ଦେଖନ୍ତୁ କେମିତି ଜନ୍ମାଷ୍ଟମୀରେ ଆଣ୍ଠୁଆ ଗୋପାଳଙ୍କ ପୂଜା କଲେ Jhilik Bhatacharjee, ଦେଖାନୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଜଗତର ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଅଭିନୟ ବିଷୟରେ ଖୁବ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ଖୁବ ପ୍ରବାହିତ କରି ରଖିଛନ୍ତି । ଯାହା ପାଇଁ ଦର୍ଶକ ମାନେ ମଧ୍ୟ ସେମାନଙ୍କର ଅଭିନୟ କୁ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବିବାହ କରିଥିବା କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେମାନେ ନିଜର ବ୍ୟକ୍ତିଗତ କଥା ନିଜର ଫ୍ୟାନ୍ସ ମାନଙ୍କୁ ଜଣାଇଥାନ୍ତି ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜେଣ ଖାସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଝିଲିକ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଆଉ ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଛନ୍ତି । ତେବେ ସେ ଗତ କିଛି ଦିନ ତଳେ ଦୁଇଟି କନ୍ୟା ସନ୍ତାନର ମା ହୋଇ ସାରିଛନ୍ତି । ତେବେ ଗତ କାଲି ଥିଲା ପବିତ୍ର ଜନ୍ମାଷ୍ଟମୀ ଅବସର ।

ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିବସରେ ପ୍ରତେକ ହିନ୍ଦୁ ଘରେ ଘରେ ଜନ୍ମାଷ୍ଟମୀ ପାଳନ କରା ଯାଇଥାଏ । ତେବେ ଝିଲିକ ମଧ୍ୟ ନିଜ ଘରେ ଜନ୍ମାଷ୍ଟମୀ ଖୁବ ଧୂମଧାମ ରେ ପାଳନ କରିବାର ନଜର ଆସିଛନ୍ତି । ଗତ କାଲି ଝିଲିକ ପୁରା ପୁରୀ ଓଡିଆ ଘରର ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପାଳନ କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ ।

ସେ ଭଗବାନ ଶ୍ରୀ କୃଷ୍ଣଙ୍କୁ ସ୍ନାନ କରାଇ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଉଛନ୍ତି । ଏହା ପରେ ଆଣ୍ଠୁଆ ଗୋପାଳ ଙ୍କୁ ତାଙ୍କ ଦୋଳି ରେ ବସାଇ ଫୁଲରେ ବେଶ ସୁନ୍ଦର ଭାବେ ସଜାଉଛନ୍ତି । ବିଭିନ୍ନ ପ୍ରକାରର ଫଳ ଓ ଭୋଗ ମଧ୍ୟ ଝିଲିକ ପୂଜା ପାଇଁ ପ୍ରସ୍ତୁତ କରିଛନ୍ତି । ଏହା ପରେ ଓଡିଆ ଘରର ରୀତିନୀତି ଅନୁଯାୟୀ ସେ ଭଗବାନ କୃଷ୍ଣଙ୍କୁ ଦୋଳି ରେ ବସାଇ ତାଙ୍କୁ ଧୂପ ଚନ୍ଦନ ଦୀପ ଦେଇ ପୂଜା କରୁଛନ୍ତି ।

ଝିଲିକ ବଙ୍ଗାଳୀ ହୋଇଥିଲେ ବି ଓଡିଆ ଘରର ପରମ୍ପରା ବିଷୟରେ ବିବାହ ପରେ ସବୁ କିଛି ଜାଣି ସାରିଛନ୍ତି ଆଉ ତାକୁ ପାଳନ ମଧ୍ୟ କରୁଛନ୍ତି । ତେବେ ସେ ଯାହା ବି ହେଉ ଗତ କାଲି ଝିଲିକ ଜନ୍ମାଷ୍ଟମୀ ନିଜ ଘରେ ବେଶ ଧୂମଧାମ ରେ ପାଳନ କରିଛନ୍ତି । ଯେଉଁଥିରେ ତାଙ୍କ ପରିବାର ମଧ୍ୟ ଯୋଗ ଦେଇଥିଲେ । ଝିଲିକ ଭକ୍ତି ସହକାରେ ପ୍ରଭୁ କୃଷ୍ଣଙ୍କୁ ପୂଜା ଆରାଧାନା କରୁଛନ୍ତି ଆଉ ବ୍ରତ ମଧ୍ୟ ମଧ୍ୟ ରଖିଥିଲେ ।

ଓଡିଆ ଘରର ବୋହୁ ଭାବେ ମୁଣ୍ଡ ରେ ଓଢଣା ଦେଇ ଭଗବାନ କୃଷ୍ଣଙ୍କର ଜନ୍ମାଷ୍ଟମୀ ପୂଜା କରୁଛନ୍ତି ଝିଲିକ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକ ଙ୍କ ଜନ୍ମାଷ୍ଟମୀ ପାଳନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *