିତି…. ଦେଖନ୍ତୁ Video

କି ଭୁଲ ଥିଲା ମୋର, କଣ ପାଇଁ ମୋର ଏମିତି ରାସ୍ତା ମଝିରେ ଅଟକାଇ ଦେଲ, ତୁମେ ମାନେ ଭବିଷ୍ୟତ ପାଇଁ ଲଢୁଛ, କଣ ମୋ ଭବିଷ୍ୟତ କଥା ତୁମକୁ ଦେଖା ଗଲାନି, ନା ଛୋଟ ଛୁଆଟେ ବୋଲି ମୋ ଅଧିକାରକୁ ହେୟଗାନ କରିଦେଲ । ଏ ଦେଶରେ ତୁମରି ଯେପରି ଆନ୍ଦୋଳନ କରିବାର ଅଧିକାର ରହିଛି ଠିକ ସେମିତି ମୋର ପାଠ ପଢିବାର ମଧ୍ୟ ଅଧିକାର ରହିଛି, ଜଣେ ରୋଗୀର ଠିକ ସମୟରେ ଚିକିତ୍ସା ପାଇବାର ମଧ୍ୟ ଅଧିକାର ରହିଛି ।

ନିଜ ସ୍ଵାର୍ଥ ରେ ତୁମେ ମାନେ କଣ ଏତେ ଅନ୍ଧ ହୋଇ ଯାଇଛ ଯେ ଅନ୍ୟର ଜୀବନ ବି ତୁମ ପାଇଁ ଗୁରୁତ୍ଵ ପୂର୍ଣ୍ଣ ହେଉ ନାହି, ଏମିତି ଅନ୍ୟର ଶବରେ ଚଢି କେଉଁ ଅଧିକାର ହାସଲ କରିବ। ଯେଉଁ ଶାନ୍ତି ଓ ଅହିଂସା ପାଇଁ ପୁଅର ବିଶ୍ଵରେ ଆମ ଦେଶର ଏତେ ନାଁ ତା ପାଇଁ କଣ ଟିକେ ବି ଚିନ୍ତା ନାହି ।

ଯେଉଁ ସମ୍ବିଧାନ ଆମର ପରିଚୟ ସେ ଦେଇଥିବା ଅଧିକାରକୁ କଣ ପାସୋରି ଦେଇଛି, ସ୍କୁଲ ବସ ଭିତରେ ଥାଇ ଆଖି ରୁ ଲୁହ ଝରାଇ ବାହାରେ ହିଂସା ଖେଳାଇଥିବା ଆନ୍ଦୋଳନକାରୀ ଙ୍କୁ ଏଭଳି ପ୍ରଶ୍ନ କରୁଛି ଏହି କୁନି ଛୁଆ ଟି । କଣ ବା ଦୋଷ ଥିଲା ତାର କେଉଁ ଅପରାଧର ଦଣ୍ଡ ଆଜି ତାକୁ ମିଳିଲା । ସକାଳୁ ପିଲାଟି ଖୁସି ରେ ବସ ରେ ବସି ସ୍କୁଲ ବାହାରିଥିଲା ।

ହେଲେ ବାଟରେ ଅଗ୍ନିପଥ ଯୋଗୁ ଚାଲିଥିବା ଆନ୍ଦୋଳନ କାରଣରୁ ସ୍କୁଲ ରେ ତ ପହଞ୍ଚି ପାରିଲା ନାହି ବରଂ ବାହାରର ପରିସ୍ଥିତି ଦେଖିୟ ତାଯୁବ ହୋଇଗଲା କୁନି ପିଲା ଟି । କୁନି ପୁଅ ଟି ଘରକୁ ଯିବା ପାଇଁ କାନ୍ଦି କାନ୍ଦୁ ସମସ୍ତଙ୍କୁ ନେହୁରା ମଧ୍ୟ ହେଲା ।

ଆମ ଦେଶରେ ସମ୍ବିଧାନ ଆନ୍ଦୋଳନ କରିବାକୁ ମନା କରୁ ନାହି ହେଲେ ଶାନ୍ତି ପୂର୍ଣ୍ଣ ଉପାୟରେ ନିଜ ଅଧିକାର ସାବ୍ୟସ୍ତ କରିବାର ସମସ୍ତ ସୁଯୋଗ ଦେଇଛି ଏହି ସମ୍ବିଧାନ । ହେଲେ କିଛି ବ୍ୟକ୍ତି ସମ୍ବିଧାନର ମହତ୍ଵ କୁ ନା ବୁଝୁଛନ୍ତି ନା ବୁଝିଛନ୍ତି ଦେଶର ଗୌରବ କୁ ।

ବାସ ନିଜ ସ୍ଵାର୍ଥ ପାଇଁ ଦେଶର ପରିଚୟରେ କାଳିମା ବୋଲି ଦେବାକୁ ପଚାଉ ନାହାନ୍ତି । ଦିନେ ବାପୁଜୀ ମହାତ୍ମା ଗାନ୍ଧୀ ବିନା ଅସ୍ତ୍ର ରେ ଅହିଂସା ର ପଥ ରେ ଚାଲି ଦେଶରୁ ୨୦୦ ବର୍ଷ ଧରି ଶଶାନ କରୁଥିବା ଇଂରେଜ ସରକାରଙ୍କୁ ତଡି ପାର କରିଥିଲେ । ବୋଧ ହୁଏ ଆଜିର ଯୁବ ପିଢୀ ଏ କଥାକୁ ପାସୋରି ଇଛନ୍ତି ।

ବୋଧ ହୁଏ ଭୁଲି ଯାଇଛନ୍ତି ନିଜର ପୂର୍ବ ପୁରୁଷଙ୍କ ଇତିହାସ । ବନ୍ଧୁଗଣ ଆପଣ ମାନଙ୍କର ପିଲାର ଏଭଳି ମନ୍ତବ୍ୟ ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *