ପାଦରୁ ଲିଭିନି ଅଳତା, ଲିଭିଗଲା ନବବଧୂର ଜୀବନ ଦୀପ… ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ବନ୍ଧୁଗଣ କାନ୍ଥରୁ ଲିଭିନି ବିବାହ ପତ୍ରିକା ଆଉ ପାଦରୁ ଲିଭିନି ଅଳତା । ହେଲେ ଲିଭିଗଲା ନବବଧୁର ଜୀବନ ଶିକ୍ଷା । ବାହାଘର କିଛି ଦିନ ହୋଇଥିବା କି ନାହି ଯୌତୁକ ଜୁଇରେ ପୁଣି ବଳି ପଡିଲା ନବବଧୂ । ଏପରି ଦୁଖଦ ଘଟଣା ଘଟିଛି ଗଞ୍ଜାମ ସେରପାଦ ଅନ୍ତର୍ଗତ ପଟାପାବୁଲି ଗାଁରେ । ଲାଞ୍ଜିଆପାଳି ଗାଁ ର ଶିବାଞ୍ଚଳୀ ସ୍ଵାଇଁଙ୍କ ଝିଅ କବିତା ପଟାପାବୁଲି ଗାଁର ଅଭି ସ୍ଵାଇଁଙ୍କ ପୁଅ କାଳୁ ସ୍ଵାଇଁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ସମୟରେ ବର ପକ୍ଷଙ୍କ ଦାବି ମୁତାବକ ଯୌତୁକ ମଧ୍ୟ ଆଣିଥିଲେ କବିତା ।

କିନ୍ତୁ ଏଥିରେ ମେଣ୍ଟି ନ ଥିଲା ଯୌତୁକ ଦାନବଙ୍କ ଭୋକ । ଶାଶୁଘରେ ପାଦ ଦେଉ ଦେଉ କବିତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଯୌତୁକ ପାଇଁ ଶାଶୁଘରେ ଲୋକେ ତାଙ୍କୁ ମାଡ ମାରିବା ପାଇଁ ବାପାଙ୍କୁ ଫୋନ କରି କହିଥିଲେ । ଏହି ଘଟଣାକୁ ନେଇ କବିତାଙ୍କ ବାପା ପୋଲିସରେ ଏତଲା ଦେବା ପରେ ବାଦ ବିବାଦ ପରେ ସମସ୍ୟାର ସମାଧାନ ହୋଇଥିଲା ।

କିନ୍ତୁ ପୁଣି ଜୁନ ୧୬ରେ କବିତାଙ୍କୁ ମାଡ ମାରିବା ସହ ଜୀବନରୁ ମାରିବାର ଚକ୍ରାନ୍ତ କରାଯାଉଥିବା କଥା ବାପାଙ୍କୁ ଫୋନ କରି ଯାନଇଥିଲେ । ତା ପର ଦିନ କବିତାଙ୍କ ବାପା ଶାଶୁଘରକୁ ଯାଇ ବୁଝାମଣା କରିବାକୁ ସ୍ଥିର କରିଥିଲେ କିନ୍ତୁ ସେଦିନର ଶାକଳ ଆଉ କବିତା ଦେଖିପାରି ନ ଥିଲେ । ବାପା ବାରମ୍ବାର ଫୋନ ନ ଉଠାଇବାରୁ ବାପାଙ୍କ ମନରେ ସନ୍ଦେହ ଆସିଥିଲା ।

ଆସି ଦେଖିବା ବେଳକୁ କବିତାଙ୍କ ଦେହ ପଡି ରହିଥିଲା ନିସ୍ତେଜ ଦେହ । ଏ ନେଇ ସେନାଗଡ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କବିତାଙ୍କ ସ୍ଵାମୀ, ଶାଶୁ, ଦେଢଶୁରଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି ପୋଲିସ ।

କବିତାଙ୍କ ମାମୁଁ କହିଛନ୍ତି କବିତାଙ୍କୁ ତାଙ୍କ ଘରକୁ ନେଇ ଆସିବା ପରେ ତାଙ୍କ ସ୍ଵାମୀ ଆସି କହିଲେ ମୁଁ ବାହାରକୁ ପଳାଇବି କିଛି ଦିନ ପାଇଁ ତାକୁ ଛାଡ ନଚେତ ମୁଁ ଆତ୍ମହତ୍ୟା କରିବା ଭଳି ଧମକ ଦେଲେ । ଏହା ପରେ କବିତାଙ୍କ ବାପଘର ଲୋକେ ତାଙ୍କୁ ଶାଶୁଘରକୁ ପଠାଇ ଥିଲେ । ଯେଉଁ ଦିନ କବିତା ଯାଇଛନ୍ତି ସେହି ଦିନ ରତାଇ ୧୦ଟା ବେଳକୁ କବିତା ଫୋନ କରି କହିଲେ ତାଙ୍କୁ ଶାଶୁଘର ଲୋକେ ମାଡ ମାରୁଛନ୍ତି । ଆଉ ତା ପର ଦିନ ସକାଳୁ ଯାଇ ଦେଖିଲା ବେଳକୁ କବିତାଙ୍କ ମୃତ ଦେହ ପଡିଛି ।

ତେବେ କବିତାଙ୍କୁ ତାଙ୍କ ଶାଶୁଘର ଲୋକେ ମାରିଛନ୍ତି ବୋଲି କବିତାଙ୍କ ଭଉଣୀ ମଧ୍ୟ କହିଛନ୍ତି । ଦିନକୁ ଦିନ ଯୌତୁକ ନିଆଁ ରେ ଜଳିପୋଡି ପାଉନ ହୋଇ ଯାଇଛି ନବବଧୂ ଙ୍କ ଜୀବନ । ଏବେ ପ୍ରଶ୍ନ ଉଠୁଛି କେବେ ଲିଭିବ ସମଜାର ଏହି କଳଙ୍କ ଆଉ କେବେ ମିଳିବ ଯୌତୁକ ଦାନବଙ୍କୁ ଉଚିତ ଶାସ୍ତି ।

ବାସ୍ତବରେ ଏହି ଘଟଣା ତୁ ଦୁଖଦାୟକ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଯୌତୁକ କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *