ଖରା-ବର୍ଷା-ଶୀତ ସହି 8 ଘଣ୍ଟା ଡ୍ୟୁଟି କରୁଛନ୍ତି କନେଷ୍ଟବଳ ବାବୁ, କିନ୍ତୁ ଶେଷରେ ଖାଇବାକୁ ମିଳୁଛି ଶୁଖିଲା ରୁଟି ଆଉ…. ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି Constable ଜଣଙ୍କ

ନମସ୍କାର ବନ୍ଧୁଗଣ । ଦୀର୍ଘ ୮ ଘଣ୍ଟା ଧରି ଖରା ବର୍ଷା ସିଟ ସାହି ଡିୟୁଟି କରୁଛନ୍ତି କନେଷ୍ଟବଳ ଆଉ ଖାଇବାକୁ ମିଳୁଛି ଶୁଖିଲା ରୁଟି ଆଉ ପାଣିଆ ଡାଲି । ତାହା ବି ଖରାପ ହୋଇଛି । ଏଭଳି ସାଂଘାତିକ ଘଟଣା ସମାନା କୁ ଆସିଛି ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲା ରେ । ପୋଲିସ ଅଧୀନର ଜଣେ କନେଷ୍ଟବଳ ଲାଇନରେ ଠିଆ ହୋଇ ଖାଇବାକୁ ଆଣିବା ପରେ ଥାଳିରେ ମିଳିଛି ଶୁଖିଲା ରୁଟି ଆଇ ପାଣିଆ ଡାଲି ଯାହାକୁ ନେଇ ସେ ଭିଡିଓ କରି କ୍ଷୋଭ ପ୍ରକାଶ କରିଛନ୍ତି । କନେଷ୍ଟବଳ ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ବାରମ୍ବାର ଏଭଳି ଖାଦ୍ଯ ଦିଆ ଅଯାଇଥିବା କନେଷ୍ଟବଳ ଅଭିଯୋଗ କରିଛନ୍ତି । SSP ଙ୍କ ଠାରୁ ନେଇ RI ଯାଏଁ ସମସ୍ତଙ୍କୁ ଖାଦ୍ଯର ମାନ ଖରାପ ଥିବା କହିଛନ୍ତି । କିନ୍ତୁ ସବୁଠାରୁ ଦୁଖର ବିଷୟ କେହି ବି ତାଙ୍କ କଥା ଶୁଣି ନାହାନ୍ତି । କାହାକୁ ଆଉ କହିବେ ଆଉ କିଏ ତାଙ୍କ କଥା ଶୁଣିବ ? ଯିଏ ରକ୍ଷକ ସାଜି ଛିଡା ହୋଇଛନ୍ତି ସେମାନଙ୍କୁ ଭଲ ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ବି ଶୁଖିଲା ରୁଟି ଆଉ ପାଣିଆ ଡାଲି ହିଁ ମିଳୁଛି । ତଥାପି କେହି ଶୁଣୁ ନାହାନ୍ତି । ଆଲିଆଗଡ ର ମନୀଷା କୁମାର ନାମକ ଜଣେ କନେଷ୍ଟବଳ ଙ୍କ ଡିୟୁଟି କୋର୍ଟ ରେ ପଡିଥିଲା ।

ବୁଧବାର ଦିନ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଳୀ । ଏହି ଭିଡିଓ ରେ ସେ ଧରିଥିବା ଥାଳି କୁ ଦେଖାଇଥିଲେ । ରାଗ ଲାଗୁଥିଲା ଏଭଳି ଅଖାଦ୍ୟ ଦେଖି ତଥାପି କ୍ଷଣ ସ୍ଵର ରେ ଛଳ ଛଳ ଆଖି ରେ ସେ କହୁଥିଲେ ୮ ଘଣ୍ଟା ଡିୟୁଟି କରିବା ପରେ ଏମିତି ଖାଇବା ମିଳୁଛି ଆଜ୍ଞା ଆପଣ ମାନେ କୁହନ୍ତୁ କେମିତି ବା ସ୍ୱାସ୍ଥ୍ୟ ଭଲ ରହିବ ? ଏ ନେଇ SSP ଆସିଶ ତିୱାରୀ ଙ୍କୁ ଅଭିଯୋଗ କରିଥିଲେ କିନ୍ତୁ କିଛି ଲାହା ହେଲା ନାହି । ଖାଇବା ଦେଖାଇ କାନ୍ଦିବାକୁ ଲାଗିଲେ ମନୀଷ କୁମାର । ଭାବୁକ ହୋଇ କହି ଯାଉଥିଲେ ଏଠି ବହୁତ ଖରାପ ଖାଇବା ମିଳୁଛି ଆଉ କେମିତି ଖାଇବି ସେଥିପାଇଁ ଆପଣଙ୍କ ନିକଟକୁ ନେଇ ଆସିଛି ।

ଆଗକୁ ମନୀଷ କୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗେ ଆଦିତ୍ୟନାଥ ବି ଦେଖନ୍ତୁ । ପୋଲିସକୁ ପୃଷ୍ଟିକର ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଥିପାଇଁ ଭତ୍ତା ବାବଦକୁ ୧୮୭୫ ଟଙ୍କା ବଢାଯାଇଛି । କିନ୍ତୁ ଏମିତି ଶୁଖିଲା ଖାଦ୍ୟ ମିଳୁଛି । ଏହି ଭିଡିଓ ହେବା ପରେ କିଛି ପୋଲିସ ଆସି ମନୀଷଙ୍କୁ ଗାଡିରେ ବସାଇ ନେଇ ଯାଇଥିଲେ । ବର୍ତ୍ତମାନ ଏହି ଭିଡିଓ ଦେଖିବା ପରେ ପ୍ରଶ୍ନ ଉଠୁଛି କାର୍ଯ୍ୟରତ ପୋଲିସକୁ ଏଭଳି ଅରୁଚିକର ଖାଇବା କିଏ ଦେଉଛି ?

ଶାସନ ପାଇଁ ସାବାସି ନେଉଥିବା ଯୋଗୀ ଆଦିତ୍ୟନାଥ ଏ ଭିଡିଓ ଦେଖିଲେଣି ତ ? ସମପୁକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କେବେ କାର୍ଜ୍ଯନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣଙ୍କର କନେଷ୍ଟବଳଙ୍କ ଏଭଳି ଅଭିଯୋଗ ଆଉ ଭିଡିଓ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *