weather Update: ଆସନ୍ତା 3 ଦିନ ହେବ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ରାଜ୍ଯରେ ଜାରି ରହିଛି ବର୍ଷା । ମୌସୁମୀ ପ୍ରଭବରେ ବର୍ଷା ଜାରି ରହିଛି । ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ବର୍ଷାକୁ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ସୋନପୁର ଆଦି ଜିଲା ଗୁଡିକରେ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷାକୁ ନେଇ ୧୮ଟି ଜିଲା କୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଜିଲ୍ଲାର କିଛି ଅଞ୍ଚଳରେ ପାହାଡିଆ ଅଞ୍ଚଳର ଭୂ-ସ୍ଖଳନ ସହ ତଳିଆ ଅଞ୍ଚଳରେ ପଣି ଜମି ରହିବା କାରଣରୁ ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି ହୋଇଛି ।

ରାସ୍ତା ଓ କଚ୍ଚା ଘର କ୍ଷତିଗ୍ରସ୍ତ ଏବ ସହ ପାଣି ଜମା ହେଲେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ପାଇଁ ସଚେତନ କରା ଯାଇଛି । ସେହିପରି ଆସନ୍ତା କାଲି ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି । ଆଜି ପୁରୀ, କଟକ, ଖୋର୍ଦ୍ଧା, ସୋନପୁର, ଯାଜପୁର, କେନ୍ଦ୍ରପଡା, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ଅନୁମାନ କରା ଯାଇଛି ।

ଏହା ଛଡା କୋରାପୁଟ, ମାଲକାନାଗିରି ଆଦି ଜିଲା ଗୁଡିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲା ଗୁଡିକରେ ମଧ୍ୟ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରା ଯାଉଛି । ଆଜି ଓ ଗତ କାଲି ୨୪ ତାରିଖରେ ବର୍ଷ ହେବାର ଅଧିକ ହେବାର ସମ୍ଭାବଣା ରହିଛି । ୨୬ ତାରିଖ ଯାଏଁ ବର୍ଷା ଏମିତି ପ୍ରାୟତ ସବୁ ରାଜ୍ୟ ଗୁଡିକରେ ବର୍ଷ ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ମଧ୍ୟ ବର୍ଷ ଜାରି ହୋଇଛି । ଏହା ସହ ମୌସୁମୀ ସକ୍ରିୟ ରହିଛି ଯାହାର ପ୍ରବାବରେ ବର୍ଷା ଜାରି ରହିଛି । ଏମିତିକି ବନ୍ୟା ପରିସ୍ଥିତି ମଧ୍ୟ ସ୍ରୁତି ହେବର ଆଶଙ୍କା କରା ଯାଉଛି । ବର୍ଷ ଯେଉଁ ପରିମାଣରେ ଲାଗି ରହିଛି ତାହାକୁ ନେଇ କିଛି ସ୍ଥାନ ଗୁଡିକରେ ବନ୍ୟା ସ୍ଥିତି ହେବାର ସମ୍ଭାବନା ରହିଛି ।

ପଶ୍ଚିମ ଓଡିଶା ଏମିତିକି ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲା ଗୁଡିକରେ ବର୍ଷା ଅଧିକ ହେବା କାରଣରୁ ଏହାର ପ୍ରଭାବ କିଛି ଦିନ ଯାଏଁ ରହିବ । ବିଶେଷ କରି ମାଲକାନାଗିରି ଓ କୋରାପୁଟ ରେ ବର୍ଷା ଅଧିକ ହେବାର ଚାନ୍ସ ଅଧିକ ରହିଛି । ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି କିଛି ରାଜ୍ୟ ଗୁଡିକରେ । ୨୬ ତାରିଖ ସୁଧା ବର୍ଷା କ୍ଲିୟର ହେବାର ସମ୍ଭାବନା ରହିଛି ।

ଲଗାତାର ବର୍ଷା ଜାରି ରହିଥିବାରୁ କୃତିମ ବନ୍ୟା ପରିସ୍ଥିତି ଉପୁଜିପରେ ଓ ପାହାଡିଆ ଅଞ୍ଚଳରେ ଭୂ-ସ୍ଖଳନ ହେବର ଆଶଙ୍କା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *