ନମସ୍କାର ବନ୍ଧୁଗଣ, ଚନ୍ଦ୍ର ପୃଷ୍ଠରେ ମଣିଷ ବାସ କରିବା ପାଇଁ ଯେଉଁ ସ୍ଵପ୍ନ ଦେଖୁଥିଲା ତାହା ଏବେ ସତ ହେବାକୁ ଯାଉଛି । ବୈଜ୍ଞାନିକ ମାନେ ଚନ୍ଦ୍ର ପୃଷ୍ଠରେ ପରି ଦୁଇଟି ସ୍ଥାନ ଠାବ କରିଛନ୍ତି ଯେଉଁଠି ମଣିଷ ବାସ କରିବା ପାଇଁ ଉପଯୋଗୀ । ମଣିଷ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ବହୁ କାଳରୁ ଆରମ୍ଭ ହେଲାଣି କିନ୍ତୁ ଚନ୍ଦ୍ରରେ କଣ ମଣିଷ ବାସ କରିପାରିବ ଆଶା ଛାଡି ନ ଥିଲେ ବୈଜ୍ଞାନିକ ମାନେ । ଆଜି ବି ଗବେଷଣା ଜାରି ରଖିଛନ୍ତି । ଏବେ ବୈଜ୍ଞାନିକ ମାନେ ଗବେଷଣାରୁ ଏକ ନୂତନ ତଥ୍ୟ ବାହାର କରିଛନ୍ତି । ମଣିଷ ବାସ କରିବା ପାଇଁ ଜଳ ଓ ଅମ୍ଳଜାନ ଯୁକ୍ତ ବାୟୁର ଉପସ୍ଥିତି ସହ ତାପମାତ୍ରା ଏକାନ୍ତ ଆବଶ୍ୟକ ।
କାରଣ ଖାଦ୍ୟପେୟକୁ ଛାଡି ଦେଲେ ଏହି ୩ଟି ଜିନିଷ ବିନା ମଣିଷ କୌଣସି ଜାଗାରେ ବଞ୍ଚିପାରିବ ନାହି । ବର୍ତ୍ତମାନ ବୈଜ୍ଞାନିକ ମାନେ ଚନ୍ଦ୍ରରେ କେତେକ ଗୁମ୍ଫା ଠାବ କରିଛନ୍ତି ଯେଉଁଠି ମଣିଷ ବାସ କରିପାରିବ । ହି ଗୁମ୍ଫା ଗୁଡିକର ତାପମାତ୍ରା ୧୭ଦିଗରେ ସେଲସିୟସର ଆଖପାଖରେ ରହିତହେ । କିନ୍ତୁ ଦିନ ସମୟରେ ଖରା ପଡୁଥିବା ଚନ୍ଦ୍ର ପୃଷ୍ଠାର ତାପମାତ୍ରା ୧୨୭ ଡିଗ୍ରୀ ସେଲସିୟସ ଯାଏଁ ବୃଦ୍ଧି ପାଉଥିବା ବେଳେ ରାତିରେ ଏହା -୧୭୩ ଡିଗ୍ରୀ ଯାଏଁ ଖସି ଯାଇଥାଏ । ଏଲାର ଓ ର ତଥ୍ୟକୁ ବ୍ୟବହାର କରି ବୈଜ୍ଞାନିକ ମାନେ ଏହା ଠାବ କରିଛନ୍ତି ।
ଭବିଷ୍ୟରେ ଚନ୍ଦ୍ରପୃଷ୍ଠକୁ ଯେଉଁ ମହାକାଶଚାରୀ ମାନେ ଯିବେ ସେମାନେ ଏହି ସବୁ ଗୁମ୍ଫାକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିପାରିବେ । ଜିଓ ଫିଜିକାଲ ଲେଟର ନାମକ ଜର୍ନାଲ ର ଚଳିତ ସଂଖ୍ୟା ରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଆଧାରରେ ବୈଜ୍ଞାନିକ ମାନେ ଠାବ କରିଥିବା ସୂଚନା ଅନୁଯାୟୀ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପାଇଛନ୍ତି । ଚନ୍ଦ୍ର ରେ ଗୋଟିଏ ଦିନ ଦୁଇ ସପ୍ତାହ ଭଳି ଲମ୍ବା ହୋଇଥାଏ । ଆଉ ଏଠାରେ ସୂର୍ଯ୍ୟ କିରଣ ପଡିବା ପରେ ତାପମାତ୍ରା ୧୨୭ ଡିଗ୍ରୀ ସେଲିସିୟସ ଯାଏଁ ବଢି ଯାଇଥାଏ ।
ଏତେ ତାପମାତ୍ରା ରେ ପାଣି ବି ଫୁଟିବାକୁ ଲାଗିଥାଏ । ଏତେ ଠାବ ହୋଇଥିବା ଗୁମ୍ଫା ଭିତରେ ତାପମାତ୍ରା ମାତ୍ର ୧୭ ଡିଗ୍ରୀ ସେଲସିୟସ ରହିଥାଏ । ଯାହା ମଣିଷର ବାସ ଉପୋଯୋଗୀ ବୋଲି ଜଣା ପଡିଛି । ଆଉ ଏହା କେମିତି ସମ୍ଭବ ବୋଲି ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ବୈଜ୍ଞାନିକ ମାନେ ଦୀର୍ଘ ଦିନରୁ ଯେଉଁ ରିସର୍ଚ ଜାରି ରଖିଥିଲେ ତାହା ଆଜି ବାସ୍ତବ ରୂପ ନେବାକୁ ଯାଉଛି କହିଲେ କିଛି ଭୁଲ ହେବ ନାହି । ଭବିଷ୍ୟର ଯେଉଁ ମହାକାଶଚାରୀ ମାନେ ଚନ୍ଦ୍ର ପୃଷ୍ଠକୁ ଯିବେ ସେମାନଙ୍କର ରହିବାରେ କୌଣସି ଅସୁବିଧା ହେବ ନାହି ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।